ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଅପରାହ୍ନ ୩ଟା ୩୦ରେ ଫଳ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରୀଛାତ୍ର www.chseodisha.nic.in ଏବଂ http://orissaresults.nic.in ଓ୍ବାବ୍‌ସାଇଟ୍‌ରେ ନିଜ ନିଜର ରେଜଲ୍ଟ ଦେଖିପାରିବେ। ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ କଳାରେ ୨ଲକ୍ଷ ୩୫ହଜାର ୧୮୩ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୮ହଜାର ପରୀକ୍ଷା ଦେଇଥିଲେ। ସୂଚନାଯୋଗ୍ୟ, ଜୁନ୍‌ ୩ରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।