ଆମେରିକାକୁ କାଳ ଅସିଦ୍ଧ ପରୀକ୍ଷା

ଓ୍ବାଶିଂଟନ,୧୯।୪: କରୋନା ଭାଇରସ୍‌ ବିଶ୍ୱକୁ ଗ୍ରାସକରି ଚାଲିଥିବା ବେଳେ ଆମେରିକା ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ଏଠାରେ ଦେଖିବାକୁ ମିଳିଛି। କିପରି ଏହି ମହାମାରୀରୁ ଦେଶ ମୁକୁଳିବ, ସେନେଇ ଚିନ୍ତା ବଢ଼ିଯାଇଛି। ପ୍ରତିଦିନ ଭୂତାଣୁ ପରୀକ୍ଷା ଲାଗି ହଜାର ହଜାର ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଆଣ୍ଟିବଡି ଟେଷ୍ଟ ଦ୍ୱାରା ଶୀଘ୍ର ପରୀକ୍ଷା ସମ୍ଭବ ହେଉଥିବାରୁ ଏହାଦ୍ୱାରା ଲୋକଙ୍କ ରକ୍ତ ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଜେନେଟିକ୍‌ ଟେଷ୍ଟ ଓ ସେରୋଲୋଜିକାଲ ଟେଷ୍ଟ ମଧ୍ୟ କରାଯାଉଛି। ଭୂତାଣୁ ସଂକ୍ରମଣ ବଢ଼ିବା ସହ ବ୍ୟସ୍ତବହୁଳ ପରିସ୍ଥିତି ମଧ୍ୟରେ ଏହିସବୁ ପରୀକ୍ଷା କରାଯାଉଛି। କେତେକ ସ୍ଥାନରେ ସମ୍ଭାବିତ ଅବିଶ୍ୱସନୀୟ, ଅସୁରକ୍ଷିତ ପରୀକ୍ଷା ମଧ୍ୟ ଚାଲିଛି। ଏନେଇ ଲାବ୍‌ ବିଶେଷଜ୍ଞମାନେ ସତର୍କ କରିଛନ୍ତିି। ଅସିଦ୍ଧ ପରୀକ୍ଷା ଓ ଭୁଲ୍‌ ପରିଣାମ ସହିତ ଲାବ୍‌ ସମସ୍ୟା ପରିସ୍ଥିତିକୁ ଅଧିକ ବିଷମୟ କରିପକାଇବ ବୋଲି ସତର୍କ କରାଯାଇଛି। ଆମେରିକାରେ ଆଣ୍ଟିବଡି ଟେଷ୍ଟ ବହୁଳ ଭାବେ କରାଯାଇଛିି। ବିଭିନ୍ନ ସ୍ଥାନରେ ଡାକ୍ତରମାନେ ତରବରିଆ ଭାବେ କରୁଥିବା ପରୀକ୍ଷା ଯେପରି ଭୁଲ ପ୍ରମାଣିତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଆଣ୍ଟିବଡି ଟେଷ୍ଟର ସୁଫଳ କେତେ ତାକୁ ନେଇ ଆମେରିକା ସନ୍ଦିହାନ ଅଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ମହାମାରୀ ବିଶେଷଜ୍ଞ। ବିଭିନ୍ନ ଘରୋଇ କମ୍ପାନୀ ଓ ଲାବ୍‌ ଦ୍ୱାରା କରାଯାଉଥିବା ପରୀକ୍ଷାର ସଠିକତା କେତେ, ତାକୁ ନେଇ ଅନୁଶୀଳନ କରାଯିବା ଦରକାର ବୋଲି ଏପିଏଲ୍‌ଏଚ୍‌ର ନିର୍ଦ୍ଦେଶକ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ମହାମାରୀ ବିଶେଷଜ୍ଞ ଓ ଲାବ୍‌ ବିଶେଷଜ୍ଞମାନେ ମଧ୍ୟ ଆଣ୍ଡିବଡି ଟେଷ୍ଟର ସଫଳତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏପିଏଲ୍‌ଏଚ୍‌ର ପ୍ରତିନିଧୀ ଏନେଇ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ପ୍ରଶାସନ କମିଶନର ଷ୍ଟିଫେନ୍‌ ହନ୍‌ଙ୍କ ଦୁଇଥର ଭେଟି ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭୂତାଣୁ ଚିହ୍ନ ଲାଗି ସେରୋଲୋଜିକାଲ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ନ୍ୟୁୟର୍କ, ଲସ୍‌ ଆଞ୍ଜେଲ୍ସ ଏନେଇ ପାଇଲଟ୍‌ ପ୍ରୋଗ୍ରାମ ଜାରିରହିଛି। ମାତ୍ରାଧିକ ସଂକ୍ରମଣ ଯୋଗୁ ଆମେରିକାରେ ତ୍ୱରିତ ପଦକ୍ଷେପ ସହ ଶୀଘ୍ର ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ବିଭିନ୍ନ ସମସ୍ୟା ଲାଗିରହିଛି। ଭୂତାଣୁ କ୍ଷୀପ୍ର ଗତିରେ ମାଡ଼ିଚାଲି ଥିବାରୁ କେତେକ ଆଣ୍ଟିବଡି ଟେଷ୍ଟିଂକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଫଳରେ ଫଲ୍ସ ନେଗେଟିଭ୍‌ ଓ ଫଲ୍ସ ପଜିଟିଭ୍‌ ରିପୋର୍ଟ ଆସିବା ସ୍ବାଭାବିକ। ଏଭଳି ପରିଣାମ ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ସାର୍ସ, ଇବୋଲାଠୁ ମାରାତ୍ମକ କୋଭିଡ୍‌-୧୯ ଭୂତାଣୁରୁ ଆମେରିକା କେବେ ମୁକୁଳିବ ଓ ପରିସ୍ଥିତି ସ୍ବାଭାବିକ ହେବ, ଏବେଠାରୁ କହିବା ମୁସ୍କିଲ।


Enter your email to get our daily news in your inbox.

All Right Reserved By Dharitri.Com

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିନେଇଥିଲେ ବୃଦ୍ଧ, ଏଇଠୁ ମିଳିଲା ପତ୍ତା

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri