ଆଢୁଆଳରେ ‘ଅଦିନ ମେଘ’ର ନାୟିକା

ପୁରୀ ଅଫିସ,୩ା୩: କୁନ୍ତଳା କୁମାରୀ ଆଚାର୍ଯ୍ୟ। ବୟସ ୯୦ ଛୁଇଁଲାଣି। ପୁରୀ ସହରସ୍ଥ ହାବେଳି ଗଳିରେ ରହୁଥିବା କୁନ୍ତଳା ‘ଅଦିନ ମେଘ’ର ନାୟିକା ଭାବେ ବେଶ୍‌ ପରିଚିତା। ତାଙ୍କ ଲିଖିତ ‘ଅଦିନ ମେଘ’ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର ଏକଦା ଓଡ଼ିଶାରେ ବେଶ୍‌ ଚହଳ ସୃଷ୍ଟି କରିଥିଲା। ଏବେ ବି ପରିଣତ ବୟସରେ ଲେଖନୀ ଚାଳନାରେ ସେ ବ୍ରତୀ। କିନ୍ତୁ ଓଡ଼ିଆ ସାହିତ୍ୟର ବର୍ତ୍ତମାନ ସ୍ଥିତିକୁ ନେଇ ସେ ମନ ଊଣା କରନ୍ତି। ତାଙ୍କ ମତରେ ବର୍ତ୍ତମାନ ସାହିତ୍ୟରେ ସାମାଜିକ ମୂଲ୍ୟବୋଧ କିଛି ରହୁନାହିଁ। ଦୀନ, ଦୁଃଖୀ ଏବଂ ସମାଜର ଅବହେଳିତଙ୍କ କଥା ସାହିତି୍ୟରେ ଲୋକଙ୍କୁ ଛୁଇଁ ପାରୁନାହିଁ। ବର୍ତ୍ତମାନର ସାମାଜିକ ଚଳଣି ଓ ବିକାଶକୁ ନେଇ ସାହିତ୍ୟ ସୃଷ୍ଟି ହେଉନାହିଁ। ତେଣୁ କୁନ୍ତଳାଙ୍କ ମନରେ କ୍ଷୋଭ ଆସୁଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ତା’ର ପ୍ରାଚୀନ ଦସ୍ତାବିଜ୍‌ଗୁଡ଼ିକ ଲୋକଲୋଚନକୁ ଆସିବ ବୋଲି ଯାହା ଆଶା କରାଯାଉଥିଲା ତାହା ସମ୍ଭବ ହେବାପରି ଲାଗୁ ନାହିଁ। ଆମର ପୁରାତନ ସାହିତ୍ୟ ବର୍ତ୍ତମାନର ଯୁବ ସମାଜ ପାଖରେ କିପରି ପହଞ୍ଚତ୍ବ, ତାହାର ଠିକ୍‌ ମୂଲ୍ୟାୟନ ହୋଇପାରିବ ଏବଂ ସେ ସମ୍ପର୍କରେ ସେମାନେ ଯେପରି ଅବଗତ ହେବେ ସେଥିପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ୱ ରହିଛି ବୋଲି କହିଛନ୍ତି କୁନ୍ତଳା।
ଏହି ଲେଖିକାଙ୍କର ୧୮ ଖଣ୍ଡ ପୁସ୍ତକ ମଧ୍ୟରେ ‘ଅଦିନ ମେଘ’ ରାଷ୍ଟ୍ରପତି ପୁରସ୍କାର ପାଇ ଓଡ଼ିଆ ସାହିତ୍ୟର ଗୌରବ ବୃଦ୍ଧି କରିଥିଲା। ‘ଅଦିନ ମେଘ’ ଚଳଚ୍ଚିତ୍ରକୁ ବି ପ୍ରଶଂସା କରିଥିଲେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। କୁନ୍ତଳାଙ୍କ ଏକ ପୁସ୍ତକ ମୁଖବନ୍ଧରେ ନନ୍ଦିନୀ ଲେଖିଥିଲେ, ‘ଅଦିନ ମେଘ’ ଚଳଚ୍ଚିତ୍ରର ସଫଳତା କୁନ୍ତଳାଙ୍କୁ ଯଥେଷ୍ଟ ଖ୍ୟାତି ଓ ସମ୍ମାନ ଆଣିଦେଇଛି।
କୁନ୍ତଳାଙ୍କ ଉପନ୍ୟାସ ‘ଦୂର ଦିଗନ୍ତ’, ‘ଜୀବନ ମହାନିଶା’, ‘ଏକାନ୍ତ ଆପଣାର’ ‘ତା’ ପରେ’ ବହୁ ପାଠକୀୟ ଆଦୃତି ପାଇଛି। ତାଙ୍କର ଗଳ୍ପ ପୁସ୍ତକ ‘ନୀଳ ଅନଳ’, ‘ହିସାବ ଖାତା’ ଯେଉଁଭଳି ଓଡ଼ିଶାର ଗଳ୍ପ ଜଗତରେ ସ୍ମାରକୀ ହୋଇରହିଛି ସେହିଭଳି ତାଙ୍କ ଅନୁବାଦ ପୁସ୍ତକ ‘ଶେଷରେ…’, ‘ଇଚ୍ଛା ନଈର ସୁଅ’, ‘ଅଲିଖିତ ଅନୁଲିପି’ ଗୋଟିଏ ଗୋଟିଏ ସଫଳ କୃତି। କୁନ୍ତଳା ସାରା ଜୀବନ ସାହିତ୍ୟ ଓ ସମାଜସେବା ସହିତ ଜଡ଼ିତ ରହିଛନ୍ତି। ସୀମା ଆନ୍ଦୋଳନ, ଭୂଦାନ ଆନ୍ଦୋଳନ, ନାରୀଶିକ୍ଷା ଆନ୍ଦୋଳନରେ ପ୍ରତ୍ୟକ୍ଷ ସହଯୋଗ କରି ସେ ଜାନକୀଦେବୀ ବଜାଜ ପୁରସ୍କାର ଓ କସ୍ତୁରବା ଗାନ୍ଧୀ ସମ୍ମାନ ପାଇଛନ୍ତି। ଏହି ପ୍ରତିଭା ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିଲେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ କିମ୍ବା ଓଡ଼ିଶା ସାହିତ୍ୟ ଏକାଡେମୀ ଏଯାଏ ତାଙ୍କୁ କୌଣସି ପୁରସ୍କାର ଦେଇ ନାହିଁ। ତଥାପି ମନରେ ଅବସୋସ କି ଅନୁତାପ ନାହିଁ, ଅଭିଯୋଗ ବି ନାହିଁ। କିପରି ଓଡ଼ିଆ ସାହିତ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ଆଦୃତି ଲାଭ କରିବ ସେ ନେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସହ ବାର୍ତ୍ତାଳାପ ବେଳେ କହି ସେ ବେଶ୍‌ ଭାବପ୍ରବଣ ହୋଇପଡ଼ିଥିଲେ। ତାଙ୍କର ସମସାମୟିକ ସାହିତି୍ୟକ ଏମାର୍‌କେଆର୍‌ ଓଡ଼ିଆ ସାହିତ୍ୟର ସବୁ ବିଭାଗର ପ୍ରଚାର ପ୍ରସାର ହେବା ଉପରେ ଯେପରି ଗୁରୁତ୍ୱାରୋପ କରିଥିଲେ କୁନ୍ତଳା ମଧ୍ୟ ସେମିତି ମତ ରଖିଛନ୍ତି। କିନ୍ତୁ ଏଥିପାଇଁ କେବଳ ସରକାରୀ ପ୍ରୋତ୍ସାହନ ନୁହେଁ, ବେସରକାରୀସ୍ତରରେ ମଧ୍ୟ ସମସ୍ତେ ପ୍ରଯତ୍ନ ହେବା ଦରକାର ବୋଲି ସେ କହିଛନ୍ତି।

ସେ ହେଉଛନ୍ତି ‘ଅଦିନ ମେଘ’ର ନାୟିକା। ତାଙ୍କ ଲିଖିତ ‘ଅଦିନ ମେଘ’ ଉପନ୍ୟାସ କେବଳ କାଗଜପୃଷ୍ଠାରେ ଆବଦ୍ଧ ନ ଥିଲା, ସମସ୍ତଙ୍କ ମନକୁ ଛୁଇଁ ପହଞ୍ଚତ୍ଥିଲା ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ। ଆଉ ଏହାର କାହାଣୀକୁ ନେଇ ତିଆରି ହୋଇଥିଲା ଲୋକପ୍ରିୟ ଚଳଚ୍ଚିତ୍ର ‘ଅଦିନ ମେଘ’। କେବଳ ଏହି ଗୋଟିଏ ନୁହେଁ, ତାଙ୍କ କଲମ ମୁନରୁ ଝରିପଡ଼ିିଛି ସାମାଜିକ ବାର୍ତ୍ତା ବହନ କରୁଥିବା ଅନେକ ସାହିତ୍ୟ କୃତି। ପରିଣତ ବୟସରେ ବି ଲେଖାଲେଖିରୁ ମୋହ ତୁଟାଇ ପାରି ନ ଥିବା ଏହି ପ୍ରତିଭା ହେଉଛନ୍ତି କୁନ୍ତଳା କୁମାରୀ ଆଚାର୍ଯ୍ୟ। ୧୮ଟି ପୁସ୍ତକର ଏହି ସ୍ରଷ୍ଟାଙ୍କ ଉପରେ କିନ୍ତୁ ଏପର୍ଯ୍ୟନ୍ତ ସାହିତ୍ୟ ଏକାଡେମୀର ଦୃଷ୍ଟି ପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri