ଭୁବନେଶ୍ୱରରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ‌

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୭ ଲୋକାଲ କେସ ରହିଛନ୍ତି। ସେହିପରି ଆଜି ଭୁବନେଶ୍ୱରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।