ଆଜି ମାରୁଛି ବିମୁଦ୍ରୀକରଣ

ଭାରତ ସରକାରଙ୍କ ଦ୍ୱାରା ଜାରି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ସହିତ କେତେକ କଟକଣାକୁ କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ଆଣିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ୩ ମେ’ରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) କେନ୍ଦ୍ର ସରକାରଙ୍କୁ ଦେଇଥିବା ଏକ ପ୍ରସ୍ତାବପତ୍ରରେ ଉଲ୍ଲେଖ କରିଛି ଯେ, ଦେଶରେ ଏବେ ଯେଉଁ ସ୍ଥିତି ଦେଖାଦେଇଛି ଅର୍ଥନୀତିରେ ସୁଧାର ଆସିବା ଲାଗି ଏକ ବର୍ଷରୁ ଅଧିକ ସମୟ ଲାଗିଯିବ। ତେଣୁ ଏହାକୁ ଗତିଶୀଳ କରିବା ସକାଶେ ଦେଶର ଶିଳ୍ପ କ୍ଷେତ୍ରରେ ଉଚ୍ଚ ପ୍ରଦର୍ଶନ କରୁଥିବା ଜିଲାକୁ ଖୋଲି ଦିଆଯିବା ଉଚିତ। ଏପରି କି କଣ୍ଟେନ୍‌ମେଣ୍ଟ ବା ଆବଦ୍ଧାଞ୍ଚଳ ହୋଇଥିଲେ ସେଠାକାର ଶିଳ୍ପ ସଂସ୍ଥାର କାର୍ଯ୍ୟାଳୟରେ କଡ଼ାକଡ଼ି ନିୟମ ପାଳନ କରାଯାଉ। କିନ୍ତୁ ଏହି ନିୟମ ପାଳନ କରିବାର ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ହେବ ନା ଶିଳ୍ପ ମାଲିକଙ୍କ ଦାୟିତ୍ୱ ହେବ, ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ ଜିଡିପି ଦୃଷ୍ଟିକୋଣରୁ ହେଉ କିମ୍ବା ଶିଳ୍ପ କ୍ଲଷ୍ଟରର ସାନ୍ଦ୍ରତା ଯୋଗୁ ଦେଶର ୧୦୦ରୁ ୧୫୦ ଜିଲାକୁ ଚିହ୍ନଟ କରାଯାଇ ଅର୍ଥନୈତିକ କାର୍ଯ୍ୟ ଜୋରସୋରରେ କରାଗଲେ ଭାରତରେ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ ବୋଲି ସିଆଇଆଇ ଆଶା ପ୍ରକଟ କରିଛି। ଶିଳ୍ପ ମହାସଂଘର ପ୍ରସ୍ତାବ ନିଶ୍ଚିତ ଭାବେ ଏକ ସକାରାତ୍ମକ ଦିଗକୁ ଅନିଷା କରୁଛି। କିନ୍ତୁ ମାନ୍ଦାବସ୍ଥା ଦେଇ ଚାଲିଆସୁଥିବା ଭାରତୀୟ ଅର୍ଥନୀତି ଉପରେ ଯେବେଠାରୁ କରୋନାର କୋରଡ଼ା ମାଡ଼ ଆରମ୍ଭ ହୋଇଯାଇଛି ଓ ଏହାର ନକାରାତ୍ମକ ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଜନସାଧାରଣଙ୍କ ଉପରେ ପଡ଼ିଛି, ସେଭଳି ସ୍ଥଳେ ତତ୍‌କ୍ଷଣାତ୍‌ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ବିଶ୍ୱାସ ହୋଇପାରୁ ନାହିଁ।
ଆଜିର ଦୁର୍ବଳ ଭାରତୀୟ ଅର୍ଥନୀତି ପାଇଁ ୮ ନଭେମ୍ବର ୨୦୧୬ର ବିମୁଦ୍ରୀକରଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ଦାୟୀ। ଦୁଇଟି ବଡ଼ ନୋଟ୍‌କୁ ଅଚାନକ ଅଚଳ କରିଦିଆଯିବା ଦ୍ୱାରା ବଜାରରୁ ନଗଦ ଅର୍ଥର ଅଭାବ ଦେଖାଦେଲା। ବିମୁଦ୍ରୀକରଣ ଲାଗୁ ହେବା ବେଳେ ସରକାରଙ୍କ ପକ୍ଷରୁ ସଫେଇ ଦିଆଗଲା ଯେ, ଧନୀମାନେ ରଖିଥିବା କଳାଧନକୁ ଜବତ କରିବାର ଉଦ୍ଦେଶ୍ୟ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଛି। ମନେରଖିବା ଉଚିତ ଯେ, ଧନୀ ଲୋକମାନେ ଘରେ ପର୍ଯ୍ୟାପ୍ତ ନଗଦ ଅର୍ଥ ଗଦା କରି ରଖି ନ ଥାଆନ୍ତି। ଗରିବ, ମଧ୍ୟବିତ୍ତ ଶ୍ରେଣୀ, ଘର ପାଖରେ ଦୋକାନ ଦେଇଥିବା ବ୍ୟକ୍ତି କିମ୍ବା ଛୋଟକାଟିଆ ବେପାର କରୁଥିବା କ୍ଷୁଦ୍ର ବ୍ୟବସାୟୀ ପ୍ରାୟତଃ ବ୍ୟାଙ୍କକୁ ନ ଯାଇ ଯେତିକି ନଗଦ ପାଇଥାଆନ୍ତି, ତାହାକୁ ନଗଦରେ ବେପାର କରିଥାଆନ୍ତି। ଏଥିପାଇଁ ମୁଖ୍ୟତଃ ଭାରତର ଅସହଯୋଗ ମାନସିକତା ରଖୁଥିବା ବ୍ୟାଙ୍କ କର୍ମଚାରୀ ଏବଂ ତାଙ୍କର ଉପରିସ୍ଥ ଅଧିକାରୀ ମୁଖ୍ୟତଃ ଦାୟୀ। ସେମାନଙ୍କ ବ୍ୟବହାର ଯୋଗୁ ସାଧାରଣ ନାଗରିକ ମନରେ ଦୀର୍ଘକାଳ ଧରି ବ୍ୟାଙ୍କ ବ୍ୟବସ୍ଥା ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଛି। ସେହି ସନ୍ଦେହ ଏବେ ମଧ୍ୟ ଦୃଢ଼ୀଭୂତ ହେବାରେ ଲାଗିଛି। ବିମୁଦ୍ରୀକରଣ ହେବା ଦ୍ୱାରା ଉପରଲିଖିତ ବର୍ଗ ବାସ୍ତବରେ ବଡ଼ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଭାରତୀୟ ଅର୍ଥନୀତିର ସ୍ବରୂପକୁ ଦେଖିଲେ ଏହା ନଗଦ ଅର୍ଥ ଉପରେ ବେଶି ନିର୍ଭର କରିଆସୁଥିଲା। ଡିଜିଟାଲ ଭାରତ କଥା ଯେତେ କୁହାଗଲେ ମଧ୍ୟ ବିଶାଳ ଜନସଂଖ୍ୟା ଓ ସେଥିମଧ୍ୟରୁ ଅନେକେ ଅଦ୍ୟାବଧି ଅନ୍‌ଲାଇନ୍‌ ନେଣଦେଣ କରିବା ପାଇଁ ପ୍ରୟୋଜନ ଥିବା ଯୋଗ୍ୟତାର ଘୋର ଅଭାବ ପ୍ରଦର୍ଶନ କରୁଛନ୍ତି। ଆଜି କରୋନା ଭାଇରସ୍‌ ଯୋଗୁ ଭାରତୀୟ ଅର୍ଥନୀତି ପ୍ରବଳ ମାଡ଼ ଖାଇଛି। ଏଠାରେ ନିରପେକ୍ଷ ଅର୍ଥନୀତିଜ୍ଞମାନେ ହୁଏତ ଆକଳନ କରିପାରିବେ ଯେ, ନଗଦ ଟଙ୍କାର ପୂର୍ବଭଳି କ୍ଷମତା ରହିଥିଲେ ସମ୍ଭବତଃ ଏହି ପରିସ୍ଥିତିକୁ ସାମ୍ନା କରିବା ସହଜ ହୋଇଥାଆନ୍ତା। ସେଭଳି ଏକ ଶକ୍ତିଶାଳୀ ଆର୍ଥିକ ଅସ୍ତ୍ରକୁ ବିନା କାରଣରେ କିମ୍ବା କେବଳ ରାଜନୈତିକ ସୁବିଧା ପାଇଁ ଯେଉଁଭଳି ଛଡ଼ାଇ ନିଆଗଲା, ତାହାଫଳରେ ଦେଶର ଜନସାଧାରଣ ନିରସ୍ତ୍ର ଓ ଅସହାୟ ହୋଇଯାଇଛନ୍ତି। କଳାଧନର ଦ୍ୱାହି ଦିଆଯାଇ ବିମୁଦ୍ରୀକରଣକୁ ସମର୍ଥନ କରୁଥିବା ବ୍ୟକ୍ତି ଜାଣିଥିବେ ଭାରତରେ ଅନ୍‌ଆକାଉଣ୍ଟେଡ୍‌ ମନି ବା ଟିକସ ପଇଠ କରାଯାଇ ନ ଥିବା ଟଙ୍କା ଦୀର୍ଘ ଦିନର ଅଭ୍ୟାସ ରହିଆସିଛି। ନଗଦ ଟଙ୍କା ବଡ଼ କମ୍ପାନୀଠାରୁ ଆରମ୍ଭ କରି କ୍ଷୁଦ୍ର ଚାଷୀ ପାଖରେ ମଧ୍ୟ ଥାଏ। ମନେରଖିବାକୁ ହେବ ଯେ, କାଗଜ ଟଙ୍କା ସରକାରଙ୍କ ଦ୍ୱାରା ଛପାଯାଏ। ସେଥିପାଇଁ ଟିକସ ଦିଆଯାଇ ନ ଥିବା ଅର୍ଥକୁ କଳାଧନ କହି ସମ୍ପୂର୍ଣ୍ଣ ନଗଦ ଉପରେ ସରକାରୀ ପ୍ରହାର ଦେଶର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଓଡ଼ିଆ ଢଗ ‘ଖା, ଭୁଞ୍ଜ, ଗିଳ୍‌’ ନୀତିରେ ଡିଜିଟାଲ ଅର୍ଥନୀତିକୁ ରାତାରାତି ଗିଳେଇବା ଉଦ୍ୟମର କୁଫଳ ଆଜି ଦେଶ ଭୋଗୁଛି। ଅବଶ୍ୟ ଏହି ଚିନ୍ତାଧାରାର ସମର୍ଥକମାନେ ଏଭଳି ଏକ ଚିତ୍ରଣ କରିଥିଲେ, ଯାହା ଫଳରେ ଯେକୌଣସି ବ୍ୟକ୍ତି ନଗଦ ଅର୍ଥନୀତି ସମର୍ଥନରେ ସ୍ବର ଉତ୍ତୋଳନ କରିଥାଆନ୍ତେ ତାଙ୍କୁ ତତ୍‌କ୍ଷଣାତ୍‌ ଟିକସ ଚୋରର ଆଖ୍ୟା ଦିଆଯାଇଥାଆନ୍ତା। ଏଭଳି ବାତାବରଣ ସୃଷ୍ଟି କରିଦେବା ହେତୁ ବାସ୍ତବ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ କେହି ଭାରତୀୟ ବାହାରିଲେ ନାହିଁ। ବିମୁଦ୍ରୀକରଣର ସମର୍ଥକମାନେ ଏହା ମଧ୍ୟ କହିପାରନ୍ତି ଯେ, ସେହି ନିଷ୍ପତ୍ତି ସହିତ ଆଜି ଦେଖାଦେଉଥିବା ଦୁର୍ଦ୍ଦିନର କୌଣସି ସମ୍ପର୍କ ନାହିଁ। ସେଭଳି ଜ୍ଞାନୀ ଅର୍ଥନୀତିଜ୍ଞଙ୍କୁ ଚିତ୍ରର ଅନ୍ୟପଟ ଦର୍ଶାଇବା ଅସମ୍ଭବ। କିନ୍ତୁ ଆଜି ଉପୁଜିଥିବା ପରିସ୍ଥିତିରେ ସେହିମାନଙ୍କ ମଧ୍ୟରୁ ଅନେକେ କ୍ଷତିଗ୍ରସ୍ତ ହେବାକୁ ଆରମ୍ଭ କଲେଣି। ଯେଉଁ ଚାକିରିଆ ଭାବୁଥିଲେ ବିମୁଦ୍ରୀକରଣ ଯୋଗୁ ମାଲିକର କେବଳ କ୍ଷତି ହେବ, ସେମାନେ ନିଜେ ଚାକିରି ହରାଇବା ପରିସ୍ଥିତିକୁ ଆସିଲେଣି। ପୂର୍ବଭଳି ଆଜି ଯଦି ଭାରତରେ ସେହି ପରିମାଣରେ ନଗଦ କାରବାର ଚାଲିଥାଆନ୍ତା, ତେବେ ହୁଏତ ୨୦୦୮ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାରେ ଭାରତ ଯେମିତି କ୍ଷତିଗ୍ରସ୍ତ ହେବାରୁ ବର୍ତ୍ତିଗଲା, ଆଜି ମଧ୍ୟ ସେଭଳି ଚମତ୍କାର ହେବାର ସମ୍ଭାବନା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri