ଆଢୁଆଳରେ ‘ଅଦିନ ମେଘ’ର ନାୟିକା

ପୁରୀ ଅଫିସ,୩ା୩: କୁନ୍ତଳା କୁମାରୀ ଆଚାର୍ଯ୍ୟ। ବୟସ ୯୦ ଛୁଇଁଲାଣି। ପୁରୀ ସହରସ୍ଥ ହାବେଳି ଗଳିରେ ରହୁଥିବା କୁନ୍ତଳା ‘ଅଦିନ ମେଘ’ର ନାୟିକା ଭାବେ ବେଶ୍‌ ପରିଚିତା। ତାଙ୍କ ଲିଖିତ ‘ଅଦିନ ମେଘ’ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର ଏକଦା ଓଡ଼ିଶାରେ ବେଶ୍‌ ଚହଳ ସୃଷ୍ଟି କରିଥିଲା। ଏବେ ବି ପରିଣତ ବୟସରେ ଲେଖନୀ ଚାଳନାରେ ସେ ବ୍ରତୀ। କିନ୍ତୁ ଓଡ଼ିଆ ସାହିତ୍ୟର ବର୍ତ୍ତମାନ ସ୍ଥିତିକୁ ନେଇ ସେ ମନ ଊଣା କରନ୍ତି। ତାଙ୍କ ମତରେ ବର୍ତ୍ତମାନ ସାହିତ୍ୟରେ ସାମାଜିକ ମୂଲ୍ୟବୋଧ କିଛି ରହୁନାହିଁ। ଦୀନ, ଦୁଃଖୀ ଏବଂ ସମାଜର ଅବହେଳିତଙ୍କ କଥା ସାହିତି୍ୟରେ ଲୋକଙ୍କୁ ଛୁଇଁ ପାରୁନାହିଁ। ବର୍ତ୍ତମାନର ସାମାଜିକ ଚଳଣି ଓ ବିକାଶକୁ ନେଇ ସାହିତ୍ୟ ସୃଷ୍ଟି ହେଉନାହିଁ। ତେଣୁ କୁନ୍ତଳାଙ୍କ ମନରେ କ୍ଷୋଭ ଆସୁଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ତା’ର ପ୍ରାଚୀନ ଦସ୍ତାବିଜ୍‌ଗୁଡ଼ିକ ଲୋକଲୋଚନକୁ ଆସିବ ବୋଲି ଯାହା ଆଶା କରାଯାଉଥିଲା ତାହା ସମ୍ଭବ ହେବାପରି ଲାଗୁ ନାହିଁ। ଆମର ପୁରାତନ ସାହିତ୍ୟ ବର୍ତ୍ତମାନର ଯୁବ ସମାଜ ପାଖରେ କିପରି ପହଞ୍ଚତ୍ବ, ତାହାର ଠିକ୍‌ ମୂଲ୍ୟାୟନ ହୋଇପାରିବ ଏବଂ ସେ ସମ୍ପର୍କରେ ସେମାନେ ଯେପରି ଅବଗତ ହେବେ ସେଥିପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ୱ ରହିଛି ବୋଲି କହିଛନ୍ତି କୁନ୍ତଳା।
ଏହି ଲେଖିକାଙ୍କର ୧୮ ଖଣ୍ଡ ପୁସ୍ତକ ମଧ୍ୟରେ ‘ଅଦିନ ମେଘ’ ରାଷ୍ଟ୍ରପତି ପୁରସ୍କାର ପାଇ ଓଡ଼ିଆ ସାହିତ୍ୟର ଗୌରବ ବୃଦ୍ଧି କରିଥିଲା। ‘ଅଦିନ ମେଘ’ ଚଳଚ୍ଚିତ୍ରକୁ ବି ପ୍ରଶଂସା କରିଥିଲେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। କୁନ୍ତଳାଙ୍କ ଏକ ପୁସ୍ତକ ମୁଖବନ୍ଧରେ ନନ୍ଦିନୀ ଲେଖିଥିଲେ, ‘ଅଦିନ ମେଘ’ ଚଳଚ୍ଚିତ୍ରର ସଫଳତା କୁନ୍ତଳାଙ୍କୁ ଯଥେଷ୍ଟ ଖ୍ୟାତି ଓ ସମ୍ମାନ ଆଣିଦେଇଛି।
କୁନ୍ତଳାଙ୍କ ଉପନ୍ୟାସ ‘ଦୂର ଦିଗନ୍ତ’, ‘ଜୀବନ ମହାନିଶା’, ‘ଏକାନ୍ତ ଆପଣାର’ ‘ତା’ ପରେ’ ବହୁ ପାଠକୀୟ ଆଦୃତି ପାଇଛି। ତାଙ୍କର ଗଳ୍ପ ପୁସ୍ତକ ‘ନୀଳ ଅନଳ’, ‘ହିସାବ ଖାତା’ ଯେଉଁଭଳି ଓଡ଼ିଶାର ଗଳ୍ପ ଜଗତରେ ସ୍ମାରକୀ ହୋଇରହିଛି ସେହିଭଳି ତାଙ୍କ ଅନୁବାଦ ପୁସ୍ତକ ‘ଶେଷରେ…’, ‘ଇଚ୍ଛା ନଈର ସୁଅ’, ‘ଅଲିଖିତ ଅନୁଲିପି’ ଗୋଟିଏ ଗୋଟିଏ ସଫଳ କୃତି। କୁନ୍ତଳା ସାରା ଜୀବନ ସାହିତ୍ୟ ଓ ସମାଜସେବା ସହିତ ଜଡ଼ିତ ରହିଛନ୍ତି। ସୀମା ଆନ୍ଦୋଳନ, ଭୂଦାନ ଆନ୍ଦୋଳନ, ନାରୀଶିକ୍ଷା ଆନ୍ଦୋଳନରେ ପ୍ରତ୍ୟକ୍ଷ ସହଯୋଗ କରି ସେ ଜାନକୀଦେବୀ ବଜାଜ ପୁରସ୍କାର ଓ କସ୍ତୁରବା ଗାନ୍ଧୀ ସମ୍ମାନ ପାଇଛନ୍ତି। ଏହି ପ୍ରତିଭା ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିଲେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ କିମ୍ବା ଓଡ଼ିଶା ସାହିତ୍ୟ ଏକାଡେମୀ ଏଯାଏ ତାଙ୍କୁ କୌଣସି ପୁରସ୍କାର ଦେଇ ନାହିଁ। ତଥାପି ମନରେ ଅବସୋସ କି ଅନୁତାପ ନାହିଁ, ଅଭିଯୋଗ ବି ନାହିଁ। କିପରି ଓଡ଼ିଆ ସାହିତ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ଆଦୃତି ଲାଭ କରିବ ସେ ନେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସହ ବାର୍ତ୍ତାଳାପ ବେଳେ କହି ସେ ବେଶ୍‌ ଭାବପ୍ରବଣ ହୋଇପଡ଼ିଥିଲେ। ତାଙ୍କର ସମସାମୟିକ ସାହିତି୍ୟକ ଏମାର୍‌କେଆର୍‌ ଓଡ଼ିଆ ସାହିତ୍ୟର ସବୁ ବିଭାଗର ପ୍ରଚାର ପ୍ରସାର ହେବା ଉପରେ ଯେପରି ଗୁରୁତ୍ୱାରୋପ କରିଥିଲେ କୁନ୍ତଳା ମଧ୍ୟ ସେମିତି ମତ ରଖିଛନ୍ତି। କିନ୍ତୁ ଏଥିପାଇଁ କେବଳ ସରକାରୀ ପ୍ରୋତ୍ସାହନ ନୁହେଁ, ବେସରକାରୀସ୍ତରରେ ମଧ୍ୟ ସମସ୍ତେ ପ୍ରଯତ୍ନ ହେବା ଦରକାର ବୋଲି ସେ କହିଛନ୍ତି।

ସେ ହେଉଛନ୍ତି ‘ଅଦିନ ମେଘ’ର ନାୟିକା। ତାଙ୍କ ଲିଖିତ ‘ଅଦିନ ମେଘ’ ଉପନ୍ୟାସ କେବଳ କାଗଜପୃଷ୍ଠାରେ ଆବଦ୍ଧ ନ ଥିଲା, ସମସ୍ତଙ୍କ ମନକୁ ଛୁଇଁ ପହଞ୍ଚତ୍ଥିଲା ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ। ଆଉ ଏହାର କାହାଣୀକୁ ନେଇ ତିଆରି ହୋଇଥିଲା ଲୋକପ୍ରିୟ ଚଳଚ୍ଚିତ୍ର ‘ଅଦିନ ମେଘ’। କେବଳ ଏହି ଗୋଟିଏ ନୁହେଁ, ତାଙ୍କ କଲମ ମୁନରୁ ଝରିପଡ଼ିିଛି ସାମାଜିକ ବାର୍ତ୍ତା ବହନ କରୁଥିବା ଅନେକ ସାହିତ୍ୟ କୃତି। ପରିଣତ ବୟସରେ ବି ଲେଖାଲେଖିରୁ ମୋହ ତୁଟାଇ ପାରି ନ ଥିବା ଏହି ପ୍ରତିଭା ହେଉଛନ୍ତି କୁନ୍ତଳା କୁମାରୀ ଆଚାର୍ଯ୍ୟ। ୧୮ଟି ପୁସ୍ତକର ଏହି ସ୍ରଷ୍ଟାଙ୍କ ଉପରେ କିନ୍ତୁ ଏପର୍ଯ୍ୟନ୍ତ ସାହିତ୍ୟ ଏକାଡେମୀର ଦୃଷ୍ଟି ପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?