Categories: ଖେଳ

ଆଫଗାନିସ୍ତାନ ଦଳରେ ଅଲାମଙ୍କ ସ୍ଥାନରେ ଶିର୍‌ଜାଦ

ଲିଡ୍ସ, ୨୮ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆଫଗାନିସ୍ତାନର ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଅଫତାବ ଆଲାମ ବାଦ୍‌ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ବାମହାତୀ ମିଡିୟମ ପେସ୍‌ ବୋଲର ସୟେଦ ଅହମ୍ମଦ ଶିର୍‌ଜାଦଙ୍କୁ ଦଳରେ ସ୍ଥାନ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟ କରିଦିଆଯାଇଛି। ଏକ ବିଶେଷ ପରିସ୍ଥିତିରେ ଆଲାମଙ୍କ ସ୍ଥାନରେ ଶିରଜାଦଙ୍କୁ ନିଆଯାଇଥିବା ଆଇସିସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ ୨୦୧୯ର ଇଭେଣ୍ଟ ଟେକ୍‌ନିକାଲ କମିଟି ଦ୍ୱାରା ଏହା ଅନୁମୋଦନ ଲାଭ କରିଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଖେଳିସାରିଥିବା ସମସ୍ତ ୭ଟି ଗେମ୍‌ରେ ପରାଜୟ ସହ ବିଶ୍ୱକପ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ସମ୍ମାନ ରକ୍ଷା ପାଇଁ ଏହି ଦଳ ଶନିବାର ପାକିସ୍ତାନ ଏବଂ ଜୁଲାଇ ୪ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ।

Share