ଆବାସ ଯୋଜନା ବାଟ୍‌ବନା: ପଲିଥିନ ତଲେ ମୁଡ଼ ଗୁଁଜିଛନ୍‌ ୫ ପରାନୀ କୁଟୁମ

ପଲମ, ୨୫।୧ (ଡି.ଏନ୍‌.ଏ.)-
କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରି ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ଅନେକ ଜାଗାରେ ଇ ସରକାରୀ ଯୋଜନାମାନକର ସୁଫଲ ଗରିବ୍‌ ଦୁଖି ହକ୍‌ଦାର ହିତାଧିକାରୀକଁର ପାସକେ ପୁହୁଁଚି ନାଇଁପାରବାର। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଗିଗନା ପଁଚେତ୍‌ ସଦର ଗଁାରେ।
ସୂଚନା ହିସାବେ ଗିଗନା ଗଁାର ଇନ୍ଦ୍ରମଣି ହେର୍ଣ୍ଣା(୪୦)। ପରିବାର କହେଲେ ମାଏକିନା ମଞ୍ଜୁରୀ(୩୮), ଦୁଇ ପୁଓ ମୁନା(୨୦), ଛୁଟୁ(୧୮) ଆର ଝି’ ଅନିତା(୧୭)କେ ନେଇ ସଁସାର। ଇନ୍ଦ୍ରମଣି ଝନେ ନିହାତି ଗରିବ୍‌ ଲୋକ୍‌, ଜମିବାଡ଼ି ବଲି କିଛି ନାଇଁ। ଦାଦନ ଯାଇ କୁଟୁମ ପୁଷୁଥିଲେ। ଆଏଜ୍‌କେ ୫ ବଛର ତଲେ ସେ ଗଁାକେ ଫିରିଥିଲେ। ଦୁଖ୍‌ସୁଖ କରି ଗଁାର ଝନ୍‌କରନୁ ୫ ଡେସିମିଲ ଘରଡିହ ଘିନିଛନ୍‌। ହେଲେ ଅଭାବ ଅନାଟନ ଲାଗି ସେ ଭଲ ଘରଟେ ତିଆରି ନାଇଁପାରବାର। ଏନ୍‌ତାଥି ଝାଟିମାଟିର କୁରିଆଟେ କରି ଉପରେ ପଲିଥିନ୍‌ ଢାପି ପରିବାରଟା ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ଇନ୍ଦ୍ରମଣି ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଗିଗନା ପଁଚେତ୍‌ ପିଇଓ ଶନିଶ୍ଚର ସୂରାଜ ଆର ନର୍ଲା ବିଡିଓ ବ୍ୟାସଦେବ ବେହେରାକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ସରକାରୀ ସାହାଯ୍‌ କହେଲେ ଫିମାସ ପଁଚେତ୍‌ରୁ ମିଲୁଥିବାର ୨୫ କେ.ଜି. ଚାଉଲ ନ ସାହାଭରସା। ଏନ୍‌ତା ପରିସ୍ଥିତିରେ ସେ ଗଣମାଧ୍ୟମ ଜରିଆରେ ଜିଲାପାଳକୁଁ ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଅନୁରୋଧ କରିଛନ୍‌। ଇ ବାବ୍‌ଦେ ଗିଗନା ପଁଚେତ୍‌ର ପିଇଓ ଶନିଶ୍ଚର ସୂରାଜକୁଁ ପଚ୍‌ରାଲାରୁ ବରଷା ଦିନେ ତାକର ଘର ଭାଂଗି ଯାଇଥିଲା। ତାହାକୁ ପଲିଥିନ୍‌ ଯୁଗେଇ ଦିଆଯାଇଛେ। ଏସ୍‌ଇସିସି ତାଲିକାରେ ତାକର ନଁା ନଁାଇଁନ। ସେ ସରକାରୀ ଯୋଜନାରେ ଯେନ୍‌ଥେଇ ଘରଖଁଡ଼େ ପାଇପାରବେ ତାର ବେବସ୍‌ତା କରବାକେ ବିଡିଓ ବି କଥା ଦେଇଛନ୍‌ ବଲି ସେ କହିଥିଲେ।