ଆସୁଛି ଅମ୍ଫନ: ସଜାଗ ପୁରୀ ପ୍ରଶାସନ,୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର ଯୋଜନା

ପୁରୀ ଅଫିସ,୧୮।୫: ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ ନେଇ ଉପକୂଳବର୍ତ୍ତୀ ପୁରୀ ଜିଲାବାସୀ ଭୟଭୀତ ହୋଇପଡ଼ିିଛନ୍ତି। ବର୍ଷକ ତଳେ ଅର୍ଥାତ୍‌ ୨୦୧୯ ମେ ୩ ତାରିଖରେ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଥିଲା। ଏ ପର୍ଯ୍ୟନ୍ତ ସେହି ଦୁଃଖ ଦୂର ହୋଇ ନ ଥିବାବେଳେ ଅଚାନକ କରୋନା ମାଡ଼ି ଆସି ସମସ୍ତଙ୍କ ଜୀବନ ଜୀବିକାକୁ ବିପନ୍ନ କରିଦେଇଛି। ଏଭଳି ସମୟରେ ସମ୍ଭାବ୍ୟ ବାତ୍ୟା ପୁଣି ଜିଲାବାସୀଙ୍କ ମଧ୍ୟରେ ଚିନ୍ତା ଛାଇଦେଇଛି। ଅମ୍ଫନ ମୁକାବିଲା ପାଇଁ ଜିଲା ପ୍ରଶାସନ ସଜାଗ ଥିବାବେଳେ ରବିବାର ପୁରୀରେ ପହଞ୍ଚତ୍ଛନ୍ତି ୨୧ଜଣିଆ ଏନ୍‌ଡିଆରଏଫ୍‌ ଟିମ୍‌।
ଅମ୍ଫନକୁ ଦୃଷ୍ଟିରେ ରଖି ସବୁ ବ୍ଲକରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ଜିଲାର ୬ଟି ଉପକୂଳବର୍ତ୍ତୀ ବ୍ଲକ ବିଶେଷକରି ଅସ୍ତରଙ୍ଗ, କାକଟପୁର, ଗୋପ ସମେତ କୋଣାର୍କ ଏନ୍‌ଏସିରେ ବାତ୍ୟା ପ୍ରକୋପ ଅଧିକ ଅନୁଭୂତ ହେବା ଆଶଙ୍କା ଥିବାରୁ ପ୍ରଶାସନ ସଜାଗ ରହିଛି। ଜିଲାରେ ୮୮୫ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ପ୍ରାୟ ୯୦ ହଜାର ଲୋକଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ପ୍ରସ୍ତୁତି ସରିଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଅଗ୍ନିଶମ ବିଭାଗର ୧୪ଟି ଦଳ ସମେତ ପାଖାପାଖି ୬୦ଟି ଟିମ୍‌ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ନିୟୋଜିତ ହେବେ। ଏଥିସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପୋଲିସ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ଘଣ୍ଟା ପ୍ରତି ୪୦ କିମି ବେଗରୁ ଅଧିକ ପବନ ହେଲେ ବିଦ୍ୟୁତ୍‌ ଯୋଗାଯୋଗ ବନ୍ଦ କରାଯିବ। ଡାକ୍ତରଖାନା ଓ ଜଳଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ ଲାଗି ୩୦ଟି ଜେନେରେଟର ସେଟ୍‌ ବନ୍ଦୋବସ୍ତ କରାଯାଇଛି। ଜିଲାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରହିଛି। ଜିଲାର ପ୍ରାୟ ୧୫୦୦ ହେକ୍ଟର ଚାଷଜମିରେ ଫସଲ ଅମଳ ହେବାକୁ ବାକି ଥିବାରୁ ଫସଲ ହାନିର ଏତେଟା ଆଶଙ୍କା ନାହିଁ। ସୋମବାର ସୁଦ୍ଧା ଫସଲ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୃଷି ଅଧିକାରୀ ଏବଂ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥାନାନ୍ତର ହେବାକୁ ଥିବା ଲୋକେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପାଇଁ ଚିହ୍ନଟ ଆଶ୍ରୟସ୍ଥଳୀକୁ ଯିବା ଲାଗି କୁହାଯାଇଛି। ବାତ୍ୟା ପ୍ରକୋପ କମିବା ଓ ରାସ୍ତାଘାଟ ସଫା ହେବା ପରେ ଘରକୁ ଫେରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି। ଜିଲାରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବ୍ଲକସ୍ତରରେ କାର୍ଯ୍ୟରତ ଟିମ୍‌ ଏବଂ ପ୍ରଶାସନକୁ ସହଯୋଗ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri