ଆନ୍ଧ୍ର-ଗଞ୍ଜାମ ସୀମାନ୍ତରେ ୨୪ ଘଣ୍ଟିଆ ଅନ୍‌ଲାଇନ୍‌ ପଞ୍ଜୀକରଣ

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ -ଗଞ୍ଜାମ ଜିଲା ସୀମାନ୍ତ ଗିରିଶୋଳା ତନଖି ଫାଟକରେ ଅନ୍ୟ ରାଜ୍ୟରୁ ଆସୁଥିବା ଗାଡ଼ି ଓ ଶ୍ରମିକଙ୍କ ୨୪ ଘଣ୍ଟିଆ ପଞ୍ଜୀକରଣ କରାଯାଉଛି। କୋଭିଡ୍‌ ପୋର୍ଟାଲରେ ଅନ୍‌ଲାଇନ୍‌ରେ ହେଉଥିବା ଏହି ପଞ୍ଜୀକରଣ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହେଉଛି। ଏହି ୨୪ ଘଣ୍ଟିଆ ପଞ୍ଜୀକରଣ କାର୍ଯ୍ୟ ଜିଲା ଶିକ୍ଷାଧିକାରୀ ଓ ଗଞ୍ଜାମ ଆର୍‌ଟିଓ ଅଫିସର ଅଧିକାରୀ, କର୍ମଚାରୀ ୩ଟି ସିଫ୍ଟରେ କରୁଛନ୍ତି। ଅନ୍ୟ ରାଜ୍ୟରୁ ଓଡ଼ିଶାର ଗଞ୍ଜାମ ଓ ଅନ୍ୟ ଜିଲାକୁ କେତେକ ଶ୍ରମିକ ଗାଡ଼ି ଓ ଚାଲିକି କିମ୍ବା ସାଇକେଲ ଯୋଗେ ଏହି ତନଖି ଫାଟକ ଦେଇ ଗଞ୍ଜାମ ଜିଲାକୁ ପ୍ରବେଶ କରିବାରେ ଲାଗିଛନ୍ତି। ଚାଲିକି ଆସୁଥିବା ଶ୍ରମିକଙ୍କୁ ନିକଟସ୍ଥ ହଳଦିଆପଦର ବସ୍‌ଷ୍ଟାଣ୍ଡକୁ ନିଆଯାଉଛି। ସେଠାରେ ଖାଦ୍ୟ ପ୍ୟାକେଟ୍‌ ଓ ପାଣି ଦେବା ପରେ ଶ୍ରମିକଙ୍କୁ ଗଞ୍ଜାମର ନିଜ ବ୍ଲକ ଓ ଜିଲାଗୁଡ଼ିକୁ ଗାଡ଼ି ଯୋଗେ ପଠାଯାଉଛି। ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଜିଲା କୋଭିଡ୍‌ ସେଲ୍‌ ଓ ଆର୍‌ଟିଓ ଅଫିସରୁ ସୂଚନା ଦିଆଯାଇଛି। ଚଳିତ ମାସ ୨ ତାରିଖରୁ ଏହି ପଞ୍ଜୀକରଣ କାର୍ଯ୍ୟ ଓ ନିଜ ଅଞ୍ଚଳକୁ ଶ୍ରମିକମାନଙ୍କୁ ପଠାଯିବା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri