ଆବେଙ୍କୁ ଭେଟିଲେ ମୋଦି

ଓସାକା,୨୮।୬ (ପି.ଟି.):ଜି-୨୦ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନ ପ୍ରତିପକ୍ଷ ଶିିଞ୍ଜୋ ଆବେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱ ଅର୍ଥନୀତି, ଫେରାର ଆର୍ଥିକ ଅପରାଧୀଙ୍କୁ ଧରିବା ଓ ବିପର୍ଯ୍ୟୟ ପରିଚାଳନା ପ୍ରସଙ୍ଗ ଆଦି ଆଲୋଚନାରେ ସ୍ଥାନ ପାଇଥିଲା। ଜି-୨୦ରେ ଜାପାନର ନେତୃତ୍ୱକୁ ମୋଦି ପ୍ରଶଂସା କରିଥିଲେ। ଅକ୍ଟୋବରରେ ହେବାକୁ ଥିବା ନାରୁହିଟୋଙ୍କ ରାଜ୍ୟାଭିଷେକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ ବୋଲି ମୋଦି ଏହି ଅବସରରେ କହିଥିଲେ। ବର୍ଷ ଶେଷରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଯୋଗଦେବାକୁ ମୋଦି ଭାରତ ଆସିବା ଲାଗି ଆବେଙ୍କୁ ଆମନ୍ତ୍ରଣ କରିଛନ୍ତି।
ବନ୍ଧୁରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଗଠନମୂଳକ ଓ ସଫଳ ହୋଇଛି। ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଫେରାର ଆର୍ଥିକ ଅପରାଧୀଙ୍କୁ ଧରିବା ଲାଗି ସଦସ୍ୟ ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିବେ। ଦୁର୍ନୀତି ବିରୋଧୀ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହାର ଯଥେଷ୍ଟ ଆବଶ୍ୟକତା ରହିଥିବା ସେ କହିଛନ୍ତି। ଏଥିସହ ବିଶ୍ୱ ବାଣିଜ୍ୟ ସମସ୍ୟା, ପାଣିପାଗ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ପ୍ରସଙ୍ଗ ଆଦି ସ୍ଥାନ ପାଇବ। ମୋଦି- ଆବେଙ୍କ ମଧ୍ୟରେ ମୁମ୍ବାଇ- ଅହମଦାବାଦ୍‌ ହାଇସ୍ପିଡ୍‌ ରେଲଓ୍ବେ କରିଡର୍‌ ଓ ବାରାଣସୀରେ ଏକ ସମ୍ମିଳନୀ କେନ୍ଦ୍ର ଖୋଲିବା ନେଇ ଆଲୋଚନା ହୋଇଛି। ପୂର୍ବୋତ୍ତର ଭାରତରେ ଜାପାନର କାର୍ଯ୍ୟକୁ ମୋଦି ପ୍ରଶଂସା କରିଥିଲେ। ପୁନଃ ଥଇଥାନ ଓ ପୁନଃନିର୍ମାଣ ଲାଗି ଦୁଇଦେଶ ଏକହୋଇ କାର୍ଯ୍ୟକରିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି।
ଡ୍ଟାପାନ୍‌ରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ନୂଆ ଭାରତ ଗଠନରେ ଜାପାନ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପ୍ରତି ଆସ୍ଥାଭାଜନ ହୋଇଥିବାରୁ ପ୍ରବାସୀ ଭାରତୀୟଙ୍କୁ ମୋଦି ଧନ୍ୟବାଦ ଜଣାଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ମଧ୍ୟ ସେ ସେଠାରେ ପ୍ରଶଂସା କରିବାକୁ ଭୁଲି ନ ଥିଲେ। ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ମୋଦି ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଓ ଅନ୍ୟ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri