ଆଜି ପବିତ୍ର ତାରିଣୀ ବ୍ରତ: ଜଗନ୍ନାଥଙ୍କୁ ପୂଜା କରି ବ୍ରତ ଧାରଣ କଲେ ଶତାଧିକ ମହିଳା

ଢେଙ୍କିକୋଟ,୯।୭(ଡି.ଏନ୍‌.ଏ.): ମଙ୍ଗଳବାର ପବିତ୍ର ତାରିଣୀ ବ୍ରତ। କେନ୍ଦୁଝର ଜିଲାର ଆରାଧ୍ୟା ମା’ ତାରିଣୀଙ୍କ ଏହି ବ୍ରତ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମଝିରେ ପଡ଼ିଥାଏ। ଏହି ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମାଉସୀ ମା’ ମନ୍ଦିରରେ ପୂଜା ପାଇଥାନ୍ତି। ଏଣୁ ବ୍ରତ ବିଧି ଅନୁଯାୟୀ, ସକାଳୁ ସକାଳୁ ମହିଳାମାନେ ନିତ୍ୟକ୍ରମ ସାରି ନୂତନ ବସ୍ତ୍ର ପିନ୍ଧି, ବ୍ରତ ସାଙ୍ଗକୁ ଭୋଗ ଥାଳ ଧରି ମନ୍ଦିରରେ ପହଞ୍ଚିଥାନ୍ତି। ପରିବାରର ଶୁଭ ମନାସି ଠାକୁରଙ୍କ ନିକଟରେ ପୂଜା କରିଥିବା ବ୍ରତକୁ ହାତରେ ପିନ୍ଧିଥାନ୍ତି। ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଢେଙ୍କିକୋଟ ବାବା ବିଶ୍ୱନାଥଶ୍ୱର ମନ୍ଦିର ଶ୍ରୀଗଣେଷ ମଣ୍ଡପଠାରେ ଥିବା ଚତୁର୍ଦ୍ଧାମୁର୍ତ୍ତୀଙ୍କ ନିକଟରେ ଶହ ଶହ ମହିଳା ତାରିଣୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ପୂଜା କରିବା ପରେ ଯଥାବିଧିପୂର୍ବକ ହାତରେ ବ୍ରତ ବାନ୍ଧିଛନ୍ତି। ଏହି ଉପଲକ୍ଷେ ଆଖପାଖ ଅଞ୍ଚଳର ତାରିଣୀ ଭକ୍ତଙ୍କ ସମାଗମ ମନ୍ଦିର ପରିବେଶକୁ ଚଳଚଞ୍ଚଳ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri