ଆବାସ ଯୋଜନା ବାଟ୍‌ବନା: ପତରା ଜଂଗଲ ପାଲଟିଛେ ଉଜଲିକଁର ଠିକାନା

ବେଲପଡ଼ା,୧୫।୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଘାଗୁର୍ଲୀ ପଁଚେତ୍‌ ଅଧୀନ ଘଘରା ଗଁାର ବିଧବା ମହିଲା ଉଜଲି ମାଝି। ଗଲା ବଛର ବରଷାରେ ତାକର ପୁରନା ମାଏଟ୍‌ କୁରିଆଟା ଭାଂଗି ଗଲା। ଇ ବାବ୍‌ଦେ ସେ ବାରବାର ଥାନୀଅ ପରଶାସନକେ ଜନେଇ ନିରାଶ ହେଇଛନ୍‌। ଏନ୍‌ତାଥି ସେ ଗଁା ପାସର ପତରା ଜଂଗଲ ଜମିରେ ଗୁଟେ କୁରିଆ କରି ରହୁଛନ୍‌।
ସୂଚନା ଅନ୍‌ସାରେ ଘଘରା ଗଁାର ବିଧବା ମହିଲା ଉଜଲି ମାଝିକଁର ପରିବାର କହେଲେ ଗୁଟେବଲି ପୁଓ ଦେବାନନ୍ଦ ଆର ବହ, ନାତିନାତେନକୁଁ ନେଇ ସଁସାର। ଆପ୍‌ନେ ନରେନ୍ଦ୍ର ମାଝି ୫ ବଛର ତଲୁ ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ନଁା’କେ ଜମିବାଡ଼ି ଟିକେ ରହିଛେ। ହେଲେ ସେଥ୍‌ରେ ପରିବାରର ପେଟ୍‌ ପାଲବାର ସମ୍‌ଭବ ନୁହେ। ଏନ୍‌ତାଥି ପୁଓ ଦେବାନନ୍ଦ ପେଟ୍‌ପାଟନାର ଲାଗି ବଛ୍‌ରର ଅନେକ ସମିଆ କୁଟୁମବସିଆ ଦାଦନ ଖଟିଯାଉଛନ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ଗଲା ବଛର ବରଷାରେ ଉଜଲିକଁର ମାଏଟ୍‌ କୁରିଆଟା ଭାଂଗି ଗଲା। ସରକାରୀ ସାହାଯ୍‌ ଲାଗି ସେ ଥାନୀଅ ରାଜନେତା, ତହସିଲଦାର, ବିଡିଓକୁଁ ଗୁହାରି ନିରାଶ ହେଇଛନ୍‌। ଶେଷେ ତହସିଲଦାର ଘରଭଂଗା ସାହାଯ୍‌ ହିସାବେ ପଲିଥିନ୍‌ ଖଁଡ଼େ ଦେଇ ତାକର ଦାଇତିଅ ସାରିଦେଇଛନ୍‌ ବଲି ଉଜଲି କହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ଉଜଲି ଗଁା ପାସର ପତରା ଜଂଗଲ ଜମିରେ ଗୁଟେ ଝାଟିମାଟିର କୁରିଆ କରି ଉପରେ ପଲିଥିନ୍‌ ଢ଼ାପି ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ଇଆଡ଼େ ଆପ୍‌ନେ ଆରପାରକେ ଚାଲିଯିବାର ୫ ବଛର ବିତିଯାଇଥିଲେ ବି ଉଜଲି ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ବେଲପଡ଼ା ବିଡିଓ ଭିକ୍ଟର ସେରେଙ୍ଗକୁଁ ପଚ୍‌ରାଲାରୁ ଇ ଘଟନା ବାବ୍‌ଦେ ମୋର ପାସେ ସୂଚନା ନାଇଁଥାଇ କି କେହି ଅଭିଯୋଗ ନାଇଁକରି। ସେ ଯାହା ହେଉ ସରକାରକଁର ନିୟମ ହିସାବେ ସେ ‘କ’ଫର୍ମରେ ଆବେଦନ କରୁନ୍‌। ତାହାକୁ ଗୁରୁତ୍‌ ଦେଇ ଆଏବାର ୩ ମାସ୍‌ ଭିତ୍‌ରେ ଆବାସ ଘର ଯୁଗେଇ ଦେବାର ସଂଗେ ଭତା ଯୋଜନାରେ ବି ସାମିଲ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri