ଆଶାୟୀଙ୍କ ଆମରଣ ଅନଶନ: ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବାରିପଦା ଅଫିସ,୨୮ା୫- କୋଭିଡ୍‌-୧୯ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ମଲ୍ଟି ପ୍ରପୋଜ ହେଲଥ୍‌ ୱାର୍କର ( ସ୍ବାସ୍ଥ୍ୟ କର୍ମୀ) ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବୁଧବାର ଆଶାୟୀ ପ୍ରାର୍ଥୀନୀମାନେ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ। ଅପରାହ୍ନ ୨ଟା ୩୦ ସମୟରେ ସିଡିଏମ୍‌ଓ ଡା. ରୂପଭାନୁ ମିଶ୍ର ଧାରଣାସ୍ଥଳକୁ ଆସି ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁଯାୟୀ, କରୋନା ମହାମାରୀ ପରିଚାଳନା ପାଇଁ ଜିଲାରେ ସ୍ବାସ୍ଥ୍ୟକର୍ମୀ (ମହିଳା) ୧୬୫ଟି ପୋଷ୍ଟ ନିମନ୍ତେ ବିଜ୍ଞାପନ ବାହାରିଥିଲା। ଅନ୍ୟ ଜିଲାଗୁଡ଼ିକରେ ନିଯୁକ୍ତି ଦିଆଯିବାର ବହୁ ବିଳମ୍ବରେ ମୟୂରଭଞ୍ଜ ଜିଲାରେ ନିଯୁକ୍ତି ଦିଆଯାଇଥିଲା। ୧୬୫ଟି ପୋଷ୍ଟ ମଧ୍ୟରୁ ୧୦୭ଟି ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସେହିଭଳି କେଉଁ ନିୟମରେ ସେମାନଙ୍କୁ ନିଯୁକ୍ତି ଦିଆଗଲା ସେ ନେଇ ମଧ୍ୟ ଜିଲା ୱେବସାଇଟରେ କୌଣସି ତଥ୍ୟ ପ୍ରକାଶ ପାଇଲା ନାହିଁ। ଅନ୍ୟ ଜିଲାର ୱେବସାଇଟରେ ସମସ୍ତ ତଥ୍ୟ ପ୍ରକାଶ କରାଯାଉଥିବା ବେଳେ କାହିଁକି ମୟୂରଭଞ୍ଜ ଜିଲା ୱେବସାଇଟରେ ଏ ନେଇ ତଥ୍ୟ ରଖାଗଲା ନାହିଁ ସେ ନେଇ ଆଶାୟୀମାନେ ପ୍ରଶ୍ନ କରିଛନ୍ତି। ଖାଲି ପଡ଼ିଥିବା ୫୯ଟି ପଦବୀ ପାଇଁ ଦ୍ୱିତୀୟ ପ୍ରର୍ଯ୍ୟାୟ ଚୟନ ପ୍ରକ୍ରିୟା ଲାଗି ଆଶାୟୀ ପ୍ରାର୍ଥୀନୀମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପରେ ଆଶାୟୀମାନେ ଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଜିଲାପାଳଙ୍କୁ ଦେଖା କରି ପାରି ନ ଥିଲେ। ଗତ ୨୫ ତାରିଖରେ ଜିଲାପାଳଙ୍କୁ ଟ୍ରେଣ୍ଡ୍‌ ଅନଏମ୍ପ୍ଲୋଇଏଡ଼ ୟୂଥ୍‌ ୱେଲଫେୟାର ଟ୍ରଷ୍ଟ ମିଳିତ ମହାସଂଘ ପକ୍ଷରୁ ଏହାର ସମାଧାନ କରିବା ପାଇଁ ଦାବିପତ୍ର ଦିଆଯାଇଥିଲା। ଏହାର କୌଣସି ସମାଧାନ ନ ହେବାରୁ ବୁଧବାର ଟ୍ରେଣ୍ଡ୍‌ ଅନଏମ୍ପ୍ଲୋଇଏଡ଼ ୟୂଥ୍‌ ୱେଲଫେୟାର ଟ୍ରଷ୍ଟ ମିଳିତ ମହାସଂଘର ସଭାପତି ପ୍ରାର୍ଥସାରଥୀ ଜେନାଙ୍କ ନେତୃତ୍ୱରେ ୩୦ ଜଣ ଆଶାୟୀ ପ୍ରାର୍ଥତ୍ନୀ ପୂର୍ବାହ୍ନ ୧୦ଟାରୁ ଆମରଣ ଅନଶନରେ ବସିଥିଲେ। ସିଡିଏମ୍‌ଓ ଡା.ମିଶ୍ର ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri