ଆଜି ନିର୍ଜଳା ଏକାଦଶୀ: ବ୍ରତଧାରୀଙ୍କୁ ମିଳିଥାଏ ଅନେକ ଫଳ; ଜାଣନ୍ତୁ ମହତ୍ତ୍ୱ

ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିକୁ ‘ନିର୍ଜଳା ଏକାଦଶୀ’ କୁହାଯାଏ। ବର୍ଷକୁ ପଡ଼ିଥିବା ୨୪ ଏକାଦଶୀଠାରୁ ନିର୍ଜଳା ଏକାଦଶୀ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ପାଣି ନ ପିଇ ଉପବାସ କରିବାର ପ୍ରଥା ରହିଛି। ଏହାଦ୍ୱାରା ସବୁ ଏକାଦଶୀର ଫଳ ଏକାଥରେ ପ୍ରାପ୍ତ ହୋଇଥାଏ।

ଏହି ଏକାଦଶୀରେ ପାଣି ପିଇବା ମନା। ଖାସ୍‌ ଏଥିପାଇଁ ଏହାର ନାମକରଣ ନିର୍ଜଳା ଏକାଦଶୀ ଭାବେ କରାଯାଇଛି। ଏହି ଦିନ ବ୍ରତ ରଖିଲେ ବ୍ୟକ୍ତିଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତି ହୋଇଥାଏ। ଚଳିତ ବର୍ଷ ଜୁନ୍‌ ୨ ତାରିଖ ଅର୍ଥାତ ଆଜି ଏହି ଏକାଦଶୀ ପଡ଼ିଛି।

ନିର୍ଜଳା ଏକାଦଶୀର ମହତ୍ୱ:
ଏହି ଏକାଦଶୀରେ ନିର୍ଜଳ ରହି ବିଷ୍ଣୁଙ୍କୁ ଆରାଧନା କରାଯାଏ। ବ୍ରତଧାରୀଙ୍କୁ ବର୍ଷର ସବୁ ଏକାଦଶୀର ଫଳ ମିଳିଥାଏ। ଭଗବାନ ବିଷ୍ଣୁ କୃପା ଲାଭ ହୋଇଥାଏ। ତେବେ ଏହି ଦିନ ଉପବାସ କରି ଭୀମ ମୁର୍ଚ୍ଛା ହୋଇଯାଇଥିଲେ। ଏଣୁ ଏହି ଦିନକୁ ଭୀମସେନୀ ଏକାଦଶୀ ବୋଲି ମଧ୍ୟ କୁହାଯାଏ।

କ’ଣ ରହିଥାଏ ପୂଜାବିଧି:
-ସକାଳେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରାଯାଇଥାଏ। ଏହା ପରେ ହଳଦିଆ ପୋଷାକ ପିନ୍ଧି ବିଷ୍ଣୁଙ୍କୁ ପୂଜା କରାଯାଏ।

-ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ, ପଞ୍ଚାମୃତ, ତୁଳସୀ ପତ୍ର ଅର୍ପଣ କରାଯାଏ। ଏହାଫରେ ଶ୍ରୀ ହରି ଏବଂ ମା’ ଲକ୍ଷ୍ମୀଙ୍କ ମନ୍ତ୍ରକୁ ଜପ କରାଯାଏ।

-ବ୍ରତଧାରୀମାନେ ଗରିବମାନଙ୍କୁ ଖାଦ୍ୟ, ପୋଷାକ, ଚପଲ ଆଦି ଦାନ କରିଥାନ୍ତି।

– ଏହି ଏକାଦଶୀ ପାଣି ନ ପିଇ କରିବାର ପରମ୍ପରା ରହିଛି। ହେଲେ ଆବଶ୍ୟକତା ପଡ଼ିଲେ ଏହି ଦିନ ଫଳାହାର ଏବଂ ଜଳୀୟ ଆହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?