Posted inRasifala

ରାଶିଫଳ : ସୋମବାର, ମେ ୨୭ ତାରିଖ – Daily Horoscope

ମେଷ
ଆଜିର ଶତଭିଷା ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଆପଣ ସମାଜକଲ୍ୟାଣ କାର୍ଯ୍ୟ, ଆନୁଷ୍ଠାନିକକ୍ଷେତ୍ର, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ । ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ରହିବେ।
ବୃଷ
ବୃଷ
ଆଜି ରୋହିଣୀ ନକ୍ଷତ୍ରସ୍ଥ ରବି ହେତୁ ହସଖୁସିର ବାତାବରଣ ମଧ୍ୟରେ ମାଙ୍ଗଳିକ କାମ ଓ ବନ୍ଧୁମିଳନ ହେତୁକ ଆନନ୍ଦ ଅନୁଭବ କରିବେ। ମତାନ୍ତର ଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବହନ, ପ୍ରଶାସନ ଓ ପ୍ରକାଶନ,ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ।
ମିଥୁନ
ମିଥୁନ
ରାହୁ ନକ୍ଷତ୍ରସ୍ଥ ମଙ୍ଗଳଜନିତ ରୋଗ, ଋଣ ଓ ଶତ୍ରୁତା ତଥା ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇ ପାରନ୍ତି। ରାଜନୈତିକ ତପତ୍ରତା ପରିବେଶକୁ ସରଗରମ କରିପାରେ। ଆର୍ଥିକ ଅନଟନ ମଧ୍ୟରେ ଚଳିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ରବି ଓ ବୁଧ ଏକାଦଶସ୍ଥ ହେତୁ ଆଜି ଆପଣଙ୍କ ଉଦାର ଭାବନାଯୁକ୍ତ ସୁଚିନ୍ତିତ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କର ଦୃଷ୍ଟି ଆକର୍ଷଣ କରିବ । ପରିବାର ଭିତରେ ଆତ୍ମୀୟସ୍ବଜନଙ୍କ ସୌହାର୍ଦ୍ଦ୍ୟତା ମଧ୍ୟରେ ଶୁଭକାର୍ଯ୍ୟ ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ ବନ୍ଧୁ ସୁବିଧାବାଦୀ ଗୁଣରେ ଶୋଷଣ କରିବାର ଅପଚେଷ୍ଟା କରିପାରନ୍ତି।
ସି˚ହ
ସି˚ହ
ଜ୍ୟେଷ୍ଠା ନକ୍ଷତ୍ରସ୍ଥ ବୃହସ୍ପତି ପାରିବାରିକ ଅଶାନ୍ତି ହେତୁ ମାନସିକ ସ୍ଥିତିକୁ ଅସନ୍ତୁଳିତ କରି ରଖିବ । ଫଳରେ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।
କନ୍ୟା
ଶନି ପୂର୍ବାଷାଢ଼ା ନକ୍ଷତ୍ରରେ ରହିଥିବାରୁ ଅସ୍ଥିରତା ମଧ୍ୟରେ ଦିନଚର୍ଯ୍ୟା କରିବାକୁ ବାଧ୍ୟ ହେବେ। ବ୍ୟୟବୃଦ୍ଧି, ସନ୍ତାନମାନଙ୍କ ସମସ୍ୟା, ଶତ୍ରୁତା, ବିରୋଧର ସାମ୍‌ନା କରିବା ଦିଗରେ ଚିନ୍ତିତ ରହିବେ। ଅବଶ୍ୟ ଧୈର୍ଯ୍ୟ ଧରି ସବୁ କାମ ସହଜ ଓ ସୁବିଧାରେ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ।
ତୁଳା
ତୁଳା
ଭାଗ୍ୟସ୍ଥାନରେ ରାହୁ ଓ ମଙ୍ଗଳ ଲକ୍ଷ୍ମୀଯୋଗ ସୃଷ୍ଟିକରି ପୁନର୍ବସୁ ଓ ଆରଦ୍ରା ନକ୍ଷତ୍ରସ୍ଥ ଯୋଗୁ ଯାହା ଦୀର୍ଘଦିନ ହେଲା ଖୋଜି ଖୋଜି ପାଉ ନ ଥିଲେ ଆଜି ତାହା ଆକସ୍ମିକ ଭାବରେ ପାଇ ଖୁସି ହେବେ । ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ ।
ବିଛା
ବିଛା
ଦ୍ୱିତୀୟ ଭାବରେ କେତୁ ଆପଣଙ୍କ କଥା ଓ ବ୍ୟବହାରରେ ବ୍ୟତିକ୍ରମ ସୃଷ୍ଟିପୂର୍ବକ ସମସ୍ୟା ସୃଷ୍ଟି କରିପାରେ। ଅବଶ୍ୟ ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ପରିବହନ, ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ସାମାନ୍ୟ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।
ଧନୁ
ଧନୁ
ରାଶିରେ ପାପଗ୍ରହଜନିତ ଅଧିକାଂଶ ମସୟ ମାନସିକ ସ୍ଥିତି ଠିକ୍‌ ରହିବନାହିଁ । ନିକଟ ସମ୍ପର୍କୀୟଙ୍କ ତରଫରୁ କୌଣସି ସମସ୍ୟା କିମ୍ବା ବିରୋଧ ଆପଣଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ । ଏହା ସାଙ୍ଗକୁ ନୂତନ ସ୍ଥାନ ପରିଦର୍ଶନ,ବନ୍ଧୁମାନଙ୍କ ସହ ଭ୍ରମଣ, କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ।
ମକର
ମକର
ମୁଖଭାବରେ ଚନ୍ଦ୍ର ଓ କେନ୍ଦ୍ରରେ ଶୁକ୍ର ହେତୁ ମନ ଭଲ ନ ଥିଲେ ମଧ୍ୟ ଅନ୍ୟାନ୍ୟ ଦିଗରୁ ବିଶେଷକିଛି ଅସୁବିଧା ହେବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିପାରନ୍ତି।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ରାଶିରେ ରହିବା କାରଣରୁ କୌଣସି ସମ୍ପର୍କୀୟା ମହିଳା ମାନସିକ ଅଶାନ୍ତିର କାରଣ ହେବେ। ବନ୍ଧୁମାନଙ୍କ ସହାୟତାରେ ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଖୁସି ହେବେ । ମାତ୍ର କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ମୀନମୀନ
ରାଶିର ଉଭୟ ସ୍ଥାନରେ ଗ୍ରହଙ୍କ ସ୍ଥିତି କାରଣରୁ କାର୍ଯ୍ୟସିଦ୍ଧି, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ ସାଙ୍ଗକୁ ଅର୍ଥ, ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଖୁସି ରହିବେ। ନିଜର କିଛି ଅସୁବିଧା ନ ଥିଲେ କ’ଣ ହେଲା, ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

ରାଶିଫଳ: ଶନିବାର, ମେ ୯ ତାରିଖ – Daily Horoscope

ମେଷ ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକି ରହିବନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଦ୍ୱିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri