ଆଜିର ଅର୍ଥନୀତି/ୟେସ୍‌ ବିପର୍ଯ୍ୟୟ

ୟେସ୍‌ ବ୍ୟାଙ୍କ ହେଉଛି ଏକ ବୃହତ୍‌ ଆଧୁନିକ ଘରୋଇ ବ୍ୟାଙ୍କ। ୨୦୦୪ରେ ରାଣା କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ ହେବା ପରଠାରୁ ଏକ ସଫଳ ଉଦ୍ୟୋଗରେ ପରିଣତ ହେବା ଲାଗି ଯାହା ଯାହା ଲକ୍ଷଣ ଦରକାର ସେସବୁ ଏଥିରେ ଦେଖିବାକୁ ମିଳୁଥିଲା। ପ୍ରାୟ ଦୁଇବର୍ଷ ପୂର୍ବ ପର୍ଯ୍ୟନ୍ତ ଏହା ଉଭୟ ନିବେଶକ ଓ ଗ୍ରାହକଙ୍କ ପ୍ରିୟ ଥିଲା। ଆଜି ବି ଏଥିରେ ଦୁଇଲକ୍ଷ କୋଟିରୁ ଅଧିକ ଟଙ୍କା ଜନସାଧାରଣ ଜମା ରଖିଛନ୍ତି। ବ୍ୟବସାୟର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଏହା ସଞ୍ଚୟ ବ୍ୟାଙ୍କ ଜମା ଉପରେ ଅଧିକ ସୁଧ ଦେବା ସହ ଗ୍ରାହକମାନଙ୍କୁ ବ୍ୟକ୍ତିଗତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିଲା। ତେବେ ଏହାର ପତନ ଆରମ୍ଭ ହେଲା ସେତେବେଳେ, ଯେତେବେଳେ ଏହାର ଖାତାରେ ଖରାପ ଋଣର ପରିମାଣ ବଢ଼ି ବଢ଼ି ଚାଲିଲା। ବ୍ୟାଙ୍କ ଏହାର ଖରାପ ଋଣଜନିତ କ୍ଷତି ପରିଚାଳନା କରିବା ପାଇଁ ନଗଦ ପୁଞ୍ଜି ସଂଗ୍ରହ କରିବାରେ ବିଫଳ ହେଲା। ଏହାର ବର୍ତ୍ତମାନ ନିବେଶକ କିମ୍ବା ଅନ୍ୟ ସମ୍ଭାବ୍ୟ ବ୍ୟକ୍ତି ଏଥିରେ ଆଉ ଟଙ୍କା ନିବେଶ କରିବାକୁ ଆଗ୍ରହ ଦେଖାଇଲେ ନାହିଁ। ଏଣିକି ନିବେଶକମାନେ ସେମାନଙ୍କ ଆର୍ଥିକ କ୍ଷତି ସମ୍ଭାବନା ଦୂରକରିବା ପାଇଁ ବଣ୍ଡ୍‌ ଚୁକ୍ତିନାମା ଭଙ୍ଗେଇବାକୁ ଆରମ୍ଭ କଲେ। ତାଜା ପୁଞ୍ଜି ସୃଷ୍ଟି କରିବା ପାଇଁ ବ୍ୟାଙ୍କର ଉଦ୍ୟମ ଗତବର୍ଷ ମଧ୍ୟଭାଗରେ ବିଫଳ ହୋଇ ସତର୍କ ଘଣ୍ଟି ବଜାଇଥିଲା। ମୁଡିର ନିବେଶକ ସେବା ଡିସେମ୍ବର ୨୦୧୯ରେ ୟେସ୍‌ ବ୍ୟାଙ୍କର କ୍ରେଡିଟ୍‌ ରେଟିଂ ହ୍ରାସ କରି କହିଛି ଯେ, ନୂତନ ପୁଞ୍ଜି ସଂଗ୍ରହରେ ମନ୍ଥରତା ହେତୁ ଏହାର କାର୍ଯ୍ୟକ୍ଷମତା ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଟାକ ମହୀନ୍ଦ୍ରା, ଲକ୍ଷ୍ମୀ ବିଳାସ ଆଦି ଅନ୍ୟ ଘରୋଇ ବ୍ୟାଙ୍କ ପ୍ରତିଯୋଗିତାମୂଳକ ସୁଧହାର ଓ ସେବା ପ୍ରଦାନ ଆରମ୍ଭ କରିଥିବାରୁ ୟେସ୍‌ ବ୍ୟାଙ୍କର ଅନେକ ଗ୍ରାହକ ଏହି ବ୍ୟାଙ୍କ ଛାଡ଼ି ଅନ୍ୟ ବ୍ୟାଙ୍କର ଗ୍ରାହକ ବନିଗଲେ। ୟେସ୍‌ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରିମାସୀରେ ୧୫୦୦ କୋଟି ଟଙ୍କାର କ୍ଷତି କରିବା ପରେ ଆର୍‌ବିଆଇକୁ ତତ୍ପରତା ପ୍ରକାଶ କରି ଏହାର ବୋର୍ଡରେ ଜଣେ ପଏଣ୍ଟ ମ୍ୟାନ୍‌ଙ୍କୁ ନିଯୁକ୍ତ କରିବାକୁ ପଡ଼ିଲା। ଜାନୁୟାରୀ ୨୦୧୯ରେ ରାଣା କପୁରଙ୍କୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରୁ ବିଦାହେବାକୁ ପଡ଼ିଲା କାରଣ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ଲାଗି ବୋର୍ଡର ସୁପାରିସକୁ ଆର୍‌ବିଆଇ ପ୍ରତ୍ୟାଖ୍ୟାନ କରିଦେଲା। କପୁର ବିଦାହେବା ପରେ ବୋର୍ଡରେ ବିବାଦ ଦେଖାଦେଲା ଏବଂ ଏହାର ସଦସ୍ୟମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଗଲେ: ଗୋଟିଏ କପୁରଙ୍କ ସପକ୍ଷ ଓ ଆଉ ଗୋଟିଏ ବିପକ୍ଷ ଗୋଷ୍ଠୀ। ଫଳରେ ରଣବୀର ସିଂ ଗିଲ୍‌ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ୱ ନେବା ପରେ ମଧ୍ୟ ବ୍ୟାଙ୍କରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଲା। ତେବେ ଏହି ଅଚଳାବସ୍ଥା ଗତ ସପ୍ତାହ ବେଳକୁ ତୀବ୍ରତର ହୋଇଥିଲା, ଯାହାଫଳରେ ଆର୍‌ବିଆଇ ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ସୀମା ମାସିକ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ କରିଦେଲା। ଏକ ବିବାଦୀୟ ପଦକ୍ଷେପ ସ୍ବରୂପ ଏସ୍‌ବିଆଇ ଏହି ବ୍ୟାଙ୍କକୁ ୧୦,୦୦୦ କୋଟି ଟଙ୍କା ଦେଇ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ରାଜି ହୋଇଛି। ଉକ୍ତ ଟଙ୍କା ଉଠା କଟକଣା ମାସକ ଭିତରେ ଉଠାଇ ଦିଆଯିବ ବୋଲି ଆର୍‌ବିଆଇ ଓ ଏସ୍‌ବିଆଇ ଘୋଷଣା କରିଛନ୍ତି।
ଭାରତରେ ବ୍ୟାଙ୍କଗୁଡ଼ିକର ବିଫଳତା ନୂଆ ନୁହେଁ। ଅତୀତରେ ଏମିତି ଅନେକ ଘଟଣା ଘଟିଛି। ମାତ୍ର କେଇ ମାସ ତଳେ ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରାଯାଇଥିଲା। ଏହାର କେତେ ବର୍ଷ ପୂର୍ବରୁ ଗ୍ଲୋବାଲ ଟ୍ରଷ୍ଟ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କ ବିଶ୍ୱାସ ହରାଇଥିଲା। ତେବେ ବର୍ତ୍ତମାନ ଘଟଣାର ଏକ ଗୁରୁତ୍ୱ ରହିଛି କାରଣ ୟେସ୍‌ ବ୍ୟାଙ୍କ ଏକ ବୃହତ୍‌ ବ୍ୟାଙ୍କ ଯାହାର ସାରା ଭାରତରେ ଉପସ୍ଥିତି ରହିଛି। ଘରୋଇ ବ୍ୟାଙ୍କଗୁଡ଼ିକ ଭିତରେ ଏହା ହେଉଛି ପଞ୍ଚମ ବୃହତ୍ତମ ଋଣପ୍ରଦାନକାରୀ ବ୍ୟାଙ୍କ। ୟେସ୍‌ ବ୍ୟାଙ୍କର ବିଫଳତା ଘରୋଇ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ଉପରେ ସନ୍ଦେହ ସୃଷ୍ଟି କରିବା ସହ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଉପରୁ ଜନସାଧାରଣଙ୍କ ବିଶ୍ୱାସ ନଷ୍ଟ କରୁଛି। ଆମ ଦେଶରେ ବ୍ୟାଙ୍କିଙ୍ଗ୍‌ ସଂସ୍କାର କ୍ଷେତ୍ରରେ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଉଛି। ଆର୍‌ବିଆଇ ଦ୍ୱାରା ଘରୋଇ ବ୍ୟାଙ୍କଗୁଡ଼ିକର ଠିକ୍‌ ଭାବେ ନିୟନ୍ତ୍ରଣ କରାଯାଉ ନାହିଁ। ୟେସ୍‌ ବ୍ୟାଙ୍କର କର୍ପୋରେଟ୍‌ ଗଭର୍ନାନ୍ସରେ ସାଂଘାତିକ ବିଫଳତା ରହିଥିଲା। ନିର୍ଦ୍ଦେଶକମାନେ ଆସୁଥିଲେ ଓ ଯାଉଥିଲେ। କିନ୍ତୁ ବ୍ୟାଙ୍କର ଦୋଷଦୁର୍ବଳତା ଯେମିତିକୁ ସେମିତି ରହିଥିଲା। ସ୍ବଚ୍ଛତାର ଘୋର ଅଭାବ ରହିଥିଲା। ନିର୍ଦ୍ଦେଶକମାନଙ୍କଠାରୁ ସତ୍ୟ ଓ ତଥ୍ୟ ଲୁଚାଯାଉଥିଲା। ନିର୍ଦ୍ଦେଶକମାନେ ବି ସେମାନଙ୍କୁ ଦିଆଯାଉଥିବା ତଥ୍ୟ ଠିକ୍‌ କି ଭୁଲ୍‌ ପରଖିବାକୁ ଚେଷ୍ଟା କରୁ ନ ଥିଲେ। ରାଣା କପୁର ବ୍ୟାଙ୍କକୁ ନିଜ ଜମିଦାରି ଭାବୁଥିଲେ। ଡିଏଚ୍‌ଏଫ୍‌ଏଲ୍‌, ଅନିଲ ଅମ୍ବାନୀ ଗ୍ରୁପ୍‌ କମ୍ପାନିଜ୍‌, ସୁଭାଷ ଚନ୍ଦ୍ରଙ୍କ ଏସେଲ ଗ୍ରୁପ୍‌ ପରି ସନ୍ଦେହପୂର୍ଣ୍ଣ ସଂସ୍ଥାଗୁଡ଼ିକୁ ଋଣ ଦେଇଥିଲେ। ଲାଞ୍ଚ କାରବାର ହେଉଥିବାର ମଧ୍ୟ ଖବର ରହିଛି। ଗ୍ରାହକମାନେ ଚାହୁଁଛନ୍ତି, ବ୍ୟାଙ୍କ ଖାତାଗୁଡ଼ିକର ଠିକ୍‌ ଭାବେ ତଦନ୍ତ କରାଯାଉ ଏବଂ ଏଥିରେ କାହାରି ହସ୍ତକ୍ଷେପ ନ ରହୁ। ବ୍ୟାଙ୍କଗୁଡ଼ିକରେ ସର୍ବୋଚ୍ଚ ସ୍ତରରେ ଦୁର୍ନୀତି ହେବା ନୂଆ କଥା ନୁହେଁ। ଗତବର୍ଷ ଆମେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶିକା ଚନ୍ଦା କୋଚରଙ୍କ ବଦମାସି ଦେଖିଛୁ। ତେଣୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପରି ଘରୋଇ ବ୍ୟାଙ୍କଗୁଡ଼ିକର ମଧ୍ୟ ଠିକ୍‌ ଭାବେ ମନିଟର କରାଯିବା ଦରକାର, ଯାହାଫଳରେ ସେମାନଙ୍କର ଅସାଧୁ କାରବାରକୁ ରୋକାଯାଇପାରିବ ଏବଂ ସେମାନଙ୍କୁ ନିୟମିତ ଭାବେ ସେମାନଙ୍କର ସମ୍ପତ୍ତି, ଦେଣା, ବିପଦର ମୂଲ୍ୟାଙ୍କନ ଓ ଭବିଷ୍ୟତ ଆକଳନ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିବାକୁ କୁହାଯିବା ଦରକାର। ଘରୋଇ ବ୍ୟାଙ୍କଗୁଡ଼ିକର କର୍ପୋରେଟ୍‌ ଗଭର୍ନାନ୍ସ ଯେପରି ଠିକ୍‌ ଭାବରେ ଚାଲେ ଆର୍‌ବିଆଇ ତାହା ସୁନିଶ୍ଚିତ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri