Posted inଖେଳ

ଆଜି ଭାଇ ଦୁଜ୍‌: ଜାଣନ୍ତୁ କ୍ରିକେଟରଙ୍କ ଭଉଣୀମାନେ କେମିତି ପାଳନ୍ତି ଏହି ପର୍ବ

ଭାଇ-ଭଉଣୀ ପବିତ୍ର ବନ୍ଧନ ଦୁନିଆର ସବୁଠୁ ନିଆରା। ଏହି ବନ୍ଧନର କୌଣସି ତୁଳନା ନାହିଁ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଭାଇ ଦୂଜ ବା ଯମ ଦ୍ୱିତୀୟା ଭାବରେ ପାଳନ କରାଯାଏ। ଏହି ଦିନ ଭାଇର ଶୁଭ ମନାସୀ ତା’ ଦୀର୍ଘଜୀବନ କାମନା କରିଥାଏ ଭଉଣୀ। କ୍ରିକେଟରଙ୍କ ଭଉଣୀମାନେ ମଧ୍ୟ ଭାଇ ଦୁଜ୍‌ ପାଳନ କରନ୍ତି।

ବିରାଟ କୋହଲି-ଭାବ୍‌ନା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଭଉଣୀ ଭାବନାଙ୍କ ସମ୍ପର୍କ ଖୁବ୍‌ ନିବିଡ। ଉଭୟ ରାକ୍ଷୀ ପୁର୍ଣ୍ଣିମା ଏବଂ ଭାଇ ଦୁଜ୍‌ରେ ଯେତେ କାମ ଥିଲେ ମଧ୍ୟ ପରସ୍ପରକୁ ଭେଟିଥାନ୍ତି।

ରବିନ୍ଦ୍ର ଜାଡେଜା-ନୈନା
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲାବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ଭଉଣୀ ନୈନା ହିଁ ତାଙ୍କୁ ସମ୍ଭାଳି ଥିଲେ। ପ୍ରତିବର୍ଷ ଭାଇ ଦୁଜ୍‌ରେ ନୈନା ଉପହାର ଦିଅନ୍ତି ଜାଡେଜା।

ଭୁବନେଶ୍ୱର କୁମାର-ରେଖା
ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର ଏବଂ ତାଙ୍କ ଭଉଣୀ ରେଖା ଆଧନାଙ୍କ ମଧ୍ୟ ସମ୍ପର୍କ ଖୁବ୍‌ ନିବିଡ। ରେଖାଙ୍କ ଯୋଗୁ ୍ଆଜି କ୍ରିକେଟର ହୋଇପାରିଛି ବୋଲି ଭୁବନେଶ୍ୱର ଅନେକ ସାକ୍ଷାତକାରରେ କହିଛନ୍ତି। ଯେତେ ଦୂରରେ ଥିଲେ ବି ପ୍ରତିବର୍ଷ ଭାଇ ଦୁଜ୍‌ରେ ସେ ରେଖାଙ୍କୁ ଭେଟିଥାନ୍ତି।

ମହେନ୍ଦ୍ର ସିଂ ଧୋନୀ-ଜୟନ୍ତୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଉଣୀ ଜୟନ୍ତୀ ଗୁପ୍ତା ହିଁ ପରିବାର ଏକମାତ୍ର ସଦସ୍ୟ ଥିଲେ ଯେ କି ଧୋନୀଙ୍କୁ କ୍ରିକେଟ ଖେଳିବା ପାଇଁ ପ୍ରେରିତ କରିଥିଲେ। ରାକ୍ଷୀ ହେଉ କି ଭାଇ ଦୁଜ୍‌ ପ୍ରତିବର୍ଷ ଏହି ଦିନରେ ଜୟନ୍ତୀଙ୍କ ପାଇଁ ଉପହାର ପଠାଇଥାନ୍ତି ଧୋନୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri