ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ: ବିଦେଶୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ପାଠ୍ୟକ୍ରମ

ଭୁବନେଶ୍ୱର,୪ା୧(ବ୍ୟୁରୋ): ଶନିବାର ୨୧ତମ ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ। ଦେଶର ଏହି ଏକମାତ୍ର ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ଇତିମଧ୍ୟରେ ୨୦ବର୍ଷ ଅତିକ୍ରମ କରିସାରିଥିବାବେଳେ ଶିକ୍ଷାର ମାନ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି। ୨୦୧୯-୨୦ ଶିକ୍ଷାବର୍ଷରୁ କେତେକ ନୂତନ ପାଠ୍ୟକ୍ରମ ସାମିଲ କରିବାକୁ ଯୋଜନା ହୋଇଥିବାବେଳେ ଆଗାମୀ ଶିକ୍ଷାବର୍ଷରେ ଭିତ୍ତିଭୂମି ବିକାଶ ସହ ଏହି ବିଶ୍ୱବିଦ୍ୟାଳୟକୁ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବାକୁ ଯୋଜନା ରହିଛି।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆଗାମୀ ବର୍ଷଠାରୁ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନିଆଯିବ। ଭାରତୀୟ କଳା, ସଂସ୍କୃତି ସମ୍ପର୍କରେ ଜାଣିବାକୁ କିମ୍ବା ଏଠାକାର ନୃତ୍ୟ, ସଙ୍ଗୀତ ଶିଖିବାକୁ ଯେଉଁମାନେ ବିଦେଶରୁ ସ୍ବଳ୍ପ ସମୟ ପାଇଁ ଆସୁଛନ୍ତି ସେମାନଙ୍କୁ ଟାର୍ଗେଟ୍‌ କରି କିଛି ସ୍ବତନ୍ତ୍ର ପାଠ୍ୟକ୍ରମ ବା କ୍ରାଶ କୋର୍ସ ଖୋଲାଯିବ। ବିଶେଷକରି ଓଡ଼ିଶୀ ନୃତ୍ୟ, ଓଡ଼ିଶାର ସମରକଳା, ଏଠାକାର ଲୋକନୃତ୍ୟ ଓ ଲୋକସଙ୍ଗୀତ ଶିଖିବାକୁ ବିଦେଶୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ଏହି ସ୍ବଳ୍ପ ଅବଧି ବିଶିଷ୍ଟ ପାଠ୍ୟକ୍ରମ ଖୋଲାଯିବ। ଏନେଇ ଆଲୋଚନା ଚାଲିଥିବାବେଳେ ନୂତନ କୁଳପତି ଦାୟିତ୍ୱ ଗ୍ରହଣ କରିବା ପରେ ପଦକ୍ଷେପ ନିଆଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ତଥା ସଂସ୍କୃତି ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି। ସେହିଭଳି ଓଡ଼ିଶାର ଐତିହ୍ୟ, ପୁରାତନ କୀର୍ତ୍ତିରାଜି, ବୌଦ୍ଧଧର୍ମର ଅବସ୍ଥିତି ଆଦି ଉପରେ ଅଧିକ ଗବେଷଣା କରିବା ଉପରେ ଏହି ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେବ। ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ସହ ବିଶ୍ୱବିଦ୍ୟାଳୟ ମିଳିତଭାବେ ଓଡ଼ିଶାରେ ଥିବା ପୁରାତନ କୀର୍ତ୍ତିରାଜି ଓ ଐତିହ୍ୟ ଉପରେ ଉଚ୍ଚତର ଗବେଷଣା କରିବା ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ମଦନପୁରସ୍ଥିତ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସରେ କିଛି ସ୍ଥାନ ଯୋଗାଇ ଦିଆଯିବ। ବିଶ୍ୱବିଦ୍ୟାଳୟର କଳେବର ବୃଦ୍ଧି ସହ ଏହାର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯିବ। ମଦନପୁରସ୍ଥିତ କ୍ୟାମ୍ପସକୁ ଯେପରି ଏକ ଅତ୍ୟାଧୁନିକ କ୍ୟାମ୍ପସରେ ପରିଣତ କରାଯାଇପାରିବ ଏବଂ ତାହାର ବିଉଟିଫିକେଶନ କରାଯାଇପାରିବ ତାହାକୁ ପ୍ରାଥମିକତା ଦିଆଯିବ।
ଚଳିତବର୍ଷଠାରୁ ନୂଆ କ୍ୟାମ୍ପସ୍‌କୁ ସିଟି ବସ୍‌ ସେବା
ଅନ୍ୟପକ୍ଷରେ ମଦନପୁର କ୍ୟାମ୍ପସ ଭୁବନେଶ୍ୱର ସହର ଉପକଣ୍ଠରେ ରହୁଥିବାରୁ ଛାତ୍ରୀଛାତ୍ର ଏବଂ କର୍ମଚାରୀଙ୍କୁ ଯାତାୟାତରେ ଯେଉଁ ସମସ୍ୟା ହେଉଛି, ତାହାର ସମାଧାନ ଲାଗି ଚଳିତବର୍ଷ ପଦକ୍ଷେପ ନିଆଯିବ। ଏଠାକୁ ସିଟି ବସ୍‌ ଚଳାଚଳ ଲାଗି ବିଭାଗ ପକ୍ଷରୁ ବିଏମ୍‌ସିକୁ ଚିଠି ଲେଖାଯାଇଥିବାବେଳେ ଏବର୍ଷ ଯେମିତି ବି ହେଲେ ବସ୍‌ ଚଳାଚଳ ଆରମ୍ଭ କରାଯିବ ବୋଲି ସଚିବ କହିଛନ୍ତି। ୫ଟି ଏକାଡେମିକ୍‌ ବ୍ଲକ୍‌ ମଧ୍ୟରୁ ୨ଟି ବ୍ଲକ୍‌ର କାମ ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ପ୍ରତିଷ୍ଠା ଦିବସରେ ବ୍ଲକ୍‌-୧ ଏବଂ ବ୍ଲକ୍‌-୨କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରିବେ। ଅନ୍ୟ ୩ଟି ବ୍ଲକ୍‌ର କାମ ସାମାନ୍ୟ ବାକି ଥିବାବେଳେ ତାହାକୁ ଖୁବ୍‌ଶୀଘ୍ର ଶେଷ କରାଯିବ। ଏହାଛଡ଼ା ବିଶ୍ୱବିଦ୍ୟାଳୟ ପରିସରରେ ୩୦୦ରୁ ୪୦୦ ଲୋକ ବସିବା ଭଳି ଏକ ସ୍ବତନ୍ତ୍ର ଅଡିଟୋରିୟମ୍‌ ନିର୍ମାଣ ହେବ। ପିଲାମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ, ଉତ୍ସବ, ମହୋତ୍ସବ ଏହି ଅଡିଟୋରିମ୍‌ରେ ଆୟୋଜିତ ହେବ। ଏହା ପରିସରରେ ଏକ ଆମ୍ପି ଥିଏଟର ମଧ୍ୟ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ସଚିବ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ନୂତନ କୁଳପତି ଦାୟିତ୍ୱ ଗ୍ରହଣ କରିବା ପରେ ଖାଲିଥିବା ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri