ଆଜି ମାରୁଛି ବିମୁଦ୍ରୀକରଣ

ଭାରତ ସରକାରଙ୍କ ଦ୍ୱାରା ଜାରି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ସହିତ କେତେକ କଟକଣାକୁ କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ଆଣିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ୩ ମେ’ରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) କେନ୍ଦ୍ର ସରକାରଙ୍କୁ ଦେଇଥିବା ଏକ ପ୍ରସ୍ତାବପତ୍ରରେ ଉଲ୍ଲେଖ କରିଛି ଯେ, ଦେଶରେ ଏବେ ଯେଉଁ ସ୍ଥିତି ଦେଖାଦେଇଛି ଅର୍ଥନୀତିରେ ସୁଧାର ଆସିବା ଲାଗି ଏକ ବର୍ଷରୁ ଅଧିକ ସମୟ ଲାଗିଯିବ। ତେଣୁ ଏହାକୁ ଗତିଶୀଳ କରିବା ସକାଶେ ଦେଶର ଶିଳ୍ପ କ୍ଷେତ୍ରରେ ଉଚ୍ଚ ପ୍ରଦର୍ଶନ କରୁଥିବା ଜିଲାକୁ ଖୋଲି ଦିଆଯିବା ଉଚିତ। ଏପରି କି କଣ୍ଟେନ୍‌ମେଣ୍ଟ ବା ଆବଦ୍ଧାଞ୍ଚଳ ହୋଇଥିଲେ ସେଠାକାର ଶିଳ୍ପ ସଂସ୍ଥାର କାର୍ଯ୍ୟାଳୟରେ କଡ଼ାକଡ଼ି ନିୟମ ପାଳନ କରାଯାଉ। କିନ୍ତୁ ଏହି ନିୟମ ପାଳନ କରିବାର ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ହେବ ନା ଶିଳ୍ପ ମାଲିକଙ୍କ ଦାୟିତ୍ୱ ହେବ, ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ ଜିଡିପି ଦୃଷ୍ଟିକୋଣରୁ ହେଉ କିମ୍ବା ଶିଳ୍ପ କ୍ଲଷ୍ଟରର ସାନ୍ଦ୍ରତା ଯୋଗୁ ଦେଶର ୧୦୦ରୁ ୧୫୦ ଜିଲାକୁ ଚିହ୍ନଟ କରାଯାଇ ଅର୍ଥନୈତିକ କାର୍ଯ୍ୟ ଜୋରସୋରରେ କରାଗଲେ ଭାରତରେ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ ବୋଲି ସିଆଇଆଇ ଆଶା ପ୍ରକଟ କରିଛି। ଶିଳ୍ପ ମହାସଂଘର ପ୍ରସ୍ତାବ ନିଶ୍ଚିତ ଭାବେ ଏକ ସକାରାତ୍ମକ ଦିଗକୁ ଅନିଷା କରୁଛି। କିନ୍ତୁ ମାନ୍ଦାବସ୍ଥା ଦେଇ ଚାଲିଆସୁଥିବା ଭାରତୀୟ ଅର୍ଥନୀତି ଉପରେ ଯେବେଠାରୁ କରୋନାର କୋରଡ଼ା ମାଡ଼ ଆରମ୍ଭ ହୋଇଯାଇଛି ଓ ଏହାର ନକାରାତ୍ମକ ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଜନସାଧାରଣଙ୍କ ଉପରେ ପଡ଼ିଛି, ସେଭଳି ସ୍ଥଳେ ତତ୍‌କ୍ଷଣାତ୍‌ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ବିଶ୍ୱାସ ହୋଇପାରୁ ନାହିଁ।
ଆଜିର ଦୁର୍ବଳ ଭାରତୀୟ ଅର୍ଥନୀତି ପାଇଁ ୮ ନଭେମ୍ବର ୨୦୧୬ର ବିମୁଦ୍ରୀକରଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ଦାୟୀ। ଦୁଇଟି ବଡ଼ ନୋଟ୍‌କୁ ଅଚାନକ ଅଚଳ କରିଦିଆଯିବା ଦ୍ୱାରା ବଜାରରୁ ନଗଦ ଅର୍ଥର ଅଭାବ ଦେଖାଦେଲା। ବିମୁଦ୍ରୀକରଣ ଲାଗୁ ହେବା ବେଳେ ସରକାରଙ୍କ ପକ୍ଷରୁ ସଫେଇ ଦିଆଗଲା ଯେ, ଧନୀମାନେ ରଖିଥିବା କଳାଧନକୁ ଜବତ କରିବାର ଉଦ୍ଦେଶ୍ୟ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଛି। ମନେରଖିବା ଉଚିତ ଯେ, ଧନୀ ଲୋକମାନେ ଘରେ ପର୍ଯ୍ୟାପ୍ତ ନଗଦ ଅର୍ଥ ଗଦା କରି ରଖି ନ ଥାଆନ୍ତି। ଗରିବ, ମଧ୍ୟବିତ୍ତ ଶ୍ରେଣୀ, ଘର ପାଖରେ ଦୋକାନ ଦେଇଥିବା ବ୍ୟକ୍ତି କିମ୍ବା ଛୋଟକାଟିଆ ବେପାର କରୁଥିବା କ୍ଷୁଦ୍ର ବ୍ୟବସାୟୀ ପ୍ରାୟତଃ ବ୍ୟାଙ୍କକୁ ନ ଯାଇ ଯେତିକି ନଗଦ ପାଇଥାଆନ୍ତି, ତାହାକୁ ନଗଦରେ ବେପାର କରିଥାଆନ୍ତି। ଏଥିପାଇଁ ମୁଖ୍ୟତଃ ଭାରତର ଅସହଯୋଗ ମାନସିକତା ରଖୁଥିବା ବ୍ୟାଙ୍କ କର୍ମଚାରୀ ଏବଂ ତାଙ୍କର ଉପରିସ୍ଥ ଅଧିକାରୀ ମୁଖ୍ୟତଃ ଦାୟୀ। ସେମାନଙ୍କ ବ୍ୟବହାର ଯୋଗୁ ସାଧାରଣ ନାଗରିକ ମନରେ ଦୀର୍ଘକାଳ ଧରି ବ୍ୟାଙ୍କ ବ୍ୟବସ୍ଥା ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଛି। ସେହି ସନ୍ଦେହ ଏବେ ମଧ୍ୟ ଦୃଢ଼ୀଭୂତ ହେବାରେ ଲାଗିଛି। ବିମୁଦ୍ରୀକରଣ ହେବା ଦ୍ୱାରା ଉପରଲିଖିତ ବର୍ଗ ବାସ୍ତବରେ ବଡ଼ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଭାରତୀୟ ଅର୍ଥନୀତିର ସ୍ବରୂପକୁ ଦେଖିଲେ ଏହା ନଗଦ ଅର୍ଥ ଉପରେ ବେଶି ନିର୍ଭର କରିଆସୁଥିଲା। ଡିଜିଟାଲ ଭାରତ କଥା ଯେତେ କୁହାଗଲେ ମଧ୍ୟ ବିଶାଳ ଜନସଂଖ୍ୟା ଓ ସେଥିମଧ୍ୟରୁ ଅନେକେ ଅଦ୍ୟାବଧି ଅନ୍‌ଲାଇନ୍‌ ନେଣଦେଣ କରିବା ପାଇଁ ପ୍ରୟୋଜନ ଥିବା ଯୋଗ୍ୟତାର ଘୋର ଅଭାବ ପ୍ରଦର୍ଶନ କରୁଛନ୍ତି। ଆଜି କରୋନା ଭାଇରସ୍‌ ଯୋଗୁ ଭାରତୀୟ ଅର୍ଥନୀତି ପ୍ରବଳ ମାଡ଼ ଖାଇଛି। ଏଠାରେ ନିରପେକ୍ଷ ଅର୍ଥନୀତିଜ୍ଞମାନେ ହୁଏତ ଆକଳନ କରିପାରିବେ ଯେ, ନଗଦ ଟଙ୍କାର ପୂର୍ବଭଳି କ୍ଷମତା ରହିଥିଲେ ସମ୍ଭବତଃ ଏହି ପରିସ୍ଥିତିକୁ ସାମ୍ନା କରିବା ସହଜ ହୋଇଥାଆନ୍ତା। ସେଭଳି ଏକ ଶକ୍ତିଶାଳୀ ଆର୍ଥିକ ଅସ୍ତ୍ରକୁ ବିନା କାରଣରେ କିମ୍ବା କେବଳ ରାଜନୈତିକ ସୁବିଧା ପାଇଁ ଯେଉଁଭଳି ଛଡ଼ାଇ ନିଆଗଲା, ତାହାଫଳରେ ଦେଶର ଜନସାଧାରଣ ନିରସ୍ତ୍ର ଓ ଅସହାୟ ହୋଇଯାଇଛନ୍ତି। କଳାଧନର ଦ୍ୱାହି ଦିଆଯାଇ ବିମୁଦ୍ରୀକରଣକୁ ସମର୍ଥନ କରୁଥିବା ବ୍ୟକ୍ତି ଜାଣିଥିବେ ଭାରତରେ ଅନ୍‌ଆକାଉଣ୍ଟେଡ୍‌ ମନି ବା ଟିକସ ପଇଠ କରାଯାଇ ନ ଥିବା ଟଙ୍କା ଦୀର୍ଘ ଦିନର ଅଭ୍ୟାସ ରହିଆସିଛି। ନଗଦ ଟଙ୍କା ବଡ଼ କମ୍ପାନୀଠାରୁ ଆରମ୍ଭ କରି କ୍ଷୁଦ୍ର ଚାଷୀ ପାଖରେ ମଧ୍ୟ ଥାଏ। ମନେରଖିବାକୁ ହେବ ଯେ, କାଗଜ ଟଙ୍କା ସରକାରଙ୍କ ଦ୍ୱାରା ଛପାଯାଏ। ସେଥିପାଇଁ ଟିକସ ଦିଆଯାଇ ନ ଥିବା ଅର୍ଥକୁ କଳାଧନ କହି ସମ୍ପୂର୍ଣ୍ଣ ନଗଦ ଉପରେ ସରକାରୀ ପ୍ରହାର ଦେଶର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଓଡ଼ିଆ ଢଗ ‘ଖା, ଭୁଞ୍ଜ, ଗିଳ୍‌’ ନୀତିରେ ଡିଜିଟାଲ ଅର୍ଥନୀତିକୁ ରାତାରାତି ଗିଳେଇବା ଉଦ୍ୟମର କୁଫଳ ଆଜି ଦେଶ ଭୋଗୁଛି। ଅବଶ୍ୟ ଏହି ଚିନ୍ତାଧାରାର ସମର୍ଥକମାନେ ଏଭଳି ଏକ ଚିତ୍ରଣ କରିଥିଲେ, ଯାହା ଫଳରେ ଯେକୌଣସି ବ୍ୟକ୍ତି ନଗଦ ଅର୍ଥନୀତି ସମର୍ଥନରେ ସ୍ବର ଉତ୍ତୋଳନ କରିଥାଆନ୍ତେ ତାଙ୍କୁ ତତ୍‌କ୍ଷଣାତ୍‌ ଟିକସ ଚୋରର ଆଖ୍ୟା ଦିଆଯାଇଥାଆନ୍ତା। ଏଭଳି ବାତାବରଣ ସୃଷ୍ଟି କରିଦେବା ହେତୁ ବାସ୍ତବ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ କେହି ଭାରତୀୟ ବାହାରିଲେ ନାହିଁ। ବିମୁଦ୍ରୀକରଣର ସମର୍ଥକମାନେ ଏହା ମଧ୍ୟ କହିପାରନ୍ତି ଯେ, ସେହି ନିଷ୍ପତ୍ତି ସହିତ ଆଜି ଦେଖାଦେଉଥିବା ଦୁର୍ଦ୍ଦିନର କୌଣସି ସମ୍ପର୍କ ନାହିଁ। ସେଭଳି ଜ୍ଞାନୀ ଅର୍ଥନୀତିଜ୍ଞଙ୍କୁ ଚିତ୍ରର ଅନ୍ୟପଟ ଦର୍ଶାଇବା ଅସମ୍ଭବ। କିନ୍ତୁ ଆଜି ଉପୁଜିଥିବା ପରିସ୍ଥିତିରେ ସେହିମାନଙ୍କ ମଧ୍ୟରୁ ଅନେକେ କ୍ଷତିଗ୍ରସ୍ତ ହେବାକୁ ଆରମ୍ଭ କଲେଣି। ଯେଉଁ ଚାକିରିଆ ଭାବୁଥିଲେ ବିମୁଦ୍ରୀକରଣ ଯୋଗୁ ମାଲିକର କେବଳ କ୍ଷତି ହେବ, ସେମାନେ ନିଜେ ଚାକିରି ହରାଇବା ପରିସ୍ଥିତିକୁ ଆସିଲେଣି। ପୂର୍ବଭଳି ଆଜି ଯଦି ଭାରତରେ ସେହି ପରିମାଣରେ ନଗଦ କାରବାର ଚାଲିଥାଆନ୍ତା, ତେବେ ହୁଏତ ୨୦୦୮ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାରେ ଭାରତ ଯେମିତି କ୍ଷତିଗ୍ରସ୍ତ ହେବାରୁ ବର୍ତ୍ତିଗଲା, ଆଜି ମଧ୍ୟ ସେଭଳି ଚମତ୍କାର ହେବାର ସମ୍ଭାବନା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?