Categories: ଖେଳ

ଆଫ୍ରିଦୀଙ୍କ ଘରେ କିମ୍ବଦନ୍ତୀଙ୍କ ରାତ୍ରଭୋଜନ

ଦୋହା,୩୦।୯: ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ କରାଚୀ ସ୍ଥିତ ବାସଭବନରେ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ମାଇକେଲ ହୋଲ୍ଡିଂଙ୍କ ରାତ୍ରଭୋଜନ କରିଛନ୍ତି। ଏ ନେଇ ଆଫ୍ରିଦୀ ରବିବାର ବିଳମ୍ବିତ ରାତିରେ ଫଟୋ ଟୁଇଟ୍‌ କରିଛନ୍ତି। ହୋଲ୍ଡିଂ, ଆଫ୍ରିଦୀଙ୍କ ସହ ପୂର୍ବତନ ପାକିସ୍ତାନ ଓପନର ସଇଦ ଆନଓ୍ବାର ମଧ୍ୟ ରହିଛନ୍ତି। କିମ୍ବଦନ୍ତୀ ହୋଲ୍ଡିଂଙ୍କ ପାଇଁ ଘରେ ରାତ୍ରଭୋଜନ ଆୟୋଜନ କରିବା ମୋ ପାର୍ଇ ସମ୍ମାନର ବିଷୟ। ଆମ ସହ ଯୋଗଦେଇଥିବା ଆନଓ୍ବାରଙ୍କୁ ମଧ୍ୟ ଧନ୍ୟବାଦ ବୋଲି କ୍ୟାପଶନରେ ଲେଖିଛନ୍ତି। ଏଠାରେ ସୁରକ୍ଷା ନେଇ ମୁଁ ଚିନ୍ତିତ ନୁହେଁ। ନହେଲେ ପାକିସ୍ତାନ ଗସ୍ତ କରି ନ ଥାନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତ କରିବା ଏକ ଭଲ ପଦକ୍ଷେପ ବୋଲି ହୋଲ୍ଡିଂ କହିଛନ୍ତି।

Share