ଆସିକା ଲୋକ ସଭା ନିର୍ବାଚନମଣ୍ଡଳୀ : ପ୍ରଥମକରି ଦୁଇ ମହିଳା ପ୍ରାର୍ଥୀଙ୍କ ଲଢ଼େଇ ତୀବ୍ର

ବ୍ରହ୍ମପୁର ଅଫିସ,୨୫ା୪-ଗଞ୍ଜାମ ଜିଲାର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ପ୍ରଥମ କରି ଦୁଇ ମହିଳା ଭାଜପାରୁ ଅନିତା ଶୁଭଦର୍ଶିନୀ ଏବଂ ବିଜେଡରୁ ପ୍ରମିଳା ବିଷୋୟୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଏହି ଲୋକ ସଭା କ୍ଷେତ୍ର ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ ଆସିକାରେ ବିଜେଡିର ୪ ଏବଂ ଖଲ୍ଲିକୋଟ ଆସନରେ ଭାଜପା ଜଣେ ମହିଳା  ମଇଦାନକୁ ଓହ୍ଲାଇଛି। ଏହି ୪ ଆସନରେ ମଧ୍ୟ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ବିଗ୍‌ ଫାଇଟ୍‌ ହୋଇଛି । ତେବେ ଲୋକ ସଭା ଆସନର ଭୋଟ ଫଳାଫଳ ଉପରେ ରାଜନୈତିକ ସଚେତନ ମହଲର ନଜର ରହିଛି। ଜାତୀୟ ଦଳ କଂଗ୍ରେସ ଏଥର ପ୍ରାର୍ଥୀ ନ ଦେଇ ବାମଦଳ ସହ ଆସନ ବୁଝାମଣାରେ ସିପିଆଇକୁ ଛାଡ଼ି ଦେଇଥିଲେ ମଧ୍ୟ ଲଢ଼େଇ ଶଙ୍ଖ ଓ ପଦ୍ମ ମଧ୍ୟରେ ହୋଇଥିବା ନିର୍ବାଚନୀ ପରବର୍ତ୍ତି ଚର୍ଚ୍ଚା ଚାଲିଛି ।

ପୁରୁଣା ତଥ୍ୟ ଅନୁଯାୟୀ, ୧୯୫୧-୫୨ରୁ ୨୦୧୪ ସୁଦ୍ଧା ହୋଇଥିବା ୧୬ ଲୋକ ସଭା ନିର୍ବାଚନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀମାନେ ୬ ଥର ଏମପି ହୋଇଛନ୍ତି। ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ଥରେ ଲେଖାଏ ଏବଂ ଜନତା ଦଳରୁ ୨ ଜଣ ନିର୍ବାଚିତ ହୋଇଛନ୍ତି । ବିଜେଡିରୁ ୪ ଏବଂ ତତ୍କାଳୀନ ଜନତା ପାର୍ଟିରୁ ଜଣେ ଏମ୍‌ପି ହୋଇଥିଲେ । ୧୯୫୭ ନିର୍ବାଚନ ବେଳେ ସେତେବେଳର ଘୁମୁସର ବର୍ତ୍ତମାନର ଆସିକା ଏବଂ ଗଞ୍ଜାମ (ବର୍ତ୍ତମାନର ବ୍ରହ୍ମପୁର)କୁ ନେଇ ଦୈତ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ। ୧୯୯୬ରେ ନିର୍ବାଚିତ ହୋଇଥିବା ଜନତା ଦଳ ପ୍ରାର୍ଥୀ ବିଜୁ ପଟ୍ଟନାୟକଙ୍କର ୧୯୯୭ ଏପ୍ରିଲରେ ପରଲୋକ ହୋଇଥିଲା। ସେହି ବର୍ଷ ହୋଇଥିବା ଉପ ନିର୍ବାଚନରେ ନବୀନ ପଟ୍ଟନାୟକ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ନବୀନ ଏହି ଲୋକ ସଭା କ୍ଷେତ୍ରରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ସେହିପରି ୧୯୯୯ ନିର୍ବାଚନରେ ବିଜେଡିରୁ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ୨୦୦୦ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳିରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେଣୁ ଆସିକା ଲୋକ ସଭା ଉପ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସ୍ତ୍ରୀ କୁମୁଦିନୀ ପଟ୍ଟନାୟକ ବିଜେଡିରୁ ଏମ୍‌ପି ହୋଇଥିଲେ । ସେ ଆସିକା ସଂସଦୀୟ କ୍ଷେତ୍ରର ପ୍ରଥମ ମହିଳା ସଦସ୍ୟା ଥିଲେ । ଧରାକୋଟ ରାଜ ପରିବାରର ଶାନ୍ତି ଦେବୀ ଦୁଇଥର ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ଚଳିତ ବର୍ଷର ନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ଭାଜପା ପକ୍ଷରୁ ଦୁଇ ମହିଳାଙ୍କୁ ପ୍ରାର୍ଥୀ କରାଯାଇ ନୂଆ ଇତିହାସ ସୃଷ୍ଟି କରାଯାଇଛି । ବିଜେଡିର ପ୍ରମିଳାଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଘମାଘୋଟ ପ୍ରଚାର ଓ ସବୁଠି ରୋଡଶୋ କରିଥିବା ବେଳେ ଅନୀତାଙ୍କ ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ନିର୍ବାଚନୀ ପ୍ରଚାର କରିଛନ୍ତି । ପୋଲସରା ଅଞ୍ଚଳର ଟାଣୁଆ ନେତା ଓ ୨୦୧୪ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଗୋକୁଳା ନନ୍ଦ ମଲିକ ଭାଜପାରେ ଯୋଗଦେଇ ଦଳର ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଭାଜପା ପ୍ରାର୍ଥୀଙ୍କ ପାଇଁ ଅଣ୍ଟା ଭିଡ଼ିଥିଲେ । ସୋରଡ଼ାରେ କଂଗ୍ରେସ ନେତା ନୀଳମଣି ବିଷୋୟୀ ଭାଜପାରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଆସିକା ବିଧାୟକ ଦେବରାଜ ମହାନ୍ତି ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ସେ ମଧ୍ୟ ଆସିକା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏଭଳି ସ୍ଥିତିରେ ପ୍ରମିଳା ଓ ଅନୀତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିିତା ତୀବ୍ର ହୋଇଥିବାରୁ ମେ ୨୩ ଫଳାଫଳ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri