ଆମେରିକାକୁ କାଳ ଅସିଦ୍ଧ ପରୀକ୍ଷା

ଓ୍ବାଶିଂଟନ,୧୯।୪: କରୋନା ଭାଇରସ୍‌ ବିଶ୍ୱକୁ ଗ୍ରାସକରି ଚାଲିଥିବା ବେଳେ ଆମେରିକା ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ଏଠାରେ ଦେଖିବାକୁ ମିଳିଛି। କିପରି ଏହି ମହାମାରୀରୁ ଦେଶ ମୁକୁଳିବ, ସେନେଇ ଚିନ୍ତା ବଢ଼ିଯାଇଛି। ପ୍ରତିଦିନ ଭୂତାଣୁ ପରୀକ୍ଷା ଲାଗି ହଜାର ହଜାର ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଆଣ୍ଟିବଡି ଟେଷ୍ଟ ଦ୍ୱାରା ଶୀଘ୍ର ପରୀକ୍ଷା ସମ୍ଭବ ହେଉଥିବାରୁ ଏହାଦ୍ୱାରା ଲୋକଙ୍କ ରକ୍ତ ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଜେନେଟିକ୍‌ ଟେଷ୍ଟ ଓ ସେରୋଲୋଜିକାଲ ଟେଷ୍ଟ ମଧ୍ୟ କରାଯାଉଛି। ଭୂତାଣୁ ସଂକ୍ରମଣ ବଢ଼ିବା ସହ ବ୍ୟସ୍ତବହୁଳ ପରିସ୍ଥିତି ମଧ୍ୟରେ ଏହିସବୁ ପରୀକ୍ଷା କରାଯାଉଛି। କେତେକ ସ୍ଥାନରେ ସମ୍ଭାବିତ ଅବିଶ୍ୱସନୀୟ, ଅସୁରକ୍ଷିତ ପରୀକ୍ଷା ମଧ୍ୟ ଚାଲିଛି। ଏନେଇ ଲାବ୍‌ ବିଶେଷଜ୍ଞମାନେ ସତର୍କ କରିଛନ୍ତିି। ଅସିଦ୍ଧ ପରୀକ୍ଷା ଓ ଭୁଲ୍‌ ପରିଣାମ ସହିତ ଲାବ୍‌ ସମସ୍ୟା ପରିସ୍ଥିତିକୁ ଅଧିକ ବିଷମୟ କରିପକାଇବ ବୋଲି ସତର୍କ କରାଯାଇଛି। ଆମେରିକାରେ ଆଣ୍ଟିବଡି ଟେଷ୍ଟ ବହୁଳ ଭାବେ କରାଯାଇଛିି। ବିଭିନ୍ନ ସ୍ଥାନରେ ଡାକ୍ତରମାନେ ତରବରିଆ ଭାବେ କରୁଥିବା ପରୀକ୍ଷା ଯେପରି ଭୁଲ ପ୍ରମାଣିତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଆଣ୍ଟିବଡି ଟେଷ୍ଟର ସୁଫଳ କେତେ ତାକୁ ନେଇ ଆମେରିକା ସନ୍ଦିହାନ ଅଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ମହାମାରୀ ବିଶେଷଜ୍ଞ। ବିଭିନ୍ନ ଘରୋଇ କମ୍ପାନୀ ଓ ଲାବ୍‌ ଦ୍ୱାରା କରାଯାଉଥିବା ପରୀକ୍ଷାର ସଠିକତା କେତେ, ତାକୁ ନେଇ ଅନୁଶୀଳନ କରାଯିବା ଦରକାର ବୋଲି ଏପିଏଲ୍‌ଏଚ୍‌ର ନିର୍ଦ୍ଦେଶକ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ମହାମାରୀ ବିଶେଷଜ୍ଞ ଓ ଲାବ୍‌ ବିଶେଷଜ୍ଞମାନେ ମଧ୍ୟ ଆଣ୍ଡିବଡି ଟେଷ୍ଟର ସଫଳତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏପିଏଲ୍‌ଏଚ୍‌ର ପ୍ରତିନିଧୀ ଏନେଇ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ପ୍ରଶାସନ କମିଶନର ଷ୍ଟିଫେନ୍‌ ହନ୍‌ଙ୍କ ଦୁଇଥର ଭେଟି ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭୂତାଣୁ ଚିହ୍ନ ଲାଗି ସେରୋଲୋଜିକାଲ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ନ୍ୟୁୟର୍କ, ଲସ୍‌ ଆଞ୍ଜେଲ୍ସ ଏନେଇ ପାଇଲଟ୍‌ ପ୍ରୋଗ୍ରାମ ଜାରିରହିଛି। ମାତ୍ରାଧିକ ସଂକ୍ରମଣ ଯୋଗୁ ଆମେରିକାରେ ତ୍ୱରିତ ପଦକ୍ଷେପ ସହ ଶୀଘ୍ର ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ବିଭିନ୍ନ ସମସ୍ୟା ଲାଗିରହିଛି। ଭୂତାଣୁ କ୍ଷୀପ୍ର ଗତିରେ ମାଡ଼ିଚାଲି ଥିବାରୁ କେତେକ ଆଣ୍ଟିବଡି ଟେଷ୍ଟିଂକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଫଳରେ ଫଲ୍ସ ନେଗେଟିଭ୍‌ ଓ ଫଲ୍ସ ପଜିଟିଭ୍‌ ରିପୋର୍ଟ ଆସିବା ସ୍ବାଭାବିକ। ଏଭଳି ପରିଣାମ ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ସାର୍ସ, ଇବୋଲାଠୁ ମାରାତ୍ମକ କୋଭିଡ୍‌-୧୯ ଭୂତାଣୁରୁ ଆମେରିକା କେବେ ମୁକୁଳିବ ଓ ପରିସ୍ଥିତି ସ୍ବାଭାବିକ ହେବ, ଏବେଠାରୁ କହିବା ମୁସ୍କିଲ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri