Posted inଫୁରସତ

ଆଙ୍କର ହେବା ସହଜ ନୁହେଁ: ଅଭିମନ୍ୟୁ ପରିଡ଼ା

ଯାତ୍ରାର ପ୍ରଥମ ଚରଣ ଆରମ୍ଭ ହୁଏ ଆଙ୍କରିଂରୁ। ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକମାନେ ପ୍ରଥମେ ଯାହାଙ୍କୁ ଦେଖି ତାଳିମାଡ଼ କରନ୍ତି ସେ ହେଉଛନ୍ତି ଜଣେ ଆଙ୍କର। ତେଣୁ ଯାତ୍ରାରେ ଜଣେ ଆଙ୍କର୍‌ର ଭୂମିକା କିଛି କମ୍‌ ନୁହେଁ ବୋଲି କହନ୍ତି ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଆଙ୍କର ଅଭି କୁମାର ଓରଫ୍‌ ଅଭିମନ୍ୟୁ ପରିଡ଼ା। ଚଳିତ ଯାତ୍ରାଋତୁରେ ସେ ଆଙ୍କରିଂ କରୁଛନ୍ତି ଯାତ୍ରା ସ୍ବର୍ଣ୍ଣମହଲ୍‌ରେ। ତେବେ ଅଭି କୁମାରଙ୍କ ପରିଚୟ କେବଳ ଆଙ୍କରିଂ ମଧ୍ୟରେ ସୀମିତ ହୋଇ ରହିନାହିଁ। ସେ ମଧ୍ୟ ଜଣେ ଅଭିନେତା। ହେଲେ ଅଭିନେତା ଭାବରେ ନୁହେଁ, ଜଣେ ଆଙ୍କର ଭାବରେ ନିଜକୁ ପ୍ରତିଷ୍ଠିତ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ନୟାଗଡ଼ର ବାଦଭୂଇଁ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସତ୍ୟବାଦୀ ପରିଡ଼ା ଓ ଶାନ୍ତି ପରିଡ଼ାଙ୍କ ଏହି ସୁଯୋଗ୍ୟ ସନ୍ତାନ ପ୍ରଥମେ ଭେଟେରାନ୍‌ ଅଭିନେତା କୈଳାଶ ବେହେରାଙ୍କ ସହଯୋଗୀ ଭାବରେ କାମ କରିବା ଆରମ୍ଭ କରିଥିଲେ। କୈଳାଶ ବେହେରା ହିଁ ତାଙ୍କୁ ଶିଖେଇଥିଲେ ଅଭିନୟର ଅ ଆ କ ଖ। ସେ ହିଁ ତାଙ୍କୁ କହିଥିଲେ, ‘ତୁ ଆଙ୍କରିଂ କର। ଭଲ କରିପାରିବୁ।’
ପିଲାଟିବେଳୁ ଅଭିନୟ ପ୍ରତି ରୁଚିଥିଲା। ଗଁା ଡ୍ରାମାରେ ପାର୍ଟ କରୁଥିଲେ। ଲୋକମାନେ ବାହାବାଃ ଦେଉଥିଲେ। ଗଁାର ଲୋକମାନେ କହୁଥିଲେ, ତୁ ଯାତ୍ରା ପାର୍ଟିକୁ ଯା। ତୋ ଭିିତରେ ଅଭିନୟ ଅଛି। ଏଠି ରହିଲେ ବଣମଲ୍ଲୀ ପରି ମଉଳି ଯିବୁ। ଗଁା ଲୋକଙ୍କ ପ୍ରେରଣା ତଥା ବାପାମା’ଙ୍କ ସହଯୋଗରେ ଅଭି କୁମାର ଆସିଲେ ଯାତ୍ରାପାର୍ଟିକୁ। ଏହା ହେଉଛି ୨୦୧୩ ମସିହାର କଥା। ତେବେ ତାଙ୍କୁ ଦର୍ଶକଙ୍କ ନିକଟରେ ପରିଚିତ କରାଇଲା ଯାତ୍ରା ରଙ୍ଗମହଲ। ଏହି ଅନୁଷ୍ଠାନର ଚର୍ଚ୍ଚିତ ନାଟକ ‘ଖରାପ ଝିଅର ଗପ’ରେ ତାଙ୍କୁ ମିଳିଲା ରାମପଦ ଭୂମିକା। ତାହା ଥିଲା ଏକ ନେଗେଟିଭ୍‌ ଚରିତ୍ର। ସେଇ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣିନେଲେ। ଏପରିକି ନିର୍ଦ୍ଦେଶକ ତଥା ପ୍ରଯୋଜକମାନେ ତାଙ୍କ ଭିତରେ ଥିବା ପ୍ରତିଭାର ସୁରାକ୍‌ ପାଇଗଲେ। ସେବେ ଠୁ ଅଭିକୁମାରଙ୍କ ଗାଡ଼ି ଚାଲିଛି ଯେ ଚାଲିଛି। ଇତିମଧ୍ୟରେ ସେ ଆଙ୍କରିଂ କରିବା ସହିତ ଖରାପ ଝିଅର ଗପ, ଆମ ଗଁା ଜଗନ୍ନାଥ ତୁମ ଗଁା ଆଲ୍ଲା, ମୁନ୍ନୀ ବଦନାମ ହୁଇ, ଯାହା କହିବି ସତ କହିବି, ତମ ପିଲାର ମା’ ହେବିନି, ଫଗୁଣ ଦେଶର ରାଜକୁମାରୀ ଭଳି ନାଟକରେ ଅଭିନୟ କରିସାରିଛନ୍ତି।

ଆଙ୍କରିଂ ପ୍ରତି କାହିଁକି ମନବଳିଲା ପ୍ରଶ୍ନରେ ଅଭି କହନ୍ତି : ଯାତ୍ରାରେ ପାଞ୍ଚଜଣ ହିରୋ, ତିନିଜଣ ଭିଲିଆନ୍‌। ହେଲେ ଜଣିଏ ମାତ୍ର ଆଙ୍କର। ମୁଁ ଚିନ୍ତାକଲି, ପାଞ୍ଚଜଣ ହିରୋ ବା ତିନିଜଣ ଭିଲିଆନ୍‌ଙ୍କ ମଧ୍ୟରେ ପ୍ରତିଯୋଗିତା କାହିଁକି କରିବି। ଜଣେ ଆଙ୍କର କାହିଁକି ନ ହେବି। ଏଥିସହିତ ସେ କହନ୍ତି, ମୁଁ ଜଣେ ଆଙ୍କର ପୁଣି ଆକ୍ଟର ହୋଇଥିବାରୁ ବୁଝିଛି ଆଙ୍କର ହେବା ସହଜ କଥା ନୁହେଁ। ଆକ୍ଟରମାନଙ୍କ ପାଇଁ ସ୍କ୍ରିପ୍ଟ ଥାଏ। ସେମାନେ ତାହାକୁ ନେଇ ଅଭିନୟ କରିଥାନ୍ତି। ହେଲେ ଆଙ୍କର ନିଜେ ସ୍କ୍ରିପ୍ଟ କରେ। ନିଜେ ବି ଉପସ୍ଥାପନା କରେ। ପୁଣି ଉପସ୍ଥିତ ବୁଦ୍ଧି ଖଟାଇ ତତ୍‌କ୍ଷଣାତ୍‌ ଦର୍ଶକମାନଙ୍କର ମନୋରଞ୍ଜନ କରିବାକୁ ପଡ଼େ। ତାଙ୍କର ସଫଳତା ପଛରେ ସବୁଠୁ ବେଶି ରହିଛି ବାପାମା’ଙ୍କ ଆଶୀର୍ବାଦ ଆଉ ଗଁା ଲୋକଙ୍କ ପ୍ରେରଣା। ତେଣୁ ସେ ଶେଷପର୍ଯ୍ୟନ୍ତ ସେମାନଙ୍କ ଆଶା ବିଶ୍ୱାସ ଭରସାକୁ ତଳେ ପକେଇ ଦେବେ ନାହିଁ। ନିଜକୁ ଜଣେ ଭଲ ଆଙ୍କର ଭାବରେ ପ୍ରତିଷ୍ଠା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri