ଆଲୋଚନା ପରେ ସେବାୟତଙ୍କ ପ୍ରତିକ୍ରିୟା:‘ମନ୍ତ୍ରୀଙ୍କ ପ୍ରତିଶ୍ରୁତି ନାଟକବାଜି’

ବାରିପଦା ଅଫିସ,୧୫।୮- ମୟୂରଭଞ୍ଜ ଜିଲାବାସୀ ବାରିପଦାସ୍ଥିତ ହରିବଳଦେବ ଜୀଉ ମନ୍ଦିରକୁ ସ୍ବତନ୍ତ୍ର ଅନୁଦାନ ଓ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଲାଗି ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ସେବାୟତମାନେ ଏହି ଦାବି ନେଇ ବାରିପଦା ଠାରୁ ଭୁବନେଶ୍ୱରକୁ ଦୁଇ ଦୁଇ ଥର ପଦଯାତ୍ରା କରିଛନ୍ତି। ମାତ୍ର ଜିଲା ପ୍ରଶାସନ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ଅଧା ବାଟରୁ ଫେରାଇ ଆଣିଛି। ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିବା ସହିତ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ବହୁବାର ଆଲୋଚନା କରିଛନ୍ତି। ତେବେ ଏହି ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି। ଏପରିସ୍ଥଳେ ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ଆଇନ ମନ୍ତ୍ରୀ ଜେନା ବୁଧବାର ସନ୍ଧ୍ୟାରେ ବାରିପଦାଠାରେ ପହଞ୍ଚିବା ପରେ ପୂର୍ବ କାର୍ଯ୍ୟକ୍ରମ ମୁତାବକ ହରିବଳଦେବ ଜୀଉ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରି ସେବାୟତମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ମନ୍ଦିରର ସୁରକ୍ଷା ଓ ମରାମତି ପାଇଁ ଆର୍କୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ଚିଠି ଲେଖିବାକୁ ଜିଲା ଦେବୋତ୍ତର ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସହିତ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଏସଡିସି ଚେୟାରମ୍ୟାନ ଡା.ଦେବାଶିଷ ମାରାଣ୍ଡି, ଜିଲା ସଭାପତି ଦେବାଶିଷ ମହାନ୍ତି, ଉତ୍ତର ଓଡ଼ିଶା ଯୁବ ବିଜେଡି ଜୋନ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲା ବିଜେଡି ସମ୍ପାଦକ ସୁଜିତ କୁମାର ମହାନ୍ତି, ଦେବୀଦତ୍ତ ଦାଶ, ସିନେ ତାରକା ତଥା ବିଜେଡି ନେତା ଅସିତ ପତି ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ମନ୍ଦିର ସମସ୍ୟାର ସମାଧାନ ପାଇଁ ପୂର୍ବରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେବାୟତମାନଙ୍କ ସ୍ବାର୍ଥ, ମନ୍ଦିରର ଉନ୍ନତିି, ମନ୍ଦିର ସମ୍ପତ୍ତିର ପୁନରୁଦ୍ଧାର ପାଇଁ ଖୁବ ଶୀଘ୍ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରୀଙ୍କ ବିବୃତି ପରିପ୍ରେକ୍ଷୀରେ ସେବାୟତ କାମେଶ୍ୱର ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି, ମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲାବାସୀ ବହୁ ଆଶା ରଖିଥିଲେ। କିନ୍ତୁ ତାଙ୍କ ପ୍ରତିଶ୍ରୁତିକୁ ନେଇ କେହି ଖୁସି ନୁହନ୍ତି। ଏହା ଏକ ପ୍ରକାର ନାଟକ ଭଳି ଲାଗୁଛି। ମନ୍ତ୍ରୀ କଥା ଟାଳିବା ଢଙ୍ଗରେ ବିବୃତି ରଖିଥିବାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଆଶା ମଉଲିଲା ବୋଲି ସେବାୟତମାନେ କହିଛନ୍ତି।
ମନ୍ତ୍ରୀ ଜେନା ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ସେବାୟତମାନଙ୍କ ସହିତ ଆଲୋଚନା କରିବାର ସମସ୍ତ ଘଟଣା ଗଣମାଧ୍ୟମ ପ୍ରତିନିଧିମାନେ ରେକର୍ଡିଂ କରିଥିଲେ। ଏହି ସମୟରେ ମନ୍ତ୍ରୀ ଜେନା ସମସ୍ତ ଫଟୋ ଓ ଭିଡିଓ ଡିଲିଟ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ। ମନ୍ଦିର ଭିତରେ ଫଟୋ ଉଠାଇବା ମନା ବୋଲି ସେ କହିଥିଲେ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ଏଠାରେ ସେଭଳି କିଛି ପ୍ରତିବନ୍ଧକ ଲଗାଯାଇନାହିଁ । ଅନ୍ୟପକ୍ଷେ ବିଜେଡିର କର୍ମୀ ଓ ନେତାମାନେ ମନ୍ଦିର ଭିତରେ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହିତ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri