Posted inଖେଳ

ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ: ଜୋକୋଭିଚ୍‌ଙ୍କ ଡବଲ ପରାଜୟ

ବେଲଗ୍ରେଡ, ୧୫।୬: ଏଠାରେ ଆରମ୍ଭ ହୋଇଥିବା ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଅନୁଷ୍ଠିତ ୨ଟିଯାକ ମ୍ୟାଚ ହାରି ଯାଇଛନ୍ତି ବିଶ୍ୱର ନମ୍ବରଓ୍ବାନ ଖେଳାଳି ନୋଭାକ୍‌ ଜୋକୋଭିଚ୍‌। ସର୍ବୀୟ ସାଥୀ ଖେଳାଳି ଭିକ୍ଟର ଟ୍ରୋଇକି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଜୋକୋଭିଚ୍‌ଙ୍କ ଉଦ୍ୟମରେ ହିଁ ଏହି ଟୁର୍ନାମେଣ୍ଟ ଆୟୋଜନ ହୋଇଛି। ପ୍ରଥମ ଦିବସରେ ଜୋକୋଭିଚ୍‌ଙ୍କୁ ଡବଲ୍‌ ଝଟ୍‌କା ଲାଗିଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଟେନେଗ୍ରୋଠାରେ ଚଳିତମାସ ୨୭ ଓ ୨୮ ତାରିଖରେ ହେବାକୁଥିବା ଆଡ୍ରିଆ ଟୁର୍‌ର ତୃତୀୟ ଲେଗ୍‌ ବାତିଲ ହୋଇଛି। ମାଣ୍ଟେନେଗ୍ରୋ ଲେଗ୍‌ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ୪୦୦୦ ଦର୍ଶକଙ୍କ ସମ୍ମୁଖରେ ଏକ ସାକ୍ଷାତକାରରେ ଜୋକୋଭିଚ୍‌ ପ୍ରକାଶ କରିଛନ୍ତି। କୋଭିଡ-୧୯ କାରଣରୁ ସର୍ବିୟାରେ ୧୨,୨୫୧ ପଜିଟିଭ୍‌ କେସ୍‌ ଥିବାବେଳେ ୨୫୩ ଜଣ ପ୍ରାଣ ହରାଇଛନ୍ତି। ତେଣୁ ବାହାରର କୌଣସି ବ୍ୟକ୍ତିଙ୍କୁ ମଣ୍ଟେନେଗ୍ରୋ ଯିବାକୁ ଅନୁମତି ନାହିଁ। ଆଡ୍ରିଆ ଟୁର୍‌ର ଦ୍ୱିତୀୟ ଚରଣ ଜୁନ ୨୦-୨୧ରେ କ୍ରୋଏସିଆର କୋଷ୍ଟାଲ ରିସର୍ଟ ଜାଦାରଠାରେ ଏବଂ ୪ର୍ଥ ତଥା ଅନ୍ତିମ ଚରଣ ବୋସନିଆର ବଞ୍ଜା ଲୁକାଠାରେ ଜୁଲାଇ ୩-୪ରେ ଅନୁଷ୍ଠିତ ହେବ।
ପ୍ରଥମ ମ୍ୟାଚରେ ଟ୍ରୋଇକିଙ୍କଠାରୁ ସିଧାସଳଖ ସେଟ୍‌ରେ ହାରିଥିବା ଟପ୍‌ ସିଡ୍‌ ଜୋକୋଭିଚ୍‌ ଦ୍ୱିତୀୟ ମ୍ୟାଚରେ କ୍ରାଜିନୋଭିଚ୍‌ଙ୍କଠାରୁ ୪-୨, ୨-୪, ୧-୪ ସେଟ୍‌ରେ ପରାଜିତ ହୋଇଛନ୍ତି। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ବୋସନିଆର ଡାମିର ଜୁମୁର ରିଟାୟର୍ଡ ହୋଇଥିବାରୁ ସହଜରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଦ୍ୱିତୀୟ ସିଡ୍‌ ତଥା ଅଷ୍ଟ୍ରିଆର ୩ ନମ୍ବର ଖେଳାଳି ଡୋମିନିକ୍‌ ଥିମ ୧-୪, ୪-୧, ୪-୩ ସେଟ୍‌ରେ ଡୁସାନ ଲାଜୋଭିକ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ବୁଲଗେରିଆର ଗ୍ରିଗୋର ଡିମିଟ୍ରୋଭ୍‌ ସିଧାସଳଖ ସେଟ୍‌ରେ ଲାଜୋଭିକ୍‌ଙ୍କୁ ହରାଇଥିଲେ ହେଁ ସ୍ଥାନୀୟ ଖେଳାଳି ନିକୋଲା ମିଲୋଜେଭିଚ୍‌ଙ୍କଠାରୁ ୧-୪, ୩-୪ ସେଟ୍‌ରେ ହାରିଛନ୍ତି। କ୍ରାଜିନୋଭିଚ୍‌ଙ୍କୁ ୦-୪, ୪-୩, ୪-୩ ସେଟ୍‌ରେ ହରାଇଥିବା ଆଲେକଜାଣ୍ଡର ଜେଭରେଭ ଦ୍ୱିତୀୟ ରାଉଣ୍ଡରେ ଟ୍ରୋଇକିଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri