Posted inଖେଳ

ଆଜିଠୁୁ ଟି୨୦ ବିଶ୍ୱକପ୍‌

ଜର୍ଜଟାଉନ୍‌,୨ା୬(ପି.ଟି)ଆମେରିକା ଓ ଓ୍ବେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି୨୦ କ୍ରିକେଟ ବିଶ୍ୱକପ୍‌ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୨୦ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୫୫ ମ୍ୟାଚ୍‌ ଖେଳାଯିବ। ସହ ଆୟୋଜକ ରହିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଓ ଯୋଗ୍ୟତା ପର୍ଯ୍ୟାୟ ଖେଳି ସାମିଲ ହୋଇଥିବା ପପୁଆ ନ୍ୟୁ ଗିନି (ପିଏନ୍‌ଜି)ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ୮ ବର୍ଷ ତଳେ ଶେଷ ଥର ଚାମ୍ପିୟନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ନିଜ ମାଟିରେ ଆଉ ଥରେ ଟ୍ରଫି ହାସଲ ପାଇଁ ଉଦ୍ୟମ କରିବ। ୨୦୧୪ ଇଡେନ ଗାର୍ଡେନ୍ସରେ ବେନ୍‌ ଷ୍ଟୋକ୍ସଙ୍କୁ ଲଗାତର ୪ ଛକା ମାରି କାର୍ଲୋସ ବ୍ରାଥଓ୍ବେଟ ଦଳକୁ ଟ୍ରଫି ଜିତାଇଥିଲେ। ତେବେ ଏହା ପରଠାରୁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟରେ ଆସିଛି ଅନେକ ପରିବର୍ତ୍ତନ। ୨୦୨୧ରେ ଦଳ ସୁପର୍‌-୧୨ରୁ ବିଦା ହୋଇଥିବା ବେଳେ ୨୦୨୨ରେ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲା। ଚଳିତ ବର୍ଷ ଘରୋଇ ମାଟିରେ ଖେଳୁଥିବା କାରଣରୁ ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିବ ଓ୍ବେଷ୍ଟଇଣ୍ଡିଜ୍‌। ଦଳକୁ ୨ଥର ବିଶ୍ୱକପ ଜିତାଇଥିବା ଡାରେନ୍‌ ସାମି ବର୍ତ୍ତମାନ କୋଚ୍‌ ଭୂମିକାରେ ଅଛନ୍ତି। ସେହିପରି ରୋଭମାନ ପାଓ୍ବେଲଙ୍କ ଦଳ ଆକ୍ରମଣାତ୍ମକ କ୍ରିକେଟ ଖେଳିବା ନେଇ ସ୍ପଷ୍ଟ କରି ସାରିଛି। ଦଳ ନିକଟରେ ନିକୋଲାସ ପୁରନଙ୍କ ବ୍ୟତୀତ ରୋଭମାନ ପାଓ୍ବେଲ, ଆନ୍ଦ୍ରେ ରସେଲ୍‌, ସିମରନ୍‌ ହେଟମେୟର, ଶର୍ଫେନ୍‌ ରଦରଫୋର୍ଡ ଓ ରୋମାରିଓ ଶେଫର୍ଡଙ୍କ ଭଳି ଖେଳାଳି ରହିଛନ୍ତି। ଏହି ଦଳର ସମସ୍ତ ଖେଳାଳି ଏକାକୀ ମ୍ୟାଚ୍‌ର ମୋଡ ପରିବର୍ତ୍ତନର ଦକ୍ଷତା ରଖନ୍ତି। ଖାସ୍‌ କରି ଆନ୍ଦ୍ରେ ରସେଲ୍‌ ବର୍ତ୍ତମାନ ଚମତ୍କାର ଲୟରେ ଅଛନ୍ତି। ଉଭୟ ବ୍ୟାଟ ଓ ବଲରେ ଦମଦାର ପ୍ରଦର୍ଶନ କରୁଥିବା ରସେଲ ଘରୋଇ ଦଳ ପାଇଁ ଗେମ୍‌ ଚେଞ୍ଜର ରହିବେ। ଅଭିଜ୍ଞ ଜାସନ୍‌ ହୋଲ୍ଡରଙ୍କ ସ୍ଥାନରେ ଓବେଡ୍‌ ମ୍ୟାକୟଙ୍କୁ ଦଳରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପପୁଆ ନ୍ୟୁ ଗିନି ଅଧିନାୟକ ଅସଦୁଲ୍ଳା ଭାଲାଙ୍କ ଅଧୀନରେ ଖେଳିବ। ଦଳରେ ୮ ଜଣ ଅଲରାଉଣ୍ଡର ରହିଥିଲେ ମଧ୍ୟ ଅଭିଜ୍ଞତାର ଅଭାବ ରହିଛି।
ଅନ୍ୟପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ ଆମେରିକା ଓ କାନାଡା। ଉଭୟ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଭଳି ଟୁର୍ନାମେଣ୍ଟ ଖେଳିବେ। ତେବେ ଆମେରିକାକୁ ଏହି ମ୍ୟାଚ୍‌ରେ ଫେଭରିଟ୍‌ ବିବେଚନା କରାଯାଉଛି। ନିକଟରେ କାନାଡାକୁ ଦଳ ୪-୦ରେ ପରାସ୍ତ କରିଥିବା ବେଳେ ଏହା ନିକଟରେ ଏକାଧିକ ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପନ୍ନ ଖେଳାଳି ରହିଛନ୍ତି। ଉଭୟ ଦଳରେ ଏକାଧିକ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?