ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କମିଶନର: ରାଜଧାନୀ ଏଭଳି ସାକ୍ଷାତକାର ନ କରିବାକୁ ଉଲ୍ଲେଖ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନ ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀ ମଙ୍ଗଳବାର ଆତଙ୍କ ଖେଳାଇଥିଲେ। ଜୋର ଜବରଦସ୍ତ ଟ୍ରେନ୍‌ ବଗିରେ ପଶି ଉତ୍ପାତ କରିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବୁଧବାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ରାଜ୍ୟ ସରକାର ଏବଂ ୧୨୦ ବାଟାଲିୟନ ଅଧିକାରୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।

ରାଜଧାନୀରେ ଆଗକୁ ଏଭଳି ସାକ୍ଷାତକାରର ଆୟୋଜନ କରା ନ ଯାଉ। ସମ୍ବେଦନଶୀଳ ସ୍ଥାନ ଥିବାରୁ ରାଜଧାନୀରେ ଏଭଳି ଇଣ୍ଟରଭ୍ୟୁ ନ କରିବାକୁ ସେ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ଏହା ବଦଳରେ ଗ୍ରାମାଞ୍ଚଳ କିମ୍ବା କୌଣସି ଉପଯୁକ୍ତ ସ୍ଥାନରେ ଏହାର ବ୍ୟବସ୍ଥା କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି। ଏନେଇ ତୁରନ୍ତ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ପ୍ରକାଶଯୋଗ୍ୟ, ସୋମବାର ଅପରାହ୍ନରେ କେତେଜଣ ପରୀକ୍ଷାର୍ଥୀ ଆଇଜି ପାର୍କରେ ଜନ୍ମଦିନ ପାଳୁଥିବା ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ। ଏହାକୁ ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ସେମାନେ ଆକ୍ରମଣ କରିଥିଲେ। ଫଳରେ ଉକ୍ତ ଯୁକ ଗୁରୁତର ହୋଇଥିଲେ। ଏହାକୁ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ ମଙ୍ଗଳବାର ଷ୍ଟେଶନରେ କିଛି ପରୀକ୍ଷାର୍ଥୀ ଆତଙ୍କ ଖେଳାଇଥିଲେ। ସେମାନେ ଜବରଦସ୍ତ ବଗିରେ ପଶି ଉତ୍ପାତ କରିବା ସହ ଭଙ୍ଗାରୁଜା କରିଥିଲେ। ଫଳରେ ବାଧ୍ୟ ହୋଇ ଜିଆର୍‌ପି ଓ ଆର୍‌ପିଏଫ୍‌ ଯବାନମାନେ ଲାଠି ଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?