ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଭଦ୍ରକର ୧୧୭ କେନ୍ଦ୍ରରେ ୨୩,୫୬୩ ପରୀକ୍ଷାର୍ଥୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଦ୍ରକ ଅଫିସ, ୧୯ା୨- ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଭଦ୍ରକ ଜିଲାର ୭ଟି ବ୍ଲକରେ ମୋଟ ୧୧୭ଟି ପରୀକ୍ଷା କେନ୍ଦ୍ରରେ ୨୩, ୫୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଜିଲା ଶିକ୍ଷାବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ କହିଛନ୍ତି।

ଜିଲାରେ ନିୟମିତ(ରେଗୁଲାର) ୨୨,୩୩୩ ପରୀକ୍ଷାର୍ଥୀ ଥିବା ବେଳେ ମଧ୍ୟମା ସଂସ୍କୃତରେ ୨୩୧, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଭାବେ ୨୧୨ ଜଣ ପରୀକ୍ଷା ଦେଉଛନ୍ତି। ଜିଲାରେ ପ୍ରଶ୍ନପତ୍ର ରଖିବା ପାଇଁ ନୋଡାଲ କ୍ୱେଶ୍ଚିନ୍‌ ହବ୍‌ ପ୍ରସ୍ତୁତ ହୋଇଛି। ପ୍ରଶ୍ନୋତ୍ତର ନେବା ଆଣିବା ପାଇଁ ୨୩ ଡେସ୍‌ପାଚ୍‌ ଟିମ୍‌ ସହ କପି ଓ ଅପରାଧ ରୋକିବା ପାଇଁ ୩ ଫ୍ଲାଇଂ ସ୍କ୍ବାଡ୍‌ ଟିମ ଗଠନ କରାଯାଇଛି। ଭଦ୍ରକ ବ୍ଲକର ୨୧ ପରୀକ୍ଷାକେନ୍ଦ୍ରରେ ରେଗୁଲାର ଓ ଏକ୍ସ ରେଗୁଲାର ମିଶାଇ ୪୩୬୦ ପରୀକ୍ଷାର୍ଥୀ, ବାସୁଦେବପୁର ବ୍ଲକର ୨୨ କେନ୍ଦ୍ରରେ ମୋଟ ୪୪୭୬ ପରୀକ୍ଷାର୍ଥୀ, ଭଣ୍ଡାରିପୋଖରୀ ବ୍ଲକର ୯ କେନ୍ଦ୍ରରେ ମୋଟ ୧୬୦୦ ପରୀକ୍ଷାର୍ଥୀ, ବନ୍ତ ବ୍ଲକର ୧୩ କେନ୍ଦ୍ରରେ ମୋଟ ୨୫୧୩ ପରୀକ୍ଷାର୍ଥୀ, ଚାନ୍ଦବାଲି ବ୍ଲକର ୧୯ କେନ୍ଦ୍ରରେ ମୋଟ ୪୦୬୮ ଜଣ, ଧାମନଗର ବ୍ଲକର ୧୯ କେନ୍ଦ୍ରରେ ମୋଟ ୩୪୪୪ ଜଣ ଏବଂ ତିହିଡ଼ି ବ୍ଲକର ୧୪ କେନ୍ଦ୍ରରେ ମୋଟ ୩୧୦୨ ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି। ମୋଟାମୋଟି ଭାବେ ୧୧୭ କେନ୍ଦ୍ରରେ ରେଗୁଲାରରେ ୨୨,୩୩୩ ପରୀକ୍ଷାର୍ଥୀ ଓ ଏକ୍ସ ରେଗୁଲାରରେ ୧,୨୩୦ ଜଣ ପରୀକ୍ଷାର୍ଥୀ ଥିବା ଜଣାପଡ଼ିଛି।

ଚଳିତ ଥର ପରୀକ୍ଷାକୁ କପିମୁକ୍ତ ଓ ଶୃଙ୍ଖଳାର ସହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି। ସେଥିପାଇଁ ପରୀକ୍ଷା ପୂର୍ବରୁ ନୋଡାଲ କ୍ୱେଶ୍ଚିନ ହବ୍‌ରେ ପ୍ରଶ୍ନପତ୍ର ପହଞ୍ଚିବା ସହ ଠିକ ସମୟରେ ପରୀକ୍ଷାର୍ଥୀଙ୍କ ପାଖରେ ପ୍ରଶ୍ନପତ୍ରକୁ ପହଞ୍ଚାଇବା ପାଇଁ ଡେସ୍‌ପାଚ୍‌ ଟିମ ଗଠନ କରାଯାଇଛି। ସେହିଭଳି କପିମୁକ୍ତ ଓ ଶୃଙ୍ଖଳା ପାଇଁ ପୋଲିସ ସହାୟତାରେ ଫ୍ଲାଇଂ ସ୍କ୍ବାଡ ଟିମ ଗଠନ କରାଯିବା ସହ ସିସିଟିଭିର ସହାୟତା ମଧ୍ୟ ନିଆଯାଇିଛି। ଜିଲାରେ ଚଳିତ ବର୍ଷ ୩୫ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri