ଆସୁଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ଧାର୍ଯ୍ୟ ସମୟରେ ବସ୍ତ୍ର ଯୋଗାଣକୁ ନେଇ ଚିନ୍ତା

ଖୋର୍ଦ୍ଧା ଅଫିସ,୨୦ା୪: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାରମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଶ୍ରେଷ୍ଠ ହେଉଛି ରଥଯାତ୍ରା। କାଳିଆ ସାଆନ୍ତ, ବଡଠାକୁରଙ୍କ ସହ ଭଉଣୀ ଦେବୀ ସୁଭଦ୍ରା ରତ୍ନ ସିଂହାସନରୁ ଓହ୍ଲାଇ ଆସି ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥାନ୍ତି। ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ସୂତା ଓ ପାଟ ବସ୍ତ୍ର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡାର ମଧୁସୂଦନ ୱେଲିଂ ଫ୍ୟାକ୍ଟ୍ରିରୁ ଯୋଗାଇ ଦିଆଯାଇଥାଏ। ନିର୍ଦ୍ଧାରିତ ସମୟରେ ଏହି ସୂତା ଓ ପାଟବସ୍ତ୍ର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପୁରୀରେ ପହଞ୍ଚାଇବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟ ନୋଟିସ (ନଂ.୧୭୫୨/୨୫ା୨ା୨୦୨୦) ଜାରି କରିଛନ୍ତି। ତେବେ ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ବସ୍ତ୍ର ପହଞ୍ଚାଇବାକୁ ନେଇ ବୁଣାକାରଙ୍କୁ ଚିନ୍ତା ଘାରିଛି। ଲକ୍‌ଡାଉନ ଯୋଗୁ ଆବଶ୍ୟକ କଞ୍ଚାମାଲ ଆସିବାରେ ବିଳମ୍ବ ହେଉଛି। ୭୦ପ୍ରତିଶତ କାମ ସରିଥିବା ବେଳେ ଅବଶିଷ୍ଟ ୩୦ଭାଗ କାମ କେବଳ କଞ୍ଚାମାଲ ଅଭାବରୁ ଅଟକି ରହିଛି। ମେ ୩ରେ ଲକ୍‌ଡାଉନ ଉଠିଲା ପରେ କିମ୍ବା ଏଥିଲାଗି ସରକାରଙ୍କ ପକ୍ଷରୁ ଅନୁମତି ମିଳିଲେ କଞ୍ଚାମାଲ ଆଣି ଯୁଦ୍ଧକାଳୀନ ଭିତ୍ତିରେ କାମ ସାରିବାକୁ ଉଦ୍ୟମ କରାଯିବ ବୋଲି ବରିଷ୍ଠ ବୁଣାକାର ଗୋପୀନାଥ ଦାସ କହିଛନ୍ତି।
ଚଳିତବର୍ଷ ରଥଯାତ୍ରା ଲାଗି ପତନି ୨୫୦ ମୂର୍ତ୍ତି (ଖଣ୍ଡ), ବୋଇରାଣୀ ୩୦୦, ମଲମଲ ୧୬୦, ଗଦିଫେଟା ୧୬୦, ୧୨ ହାତି ଗଡା ୧୫୦୦, ୧୬ ହାତି ଗଡା ୨୦୦, ନିଉଛାଳି ୧୮୦, ନେତଫୁଟା ୨୦, ସୂତାଫୁଟା ୩୦, ନେତ ଖଣ୍ଡୁଆ ୬, ଶ୍ରୀମୁଖ ଓତା ୬, ଟଣାଖସା (ବଡ) ୪, ଟଣାଖସା (ସାନ) ୩, ଅଧର ଗାମୁଛା ୯ ମୂର୍ତ୍ତି, ନାଲି ଚେହେଲି ୫୦ ଗଜ, ନେଳି ଚେହେଲି ୪୮ ଗଜ ଓ ହଳିଦିଆ ଚେହେଲି ୪୦ ଗଜ ପ୍ରଭୃତି ୧୭ ପ୍ରକାର ସୂତା ଓ ପାଟବସ୍ତ୍ର ଯୋଗାଇବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଉପରୋକ୍ତ ନୋଟିସରେ ଦର୍ଶାଯାଇଛି।
ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ପାଟବସ୍ତ୍ର ଯୋଗାଇବା ନିମନ୍ତେ ତାଲିକା ପାଇବା ପରେ ରାଉତପଡା ଗଁାର ବୁଣାକାରମାନେ ସେବାରେ ଲାଗି ପଡନ୍ତି। ଚଳିତବର୍ଷ ରଥଯାତ୍ରା ଲାଗି ଚେହେଲି ପାଟ, ବଡସିଂହାର ଲାଗି ଗୀତଗୋବିନ୍ଦ ପାଟ, ସାତବାର ଲାଗି ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇ ପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ ଗରାବଡୁ ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତ ସେବା ଲାଗି ୩ ରଙ୍ଗର ଏକ ସେଟ ଲେଖାଏ ଚେହେଲି ପାଟ ପ୍ରସ୍ତୁତି ଚାଲିଛି। ଗୀତଗୋବିନ୍ଦ ବହିରୁ ଊଦ୍ଧୃତ ତୃତୀୟା ପୟାର ପ୍ରଥମ ଶ୍ଳୋକ ଯଥା କଂସାରୀ ରପି ସଂସାର, ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀଃ ଲେଖାଥିବା ଗୀତଗୋବିନ୍ଦ ନାମକ ଏକ ପାଟ ଠାକୁରଙ୍କ ନୀତିଦିନିଆ ରାତି ବଡସିଂହାର ବେଶ ଲାଗି ପ୍ରସ୍ତୁତ ଚାଲିଛି। ସେହିପରି ଚନ୍ଦନ ଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ, କେଳି ଚଳନ୍ମଣି କୁଣ୍ଡଳ ମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଠାକୁରଙ୍କ ବଡସିଂହାର ବେଶ ଲାଗି ଗୀତଗୋବିନ୍ଦ ପାଟ ପଠାଯାଇଥାଏ। ସପ୍ତ ବିଗ୍ରହ ମାଧବ, ଶ୍ରୀସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ ପ୍ରକାର ବସ୍ତ୍ର ପ୍ରସ୍ତୁତି ଚାଲିଛି।

ସେବାରେ ମିଳେ ପରମ ଆନନ୍ଦ
ରାଉତପଡାର ଗଁାର ଅଧିକାଂଶ ପରିବାର ବୁଣାକାର ସମ୍ପ୍ରଦାୟର। ସେମାନେ ମହାପ୍ରଭୁଙ୍କ ସେବାରେ ପରମ ଆନନ୍ଦ ପାଆଥାନ୍ତି। ବରିଷ୍ଠ ବୁଣାକାର ଗୋପୀନାଥ ଦାସ କୁହନ୍ତି, ବାପା ମଧୁସୂଦନଙ୍କ ଅମଳରୁ ୧୯୯୩ରୁ କ୍ରମାଗତ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଓ ବର୍ଷସାରା ପର୍ବପର୍ବାଣି ଲାଗି ସୁତା ଲୁଗା ଓ ପାଟବସ୍ତ୍ର ଯୋଗାଇ ଆସୁଛୁ। ଗଁାର ୨୫ ପରିବାରର ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ମହାପ୍ରଭୁଙ୍କୁ ଏହି ସେବା କରି ଆସୁଛନ୍ତି। ୧୯୯୬ ଓ ୨୦୧୫ ନବକଳେବରରେ ମହାପ୍ରଭୁଙ୍କ ଲାଗି ସୁତା ଓ ପାଟବସ୍ତ୍ର ପଠାଇବାର ସୁଯୋଗ ଆମ୍ଭେମାନେ ପାଇଥିଲୁ। ଏହି କାର୍ଯ୍ୟରେ ମଧୁସୂଦନଙ୍କ ୪ ପୁଅ ରାମଚନ୍ଦ୍ର, ଗୋପୀନାଥ, ଭଗବାନ ଓ ଗୋବିନ୍ଦଚନ୍ଦ୍ରଙ୍କ ପରିବାର ସମେତ ଅଶୋକ ଦାସ, କୈଳାସ ଚନ୍ଦ୍ର ଦାସ, ରବୀନ୍ଦ୍ର ଦାସ ଓ କାର୍ତ୍ତିକ ପାତ୍ର ପ୍ରମୁଖ ସହଯୋଗ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri