ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ସମୟସୀମା ଧାର୍ଯ୍ୟ କରିଥିବା ରିପୋର୍ଟକୁ ଚାଇନା ଅଗ୍ରାହ୍ୟ କରିଛି। ବରଂ ଏହି ସମସ୍ୟାଜଡ଼ିତ ପ୍ରସଙ୍ଗ ସମାଧାନ ଆଡକୁ ଯାଉଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି।

ପୁଲ୍‌ଓ୍ବାମା ଆକ୍ରମଣ ପରେ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଫ୍ରାନ୍ସ, ବ୍ରିଟେନ ଓ ଆମେରିକା ଜାତିସଂଘ ନିରାପତ୍ତା ପରିଷଦରେ ସାନି ପ୍ରସ୍ତାବ ରଖିଥିଲେ। କିନ୍ତୁ ଉକ୍ତ ପ୍ରସ୍ତାବ ଉପରେ ଚାଇନା କୌଣସି ମନ୍ତବ୍ୟ ନ ଦେଇ ଏଥିରେ ‘ବୈଷୟିକ ସ୍ଥିତାବସ୍ଥା’ ବଜାୟ ରଖିଛି।

ନିରାପତ୍ତା ପରିଷଦର ସଭ୍ୟ ଭାବରେ କୌଣସି ଏକ ପ୍ରସଙ୍ଗ ଉପରେ ଚାଇନାର ଭେଟୋ ପ୍ରୟୋଗ କରିବାର କ୍ଷମତା ରହିଛି। ସେହି ଦୃଷ୍ଟିରୁ ଆଝାର ପ୍ରସଙ୍ଗକୁ ୧୨୬୭ କମିଟିରେ ସମାଧାନ କରିବାକୁ ଚାଇନା ମତ ଦେଇଛି।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲୁ କାଙ୍ଗ ଏପ୍ରିଲ ୨୩ ସମୟସୀମା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହନ୍ତି, ଉପରୋକ୍ତ ୩ ଦେଶ ଆଝାର ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦରେ ଆଲୋଚନା ପାଇଁ ଚାପ ପକାଇପାରିବେ। ଏଥିପାଇଁ ଉଭୟ ନିରାପତ୍ତା ପରିଷଦ ଏବଂ ଏହାର ସହାୟକ ସଂସ୍ଥା ୧୨୬୭ କମିଟି ଏ ସଂକ୍ରାନ୍ତରେ ବିଧିବଦ୍ଧ ନିଷ୍ପତ୍ତି ନେଇପାରିବେ। ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା କ୍ଷେତ୍ରରେ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ। ସହଯୋଗ ମାଧ୍ୟମରେ ଉକ୍ତ ସମସ୍ୟାର ସମାଧାନ ହେବା ଉଚିତ। ଏ କ୍ଷେତ୍ରରେ କୌଣସି ପ୍ରକାର ଅଗ୍ରଗତି ସଦସ୍ୟ ରାଷ୍ଟ୍ରଙ୍କ ସହମତି ବିନା ସଫଳ ହୋଇପାରିବ ବୋଲି ବିଶ୍ୱାସ ହେଉନାହିଁ। ତେବେ ଏହି ପ୍ରସଙ୍ଗ ସମାଧାନ ଆଡକୁ ଗତି କରୁଛି ବୋଲି ଲୁ କାଙ୍ଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?