ଆଧାରକାର୍ଡ ପାଇଁ ଆଖି ବାଧକ

ଭୁବନ, ୬।୫(ଡି.ଏନ.ଏ.) – ଜନ୍ମରୁ ଆଖି ନାହିଁ। ଆଖି ନ ଥିବାରୁ ହୋଇପାରୁନି ଆଧାରକାର୍ଡ। ଆଧାରକାର୍ଡ ନ ଥିବାରୁ ମିଳୁନି କୌଣସି ସରକାରୀ ସହାୟତା। ଏପରି ସ୍ଥିତିରେ ଭତ୍ତା ଟଙ୍କାରେ ବଡ଼ ଦୁଃଖକଷ୍ଟରେ ଚଳୁଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ଚିନ୍ନାରା ସାହିର ପ୍ରତିମା ପୋଥାଳ (୪୦) ଏବଂ ତାଙ୍କ ମା’।
ପ୍ରତିମାଙ୍କ ବାପା, ଭାଇ ମଧ୍ୟ ଦୃଷ୍ଟିହୀନ। ବାପାଙ୍କ ମୃତ୍ୟୁ ହୋଇଯାଇଛି। ଭାଇ ନିଜ ପରିବାର ସହ ଅଲଗା ରହୁଛନ୍ତି। ପୈତୃକ ଘର ଭାଙ୍ଗିରୁଜି ଯାଇଥିବାରୁ ପ୍ରତିମା ଏବେ ନିଜ ବିଧବା ମା’ଙ୍କ ସହ ଭଡ଼ାଘରେ ରହୁଛନ୍ତି। ହେଲେ ଦୁଇଜଣଙ୍କ ମିଳୁଥିବା ଭତ୍ତା ଟଙ୍କାରେ ମାସତମାମ ଚଳିବା କଷ୍ଟକର ହୋଇପଡୁଛି। ଏ ନେଇ ପ୍ରତିମା କୁହନ୍ତି, ଆଧାରକାର୍ଡ କରିବାକୁ ହେଲେ ଆଖିର ସ୍କାନ୍‌ କରିବା ନିୟମ ରହିଛି। ହେଲେ ଆଖି ନ ଥିବାରୁ ଏହା ହୋଇପାରୁନାହିଁ। ଆଧାରକାର୍ଡ କରିବାକୁ ସେ ଅନେକ ଥର ଜନସେବା କେନ୍ଦ୍ରଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କ ସହାୟତା ଲୋଡ଼ି ନିରାଶ ହୋଇଥିଲେ। ଜିଲାପାଳଙ୍କ ଜନଶୁଣାଣି ଶିବିରରୁ ତାଙ୍କୁ ପ୍ରତିଶ୍ରୁତି ମିଳିବା ପରେ ସେ ଆଧାରକାର୍ଡ ପାଇବେ ବୋଲି ଆଶା ବାନ୍ଧିଥିଲେ। ହେଲେ ଏଯାଏ ତାଙ୍କର ଦାବି ପୂରଣ ହୋଇନାହିଁ। କରୋନା ସଙ୍କଟ ସମୟରେ ଆଧାରକାର୍ଡ ନ ଥିବାରୁ ସେ ବିଭିନ୍ନ ସହାୟତାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ସାମାନ୍ୟ ଆଧାରକାର୍ଡଟିଏ ହୋଇ ନ ପାରିବା ପରିତାପର ବିଷୟ ବୋଲି କ୍ଷୋଭବ୍ୟକ୍ତ କରିଛନ୍ତି ପ୍ରତିମା।
ଏ ନେଇ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, ଅଭିଯୋଗର ତଦନ୍ତ କରାଯିବ। ହିତାଧିକାରୀ କିପରି ସରକାରୀ ସହାୟତା ପାଇବେ ତାହାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri