ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନୂତନ ନିଯୁକ୍ତି, ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଏନେଇ ନିଯୁକ୍ତି ପ୍ରସ୍ତାବକୁ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ପ୍ରଦାନ କରିଛନ୍ତି।

ପ୍ରକାଶଯୋଗ୍ୟ, ସ୍ବେଚ୍ଛାକୃତ ଅବସର ନେବା ଲାଗି ପାଢ଼ୀ ଆବେଦନ କରିଥିଲେ। ତେବେ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଏକ ଫାଇଲ ଅନୁମୋଦନ ଲାଗି ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା। ରାଜ୍ୟପାଳଙ୍କ ଅନମୋଦନ ପରେ ତାଙ୍କର ସ୍ବେଚ୍ଛାକୃତ ଅବସର ପ୍ରସ୍ତାବକୁ ଗ୍ରହଣ କରାଯିବାର ଯୋଜନା ରହିଥିଲା। ତାଙ୍କ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟପାଳ ଅନୁମୋଦନ କରିବା ପରେ ଏବେ ପାଢ଼ୀଙ୍କ ଅବସର ଆବେଦନକୁ ସରକାର ଗ୍ରହଣ କରିବେ। ହେଲେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।