ଆଜିର ଅର୍ଥନୀତି/ତୈଳ ଦର ହ୍ରାସରୁ ଫାଇଦା ନାହିଁ

ଚଳିତ ସପ୍ତାହ ପ୍ରାରମ୍ଭରେ ଆମେରିକାରେ ଅଶୋଧିତ ତେଲ ଦର ରସାତଳଗାମୀ ହୋଇଛି। ଇତିହାସରେ ପ୍ରଥମ ଥର ପାଇଁ ବ୍ୟାରେଲ ପ୍ରତି ଦର ଶୂନ ଡଲାର୍‌ରୁ ତଳକୁ ଖସିଆସିଛି। ଅଶୋଧିତ ତେଲ ଦରରେ ଏଭଳି ହ୍ରାସ ପୂର୍ବରୁ କେବେ ବି ଘଟି ନ ଥିଲା। ଏଥିରୁ ବୁଝାପଡଛି ଯେ, ମେ’ରେ ଷ୍ଟୋରେଜ କ୍ଷମତା ଶେଷ ହେଉଥିତ୍ବାବେଳେ ଉପତ୍ାଦନକାରୀ କମ୍ପାନୀଗୁଡିକ ଉପତ୍ାଦନ ଜାରି ରଖିଛନ୍ତି। ବଳକା ତେଲରୁ ସେମାନଙ୍କ ନିକଟରୁ ଖସାଇବା ଲାଗି ଚାହଁୁଥିବାବେଳେ ଏବେ ଚାହିଦା ଖସିଥିବାରୁ କେହି ତେଲ ନେଉନାହାନ୍ତି। ଫଳରେ କ୍ରେତାଙ୍କୁ ଅର୍ଥ ଯାଚିବା ଭଳି ସ୍ଥିତି ଦେଖାଯାଇଛି। ତୈଳ କାରବାରରେ ଥିବା ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏହା କରାଯାଇଥାଇପାରେ। ମଙ୍ଗଳବାର ତେଲ କାରବାରରେ ଥିବା ଚୁକ୍ତି ଶେଷ ହୋଇଯାଇପାରେ ଏବଂ ବ୍ୟବସାୟୀମାନେ ତେଲ ନେବାକୁ ଅମଙ୍ଗ ହୋଇପାରନ୍ତି। ତେବେ ଏହାର ବହୁ ପୂର୍ବରୁ ସ୍ଥିତି ବଦଳିଗଲା। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ତେଲ ଦର ଶୂନ ଡଲାରରୁ ତଳକୁ ଖସିବାର ନୈରାଶ୍ୟଜନକ ଅବସ୍ଥା ବିଶ୍ୱରେ ଉପୁଜିଲା। ଏହି ମାସ ଆରମ୍ଭରେ ଅର୍ଗାନାଇଜେଶନ ଅଫ୍‌ ଦି ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ (ଓପିଇସି)ର ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ବିଶ୍ୱସ୍ତରରେ ତୈଳ ଉପତ୍ାଦନକୁ ୧୦ ପ୍ରତିଶତ ହ୍ରାସ କରିବା ନେଇ ସହମତି ପ୍ରକାଶ ପାଇଥିଲା। ଫଳରେ ଏହି ନିଷ୍ପତ୍ତି ପ୍ରଭାବଶୂନ୍ୟ ହୋଇଯାଇଛି। ଲକ୍‌ଡାଉନ ଯୋଗୁ ସବୁ ଠପ୍‌ ହୋଇଯାଇଛି। ବିଶ୍ୱରେ ଅଶୋଧିତ ତେଲ ଦର ପୂରା କମିଯାଇଛି। କିନ୍ତୁ ତୈଳ କୂପଗୁଡିକରେ ତେଲ ଭର୍ତ୍ତି ହୋଇ ରହିଛି। ଏବେ ନୂଆ ଅଶୋଧିତ ତେଲ ରଖିବାକୁ ହେଲେ ଅଧିକ ଟ୍ୟାଙ୍କର ଆଣିବାକୁ ପଡିବ। ଉପ୍‌ତ୍ାଦନକାରୀମାନେ ଏବେ ଗଚ୍ଛିତ ଥିବା ତୈଳ ଉପରେ ଅଧିକ ଟ୍ୟାକ୍ସ ଦେବା କିମ୍ବା ଷ୍ଟୋର ଉପରେ ଅଧିକ ବ୍ୟୟ କରିବାକୁ ନ ଚାହଁିବା କାରଣରୁ ସେମାନଙ୍କ ପାଖରେ ଥିବା ବର୍ତ୍ତମାନ ଗଚ୍ଛିତ ଷ୍ଟକ୍‌କୁ ଶେଷ କରିବାକୁ ଚାହଁୁଛନ୍ତି।
କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଆର୍ଥିକ କାର୍ଯ୍ୟକଳାପ କମିବା ଯୋଗୁ ତେଲ ଚାହିଦା ଖସିଛି। ଫଳରେ ବ୍ରେଣ୍ଟ ଅଶୋଧିତ ତେଲ ଦର ହ୍ରାସ ପାଇ ବ୍ୟାରେଲ ପିଛା ୨୦ ଡଲାରରେ ପହଞ୍ଚିଛି । ଯେହେତୁ ଭାରତରେ ତୈଳ ଚାହିଦାର ୮୫ ପ୍ରତିଶତ ଆମଦାନୀରୁ ପୂରଣ ହେଉଛି କ୍ରୁଡ୍‌ ଦର କମିବା ଦେଶ ପାଇଁ ଲାଭ ବୋଲି କୁହାଯାଇପାରେ । କିନ୍ତୁ ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀ ପୂର୍ବରୁ ମାନ୍ଦା ପରିସ୍ଥିତି ଦେଇ ଗତିକରଥିବା ଯୋଗୁ ତୈଲ ଦର ହ୍ରାସରୁ ଏବେ ଲାଭ ପାଇବା ସମ୍ଭବ ନୁହେଁ। ଦେଶ ଭିତରେ ଏବେ ତେଲର ଚାହିଦା ୬୦ ପ୍ରତିଶତ କମିଯାଇଛି। ତେବେ ୨୦୧୮-୧୯ରୁ ପେଟ୍ରୋଲିୟମ ସାମଗ୍ରୀର ଚାହିଦା କମିବା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏବର ଲକ୍‌ଡାଉନ ଯୋଗୁ ଓଦ୍ୟୋଗିିକ କାର୍ଯ୍ୟକଳାପ ସାରା ଦେଶରେ ଏକ ପ୍ରକାର ବନ୍ଦ ହୋଇଥିବାରୁ ଏହି ହ୍ରାସ ହାର ଏବେ ବଢିଯିବ। ଏପ୍ରିଲରେ ପେଟ୍ରୋଲ ଓ ଡିଜେଲର ଚାହିଦା ୬୦ ପ୍ରତିଶତକୁ ଖସିଆସିଛି। ବିଶ୍ୱ ମୁଦ୍ରା ପାଣ୍ଠି( ଆଇଏମ୍‌ଏଫ୍‌) ଆକଳନ ମୁତାବକ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ବିକାଶ ହାର ୧.୯ ପ୍ରତିଶତ ବୃଦ୍ଧି ହେବ ଏବଂ ସେହି ସମୟରେ ତୈଳ ଚାହିଦାର ପୂର୍ବ ସ୍ଥିତିକୁ ଧୀରେ ଧୀରେ ଫେରିବ।
ଶସ୍ତା ଅଶୋଧିତ ତେଲର ପ୍ରଭାବ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜସ୍ବ ଉପରେ ପଡିବ। ଏଭଳି ହ୍ରାସ ଯୋଗୁ ଭାରତର ଆମଦାନୀ ବିଲ୍‌ ବି କମିବ। ଅପରପକ୍ଷରେ ଭାରତ ବିଦେଶକୁ ପଠାଉଥିବା ପେଟ୍ରୋଲିୟମ ସାମଗ୍ରୀ ଉପରେ ମଧ୍ୟ ଅଧିତ୍କ ଫାଇଦା ପାଇବନି। ସମାନ ହାରରେ ପେଟ୍ରୋଲିୟମ ଉପତ୍ାଦର ରପ୍ତାନି ପ୍ରଭାବିତ ହେବ। ଏଣୁ ଏବକାର ପରିସ୍ଥିତିରେ ଭାରତ ବିଶେଷ ଲାଭ ପାଇବ ବୋଲି ଆଶା କରିପାରିବା ନାହିଁ। ଦେଶରେ ତୈଳ ଚାହିଦା ହ୍ରାସ ହେବା ଯୋଗୁ ପେଟ୍ରୋଲିୟମ ଉପତ୍ାଦଗୁଡିକ ଉପରେ କେନ୍ଦ୍ର ଲଗାଉଥିବା ଉପତ୍ାଦ ଟିକସ ରାଜସ୍ବ ସଂଗ୍ରହରେ ବାଧା ଉପୁଜିବ। ପେଟ୍ରୋଲିୟମ ଉପତ୍ାଦଗୁଡିକର ମୂଲ୍ୟ ସହ ବିକ୍ରିକର ଓ ଭାଟ୍‌ର ସମ୍ପର୍କ ରହିଥିବାରୁ ରାଜ୍ୟଗୁଡିକ ଏହା ଆଦାୟ କରିବାରେ ଅସୁବିଧାରେ ପଡିବେ ଓ ରାଜସ୍ବରେ ଘାଟା ହେବ। ଏଣୁ ଅଶୋଧିତ ତୈଳ ଦର କମିବା କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ଲାଭଜନକ ହେବନାହିଁ। ଅଶୋଧିତ ତୈଳ ଦର ହ୍ରାସରୁ ସାଧାରଣତଃ ଅଏଲ ରିଫାଇନେରିଗୁଡିକ ଲାଭ ପାଇଥାନ୍ତିି। ସେମାନଙ୍କୁୁ ଏଥିରୁ ବେଶି ଲାଭ ନ ଦେବା ଲାଗି ସରକାର ଉପତ୍ାଦ ଶୁଳ୍କ ବୃଦ୍ଧି କରିପାରନ୍ତିି। ମାର୍ଚ୍ଚରେ ସରକାର ଏହା କରିଛନ୍ତି। ଏବେ ଅର୍ଥବ୍ୟବସ୍ଥା ଜଟିଳ ସ୍ଥିତି ଦେଇ ଗତି କରୁଥିବାରୁ ସରକାର ପେଟ୍ରୋଲିୟମ ଉପତ୍ାଦଗୁଡିକ ଉପରେ ଉପତ୍ାଦ ଶୁଳ୍କ ବୃଦ୍ଧି କରିବା ଅନୁମାନ କରାଯାଉଛି। କରୋନା ଭାଇରସ୍‌ର ପ୍ରଭାବ ଏବେ ଅଧିତ୍କ ଥିବାରୁ ବିଶ୍ୱରେ ଅଶୋଧିତ ତେଲ ଦରରେ ଆଗାମୀ କିଛି ଦିନ ଧରି ନିମ୍ନରେ ରହିବ, କିନ୍ତୁ ଏହା ଭାରତ ପାଇଁ ଖୁସି ଆଣିବ ନାହିଁ। ଏବେକାର ପରିସ୍ଥିତି ସରକାରଙ୍କ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri