ଆଟେଣ୍ଡାଣ୍ଟଙ୍କ ଦ୍ୱାରା ଚାଲିଛି ପ୍ରାଣୀ ଚିକିତ୍ସା

ଗୋପାଳପୁର,୮ା୨-କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବଜେଟରେ ମଧ୍ୟ କୃଷକଙ୍କ ବିକାଶ ପାଇଁ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ବ୍ୟୟ ଅଟକଳ କରୁଛନ୍ତି। ଚାଷୀମାନଙ୍କ ନିମନ୍ତେ ରିହାତିରେ ଋଣ ପ୍ରଦାନ ବ୍ୟବସ୍ଥା କରାଯାଉଛି। ବିଶେଷ କରି ମାଛ ଚାଷ ସହ ଗୋପାଳନ, ଛେଳି, ମେଣ୍ଢା, କୁକୁଡା ପାଳନ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଯୋଜନା କିଭଳି ସଫଳ ରୂପାୟନ ହୋଇପାରିବ ସେନେଇ ଉଚ୍ଚ ପଦାଧିକାରୀମାନେ ସମୀକ୍ଷା ମଧ୍ୟ କରିଥାନ୍ତି। ମାତ୍ର ଯୋଜନା ତୃଣମୂଳସ୍ତରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ।
ଏଠାରେ ଥିବା ଚାରୋଟି ସେଣ୍ଟରରେ ଦୀର୍ଘଦିନ ଧରି ପ୍ରାଣୀଧନ ସହାୟକ ପଦବୀ ଖାଲି ପଡ଼ିଛି। ରିପୋର୍ଟ ଅନୁସାରେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ସେଗୁଡ଼ିକ ହେଲା ଗୋଳନ୍ଥରା, ଗୋପାଳପୁର, ଗୋଳାବନ୍ଧ, କନିଷି, ମନ୍ତ୍ରିଡ଼ି, ପଦ୍ମପୁର, କେଲୁଆପଲ୍ଲୀ, ସାତକୁଟୁଣୀ, ଡ଼ୁରା, ସିନ୍ଧିଗାଁ ଓ ଫୁଲଟା। ଗୋଳନ୍ଥରା, ଗୋପାଳପୁର, ମନ୍ତ୍ରିଡ଼ି ଓ ସାତକୁଟୁଣୀରେ ଦୀର୍ଘଦିନ ହେଲା ପ୍ରାଣୀଧନ ସହାୟକ ପଦବୀ ଖାଲି ପଡ଼ିଛି। ଫଳରେ ଉକ୍ତ ଅଞ୍ଚଳର ଚାଷୀମାନେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ବିଭିନ୍ନ ରୋଗରେ ପଶୁ ପକ୍ଷୀମାନେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଜଣେ ପ୍ରାଣୀଧନ ସହାୟକ ଦୁଇ ଦୁଇଟି ସେଣ୍ଟର ଦାୟିତ୍ୱ ଦିଆଯାଇଛି। ଫଳରେ ଠିକ୍‌ ସମୟରେ ପ୍ରାଣୀଧନ ସହାୟକମାନେ ସେଣ୍ଟରରେ ଉପସ୍ଥିତ ରହିପାରୁନାହାନ୍ତି। ଅନ୍ୟପଟେ ଏପ୍ରିଲ ଠାରୁ ସେପ୍ଟେମ୍ବର ସକାଳ ୭ଟାରୁ ୧୧ଟା ଓ ସନ୍ଧ୍ୟା ୪ରୁ ୬ଟା ଓ ଅକ୍ଟୋବରରୁ ମାର୍ଚ୍ଚ ୮ଟାରୁ ୧୨ଟା ଓ ୩ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରଖିବାର ନିୟମ ରହିଛି। ଠିକ ସମୟରେ ପ୍ରାଣୀଧନ ସହାୟକ କେନ୍ଦ୍ରରେ ଉପସ୍ଥିତ ନରହି ବିଭିନ୍ନ ଆଳ ଦେଖାଉଛନ୍ତି। ପଶୁପକ୍ଷୀମାନେ ସାମାନ୍ୟ ଅସୁସ୍ଥ ହେଲେ ମଧ୍ୟ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ପ୍ରାଣୀଧନ ଚିକିତ୍ସାକେନ୍ଦ୍ରକୁ ଖର୍ଚ୍ଚାନ୍ତ ହୋଇ ନେବାକୁ ପଡୁଛି। ଅନ୍ୟପଟେ ବିଭିନ୍ନ ସହାୟକ କେନ୍ଦ୍ରରେ ଆଟେଣ୍ଡାଣ୍ଟମାନେ ଚିକିତ୍ସା କରି ଷ୍ଟିଚିଂ, ଇଞ୍ଜେକସନ ଓ ସାଲାଇନ ଦେଉଛନ୍ତି। ସନ୍ଧ୍ୟା ସମୟରେ କୌଣସି କେନ୍ଦ୍ର ଖୋଲୁ ନ ଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଭୁଦତ୍ତ ଦାଶଙ୍କ ସହ ଯୋଗାଯୋଗ କରିବାରୁ ବର୍ତ୍ତମାନ ୪ଟି କେନ୍ଦ୍ରରେ ପ୍ରାଣୀ ସହାୟକ ପଦବୀ ଖାଲି ପଡ଼ିଛି। ଉଚ୍ଚ ପଦାଧିକାରୀଙ୍କୁ ପଦବୀ ପୂରଣ ପାଇଁ ଜଣାଇ ଦିଆଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri