ଆମେରିକାରେ ରହିବାକୁ ହେଲେ ଦେବାକୁ ହେବ ମୋଟା ଅଙ୍କର ଟଙ୍କା, ଟ୍ରମ୍ପ ଆରମ୍ଭ କଲେ Gold Card

ନୂଆଦିଲ୍ଲୀ,୧୧|୧୨ : ଦିନକୁ ଦିନ ଭାରତ ଏବଂ ଆମେରିକା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଭାରତୀୟଙ୍କୁ ଆମେରିକାରେ ରହିବା ଏକ ପ୍ରକାର ସ୍ବପ୍ନ ହୋଇଯାଇଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି । ଯଦି ଜଣେ ବ୍ୟକ୍ତିଙ୍କର ପକେଟରେ ମୋଟା ଅଙ୍କର ଟଙ୍କା ରହିଛି ତାହେଲେ ରାଷ୍ଟ୍ରପତି ମଧ୍ୟ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ଆଜି ବିଧିବଦ୍ଧ ଭାବେ ଡୋନାଲ୍ଡ ଟ୍ରମ୍ପ ଗୋଲ୍ଡ କାର୍ଡ ଭିସା ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ଏହାର ଅର୍ଥ ପ୍ରତି ଭିସାର ଦାମ୍ ଏକ ମିଲିୟନ ଡଲାର ଅର୍ଥାତ 9 କୋଟି ଟଙ୍କା ଅଟେ । ଯଦି ଆମେରିକାରେ ରହିବାକୁ ଚାହାନ୍ତି ତାହେଲେ ଟ୍ରମ୍ପ ସରକାରଙ୍କୁ 9 କୋଟି ଟଙ୍କା ଦେବାକୁ ହେବ । ଏହାପରେ ଭେରିଫିକେସନ ହେବ ଏବଂ ଗୋଲ୍ଡ ଭିସା ମିଳିବ ।

କେମିତି କରିବେ ଆବେଦନ- ଆମେରିକାରେ ଗୋଲ୍ଡ ଭିସା ଆବେଦନ କରିବା ପାଇଁ ଏକ ଓ୍ବେବସାଇଟ Trumpcard.gov ରହିଛି । ଏହି ଓ୍ବେବସାଇଟ ଖୋଲିବା ପରେ ଏଥିରେ ଆପ୍ଲାଇ ବଟନ ଦେଖାଯିବ । ତେବେ ଏଥିପାଇଁ ପ୍ରଥମେ ପ୍ରୋସେସିଂ ଫି ଦେବାକୁ ହେବ । ଏହାର ମୂଲ୍ୟ ପାଖାପାଖି 13.5 ଲକ୍ଷ ଟଙ୍କା ରହିଛି ।

ଏହାପରେ ବେକଗ୍ରାଉଣ୍ଡ ଭେରିଫିକେସନ ପାଇଁ 1 ବିଲିୟନ ଡଲାର ଦେବାକୁ ହେବ । ଏହାକୁ ଓ୍ବେବସାଇଟରେ ଗିଫ୍ଟ ବୋଲି କୁହାଯାଇଛି । ଏହାପରେ ଗୋଲ୍ଡ ଭିସା ମିଳିବ ଯାହା ଗ୍ରୀନ କାର୍ଡ ସହିତ ସମାନ ଅଟେ । ଏହା ମିଳିବା ପରେ ଜଣେ ବ୍ୟକ୍ତି ଆମେରିକାରେ ରହିପାରିବେ । ସୂଚନା ଅନୁସାରେ, ଏହି ଭିସା EB-5ର ଜାଗାରେ ଅଣାଯାଇଛି । ଏହି ଭିସାକୁ ଆମେରିକା ସାଂସଦ 1990 ମସିହାରେ ବିଦେଶୀ ନିବେଶ ପାଇଁ ତିଆରି କରାଯାଇଥିଲା ।

ଖୁବଶୀଘ୍ର ଆସିପାରେ ପ୍ଲାଟିନମ କାର୍ଡ- ଟ୍ରମ୍ପ ଗୋଲ୍ଡ କାର୍ଡ ପରେ ଖୁବଶୀଘ୍ର ପ୍ଲାଟିନମ କାର୍ଡ ଆସିପାରେ । ତେବେ ଏନେଇ ଏବେଠାରୁ ଆରମ୍ଭ ହୋଇସାରିଛି ପ୍ରୋଗ୍ରାମ । ସାଇନ ଅପ କରି ଓ୍ବେଟିଂ ଲିଷ୍ଟରେ ରଖିପାରିବେ ନାଗରିକ । ଏଥିପାଇଁ ପ୍ରେସେସିଂ ଫିସ୍ ହିସାବରେ 15 ହଜାର ଡଲାର ଦେବାକୁ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଝଟକା! ୧ ଏପ୍ରିଲରୁ ବଦଳିବ ଏସବୁ ନିୟମ, ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୩।୩: HDFC ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ନୂତନ ଆର୍ଥିକ ବର୍ଷର ଆରମ୍ଭ ଟିକେ କଷ୍ଟକର ହେବାକୁ ଯାଉଛି। ବ୍ୟାଙ୍କ ଏହାର ଲକର ଭଡା ୧୮୪% ବୃଦ୍ଧି କରିଛି…

T୨୦ ବିଶ୍ୱକପ୍‌ ସେମିଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆରେ ହଲଚଲ: ହୋଟେଲ ଛାଡ଼ି ଘରକୁ ଗଲେ ସୂର୍ଯ୍ୟକୁମାର-ହାର୍ଦ୍ଦିକ-ଶିବମ, ପ୍ରଶ୍ନ ଘେରରେ…

ମୁମ୍ବାଇ,୩।୩: T୨୦ ବିଶ୍ୱକପ୍‌ ୨୦୨୬ର ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଯାଉଛି ମହାଲଢ଼େଇ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଭାରତୀୟ ଦଳ ମୁମ୍ବାଇରେ ପହଞ୍ଚି…

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ ଫାଇନାଲ! ଭବିଷ୍ୟବାଣୀ କଲା ପାକିସ୍ତାନ

ନୂଆଦିଲ୍ଲୀ,୩।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେମିଫାଇନାଲ ପାଇଁ ଚାରୋଟି ଦଳ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମିଫାଇନାଲ ୪ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ଏବଂ…

‘ମୋ ପାଇଁ ସରପ୍ରାଇଜ୍‌’: ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ହେବା ପରେ ଏମିତି କହିଲେ ସୁଜିତ କୁମାର

ଭୁବନେଶ୍ୱର,୩।୩: ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା। ମନମୋହନ ସାମଲ ପ୍ରଥମ ଆସନ ପାଇଁ ଏବଂ ସୁଜିତ କୁମାର ଦ୍ବିତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।…

ଦିଲୀପଙ୍କୁ ବାଛିବା ପଛରେ ଭାଜପାର ଭିତିରି ପ୍ଲାନ, ୪ର୍ଥ ସିଟ୍‌ରେ ବଡ଼ ଗେମ୍‌!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ୱାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ…

ସ୍ୱାଧୀନ ଲଢିବେ ଦିଲୀପ, ଭାଜପା କରିବ ଭିତିରି ପ୍ଲାନ!

ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ୱାଚନ ନେଇ ବିଜେଡି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି…

ଚମକାଇଲା ଭାଜପା, ରାଜ୍ୟ ସଭା ଯିବେ…

ଭୁବନେଶ୍ୱର,୩।୩: ମନମୋହନ ସାମଲ ଓ ସୁଜିତ କୁମାର ଭାଜପା ପ୍ରାର୍ଥୀ। ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ଭାଜପା। ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri