ଆବାସିକ ବିଦ୍ୟାଳୟର ୩ ଛାତ୍ର ନିଖୋଜ

ବାରିପଦା ଅଫିସ,୧୯।୮- ବାରିପଦା ସଦର ଥାନା ଅଧୀନ ଶିରିଶବଣୀଠାରେ ଥିବା ଏସଭିଏସ ଆବାସିିକ ବିଦ୍ୟାଳୟରେ ପଢ଼ୁଥିବା ନବମ ଶ୍ରେଣୀର ୩ ଛାତ୍ର ଗତ ୧୫ ତାରିଖ ରାତିରୁ କେଉଁଆଡ଼େ ଚାଲିଯାଇଛନ୍ତି। ଏନେଇ ୧୬ ତାରିଖରେ ବିଦ୍ୟାଳୟ ପକ୍ଷରୁ ବାରିପଦା ସଦର ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ନିଖୋଜ ଛାତ୍ରମାନଙ୍କୁ ଖୋଜୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସ୍‌ପି ଅବିନାଶ କୁମାର ରବିବାର ବାରିପଦା ଏସଡିପିଓ କେ.ପି ପଟ୍ଟନାୟକ, ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ଓ ବିଦ୍ୟାଳୟର ଅଧ୍ୟକ୍ଷା ବୀଣା ଦାସଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ନିଖୋଜ ଛାତ୍ରମାନଙ୍କୁ ଠାବ କରିବା ଲାଗି ଜିଲା ପୋଲିସ ପକ୍ଷରୁ ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଭୁବନେଶ୍ୱର ଓ ଅନ୍ୟ ଟିମ୍‌ ଟାଟା ଯାଇ ଖୋଜାଖୋଜି କରିବ ବୋଲି ଜଣାପଡିଛି।
ବିଦ୍ୟାଳୟ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି ଯେ, ୧୫ ତାରିଖ ରାତିରେ ସବୁ ରାତି ଭଳି ବିଦ୍ୟାଳୟର ହଷ୍ଟେଲ ଫାଟକରେ ତାଲା ପକାଯାଇଥିଲା। କିନ୍ତୁ ଶୁକ୍ରବାର ସକାଳେ ୩ ଛାତ୍ର ନ ଥିବା କର୍ତ୍ତୃପକ୍ଷ ଜାଣିବା ପରେ ସେମାନଙ୍କ ଅଭିଭାବକ ଓ ପୋଲିସକୁ ସୂଚନା ଦିଆଯାଇଥିଲା। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରିବା ପରେ ଏହି ୩ ଛାତ୍ର ବାରିପଦା ରେଳ ଷ୍ଟେଶନକୁ ଯାଇଥିବାର ବାରିପଦା ସହରର ମୁଖ୍ୟ ରାସ୍ତାରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରାରୁ ଜଣାପଡିଥିଲା। ଗୁରୁବାର ଷ୍ଟେଶନ ବଜାର ଗଡାଣିଠାରେ ରାତି ପ୍ରାୟ ୩ଟା ବେଳେ ଡ୍ୟୁଟି କରୁଥିବା ଜଣେ ପୋଲିସ କର୍ମଚାରୀ ଏହି ଛାତ୍ରମାନଙ୍କୁ ଅଟକାଇ ପଚରା ଉଚୁରା କରିଥିଲେ। ସେମାନେ ବିଟେକ୍‌ ପଢ଼ୁଛନ୍ତି ଓ ଭୁବନେଶ୍ୱର ଯାଉଥିବା କହି ଖସି ଯାଇଥିଲେ। ଛାତ୍ରମାନେ ଭୁବନେଶ୍ୱର ଯାଇଥିବା ପୋଲିସ ସନ୍ଦେହ କରୁଛି। ଏକ କାଗଜରେ ସେମାନେ କେଉଁ ରାସ୍ତା ଦେଇ ବିଦ୍ୟାଳୟରୁ ବାହାରକୁ ଯିବେ ସେ ନେଇ ତିଆରି କରିଥିବା ଡାଏଗ୍ରାମ ପୋଲିସର ହସ୍ତଗତ ହୋଇଥିବା ସଦର ଥାନା ଅଧିକାରୀ କହିଛନ୍ତି। ଛାତ୍ରମାନଙ୍କୁ ଠାବ କରିବା ପରେ ହିଁ ସେମାନେ କ’ଣ ପାଇଁ ବିଦ୍ୟାଳୟ ଛାଡି ଚାଲିଯାଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri