ଆଜି ଅନୁଗୋଳ ଆସିବେ ମୁଖ୍ୟମନ୍ତ୍ରୀ: ୪ ନିର୍ବାଚନମଣ୍ଡଳୀରେ କରିବେ ମାରାଥନ ପ୍ରଚାର

ଅନୁଗୋଳ ଅଫିସ/ବଇଣ୍ଡା/ଛେଣ୍ଡିପଦା ୨୦।୪ (ଡି.ଏନ୍‌.ଏ/ସ୍ବ.ପ୍ର.)- ନିର୍ବାଚନୀ ପ୍ରଚାର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି। ଜିଲାର ୪ଟି ନିର୍ବାଚନ ମଣ୍ଡଳୀରେ ସେ ମାରାଥନ ପ୍ରଚାର କରିବେ। ତାଳଚେରରୁ ପୂର୍ବାହ୍ନ ୧୦ଟା ୧୫ରେ ପ୍ରଚାର ଆରମ୍ଭ ହେବ। ପରେ  ଛେଣ୍ଡିପଦା ମିନି ଷ୍ଟାଡିୟମ ନିକଟରେ ତହସିଲ ଅଫିସ ପଛପାଖ ପଡିଆରେ ହେଲିକପ୍ଟରରେ ଯୋଗେ ମୁଖ୍ୟମନ୍ତ୍ରୀ ପହଞ୍ଚି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ମାଧପୁରରେ ମଧ୍ୟାହ୍ନ ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ୍‌ରୁ ବଞ୍ଚତ୍ତ ହୋଇଥିବା ସଞ୍ଜୀବ ସାହୁଙ୍କ ଭୂମିକାକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସଞ୍ଜୀବ ଆସିବେ କି ନାହିଁ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି।

ଅନୁଗୋଳ ଜିଲାକୁ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ପ୍ରଚାରରେ ଆସୁଛନ୍ତି। ତାଳଚେରଠାରେ ଦଳୀୟ ବିଧାୟକ ପ୍ରାର୍ଥୀ ବ୍ରଜ ପ୍ରଧାନଙ୍କ ପାଇଁ ସେ ପ୍ରଚାର କରିବେ। ପରେ ରେଙ୍ଗାଳି ଠାରେ ସାଧାରଣ ସଭାରେ ଯୋଗଦେଇ ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ ପାଳଙ୍କ ପାଇଁ ଭୋଟ ମାଗିବେ। ଦୁଇ ଦିନ ତଳେ ବିଜେଡି ସଭାପତି ପାଲଲହଡ଼ା ନିର୍ବାଚନମଣ୍ଡଳୀର ଖମାର କଲେଜ ପଡ଼ିଆରେ ମୁକେଶଙ୍କ ଲାଗି ପ୍ରଚାର କରିଥିଲେ। ତେଣୁ ଦ୍ୱିତୀୟ ଥର ମୁକେଶଙ୍କ ପ୍ରଚାର ପାଇଁ ନବୀନ ଆସୁଥିବାରୁ ଏହାକୁ ନେଇ ସାଧାରଣରେ ନାନା ଆଲୋଚନା ଚାଲିଛି। ସେହିପରି ଛେଣ୍ଡିପଦାର ଦଳୀୟ ପ୍ରାର୍ଥୀ ସୁଶାନ୍ତ ବେହେରାଙ୍କ ପାଇଁ ପ୍ରଚାର ପରେ ଆଠମଲ୍ଲିକରେ ରମେଶ ସାଏଙ୍କ ପ୍ରଚାର ପାଇଁ  ମୁଖ୍ୟମନ୍ତ୍ରୀ ମାଧପୁର ଗସ୍ତ କରିବେ। ଏଥିସହ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ମହେଶ ସାହୁ ଓ ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ହୋଇଥିବା ନଳିନୀକାନ୍ତ ପ୍ରଧାନଙ୍କ ଲାଗି ମଧ୍ୟ ପ୍ରଚାର କରିବେ।

ଅନ୍ୟପକ୍ଷରେ ଚଳିତ ଥର ଟିକେଟରୁ ବଞ୍ଚିତ ହୋଇଥିବା ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଏଯାଏ ନୀରବ ରହିଛନ୍ତି। ତାଙ୍କ ସମର୍ଥକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ କୁହୁଳୁଥିବା ଚର୍ଚ୍ଚା ହେଉଛି। ଏ ପରିସ୍ଥିତିରେ ସେମାନଙ୍କ ସମର୍ଥନ କାହା ପ୍ରତି ରହିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରମେଶ ସାଏ ଓ ନଳିନୀକାନ୍ତ ପ୍ରଧାନଙ୍କ ପାଇଁ ଆଠମଲ୍ଲିକ ବ୍ଲକ ବିଜେଡି ସଭାପତି ମହେଶ୍ୱର ଦେହୁରୀ, କିଶୋରନଗର ବ୍ଲକ ଯୁବ ବିଜେଡି ସଭାପତି ପ୍ରତାପ ମାଝି, ସଞ୍ଜୀବଙ୍କ ବିରୋଧୀ ଗୋଷ୍ଠୀର ଟାଣୁଆ ନେତା ପ୍ରଚାର କରୁଥିବା ଜଣାଯାଇଛି। ଏପରି ସ୍ଥିତିରେ ସଞ୍ଜୀବ ଓ ତାଙ୍କ ଅନୁଗତମାନେ ନୀରବ ରହିବା ସହ କୌଣସି ସଭାସମିତି କିମ୍ବା ରାଜନୈତିକ ପ୍ରଚାରରେ ଅଂଶଗ୍ରହଣ କରୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ ସେଠାରେ ପରିସ୍ଥିତି ସଜାଡିବା ପାଇଁ ବିଜେଡି କି ଆଭିମୁଖ୍ୟ ଗ୍ରହଣ କରୁଛି ତାକୁ ନେଇ ନାନା ଆଲୋଚନା ଚାଲିଛି। ଏ ସମ୍ପର୍କରେ ସଞ୍ଜୀବଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ସୁଇଚ ଅଫ୍‌ ରହିଥିବାରୁ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?