Posted inଜାତୀୟ

ଆଜିଠାରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ଶ୍ରେଣୀ ଖାତାଦେଖା

ନୂଆଦିଲ୍ଲୀ,୧୦।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତାଦେଖା ରବିବାରଠାରୁ ଆରମ୍ଭ ହେଉଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଥିପାଇଁ ଦେଇଥିବା ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଚଳିତ ବର୍ଷ କେତେକ ବିଷୟରେ ପରୀକ୍ଷା ଏପର୍ଯ୍ୟନ୍ତ ହୋଇପାରି ନ ଥିବାବେଳେ ଖାତାଦେଖା ବିଳମ୍ବିତ ହୋଇଛି। ଏଥର ଶିକ୍ଷୟିତ୍ରୀଶିକ୍ଷକମାନେ ସେମାନଙ୍କ ଘରେ ରହି ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ଏଥିପାଇଁ ୩୦୦୦ ସ୍କୁଲ୍‌ରୁ ପରୀକ୍ଷା ଖାତାଗୁଡ଼ିକୁ ମୂଲ୍ୟାୟନ କରିବାକୁ ଥିବା ଶିକ୍ଷକମାନଙ୍କ ଘରକୁ ପଠାଯିବ। ମୂଲ୍ୟାୟନ ପ୍ରକ୍ରିୟା ୫୦ ଦିନରେ ଶେଷ ହେବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଦଶମ ଶ୍ରେଣୀରେ ପାଖାପାଖି ୧୮ ଲକ୍ଷ ଓ ଦ୍ୱାଦଶ ଶ୍ରେଣୀରେ ୧୨ ଲକ୍ଷ ପିଲା ବୋର୍ଡ ପରୀକ୍ଷା ଦେଇଥିଲେ। ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ନିଶଙ୍କଙ୍କ କହିବା ଅନୁଯାୟୀ ୩୦୦୦ ସ୍କୁଲରେ ଖାତାଦେଖା ପାଇଁ ଅନୁମତି ମିଳିଛି। ଉକ୍ତ ସ୍କୁଲ୍‌ରୁ ପରୀକ୍ଷାଖାତାକୁ ଶିକ୍ଷକମାନଙ୍କ ଘରକୁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟବାଣୀ କଲେ ରବୀନ୍ଦ୍ର: ଭାଜପାରେ ଯୋଗଦେବେ ଆଉ ୨ ଉପକୂଳ ଏମ୍‌ପି

ଭୁବନେଶ୍ୱର,୨୭।୫(ସୁନିତ୍‌ ମିଶ୍ର):ବିଜେଡି ଛାଡ଼ିବା ସହ ଦେବାଶିଷ ସାମନ୍ତରାୟ ରାଜ୍ୟ ସଭା ସଦସ୍ୟ ପଦରୁ ସୋମବାର ଇସ୍ତଫା ଦେଇ ଦେବା ପରେ ଅନେକ ରାଜନୈତିକ ଚର୍ଚ୍ଚା ହେଉଛି। ତାଙ୍କ…

ପୁଣି ବଢିଲା ଲୋକଙ୍କ ଚିନ୍ତା: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ, ୨୭।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ବୃଦ୍ଧି ପାଉଥିବା ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତାକୁ ବୃଦ୍ଧି କରିଛି। ଗତ ଦୁଇ ସପ୍ତାହ ମଧ୍ୟରେ…

୫ ସୁଦ୍ଧା ଦିଲ୍ଲୀ ଜିମ୍‌ଖାନା ପରିସର ଦଖଲକୁ ନିଆଯିବ ନାହିଁ

ନୂଆଦିଲ୍ଲୀ,୨୭ା୫: ଔପନିବେଶୀୟ ଯୁଗରୁ ରହିଆସିଥିବା ଦିଲ୍ଲୀ ଜିମ୍‌ଖାନା ପରିସରକୁ କେନ୍ଦ୍ର ସରକାର ଜୁନ୍‌ ୫ ସୁଦ୍ଧା ବଳପୂର୍ବକ ଦଖଲକୁ ନେବେ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ…

ପରାଜୟ ପରେ ମମତାଙ୍କୁଠୁ ଦୂରୋଉଛନ୍ତି କର୍ମୀ, ଇସ୍ତଫା ଦେଲେ ୧୦୦ କାଉନସିଲର

କୋଲକାତା,୨୭ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପରାଜୟ ପରେ ନେତା ଓ କର୍ମୀମାନେ ଦଳରୁ ଦୂରେଇବା ଆରମ୍ଭ କରିଛନ୍ତି। ଏମ୍‌ପି କାକୋଲି…

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

ଜୁନ୍‌ ୧ରୁ ଅଗ୍ନିପଥ ଯୋଜନା:ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୨୭।୫(କାର୍ତ୍ତିକ ସାହୁ):ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡ୍‌ର ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ…

ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ହାଟଡିହୀ/ଛେନାପଦୀ,୨୭l୫(ଶୁଭକାନ୍ତ ନାୟକ/ନିରାକାର ପରିଡା): ଗତ ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କାର୍ଯ୍ୟରତ ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ…

କନ୍ୟା ଆସିଲେନି, ଫେରିଲେ ୪୨ ବର, ପୂରା ଘଟଣା ଜାଣିଲେ…

ଭୋପାଳ,୨୭ା୫: ବିବାହର ସ୍ବପ୍ନ ଦେଖାଇ ୪୨ଜଣ ଯୁବକଙ୍କଠାରୁ ଟଙ୍କା ଆଦାୟ କଲେ। ଏପରି କି ବିବାହ ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରି ଡକାଇଲେ। ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri