ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ ଯାତ୍ରା ଜଗତର ସେହିଭଳି ଜଣେ ଆଗଧାଡ଼ିର ଆଙ୍କର ହେଉଛନ୍ତି ସୁବାସ ଚନ୍ଦ୍ର ଜେନା ଓରଫ୍‌ ଚଗୁଲୁ। ଓଡ଼ିଶାର ପ୍ରତିଷ୍ଠିତ ଯାତ୍ରାନୁଷ୍ଠାନ ବାଘାଯତୀନ ଲୋକନାଟ୍ୟରେ କାର୍ଯ୍ୟରତ ଏହି ଯୁବ ଘୋଷକଙ୍କ ଘର ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ବାଗୁଡ଼ି ଗ୍ରାମରେ। ପାଠ ତ ଭଲ ପଢୁଥିଲେ। ଏଥିସହିତ କଳା ପ୍ରତି ଅଧିକ ରୁଚି ଥିଲା। ଗଁା ଡ୍ରାମାରେ ପାର୍ଟ କରୁଥିଲେ। ସମସ୍ତେ କହୁଥିଲେ, ଏ ପିଲା କଳା ଲାଇନ୍‌ରେ ଆଗକୁ ଯିବ। ଏତିକିବେଳେ ଆଗକୁ ଆଗେଇ ଆସିଲେ ବଡ଼ଭାଇ ମାନସ କୁମାର ଜେନା। ସାନଭାଇ ଯାତ୍ରାକୁ ଯାଉ। ଖୁବ ସୁନାମ ଅର୍ଜନ କରୁ। ଏହା ଥିଲା ବଡ଼ଭାଇଙ୍କର ଲକ୍ଷ୍ୟ। ବଡ଼ଭାଇଙ୍କର ପ୍ରେରଣାରେ ସୁବାସ ଆସିଲେ ଯାତ୍ରାକୁ। ମାନସ କେବଳ ସୁବାସଙ୍କୁ ଯେ ଯାତ୍ରାକୁ ପଠେଇ ଦେଲେ ସେକଥା ନୁହେଁ, ପ୍ରାଥମିକ ପର୍ଯ୍ୟାୟରେ ଯାତ୍ରାରେ ଯେତିକି ମିଳୁଥିଲା ସେତିକିରେ ଚଳିବା ସୁବାସଙ୍କ ପାଇଁ ସମ୍ଭବ ନ ଥିଲା। ସେଥିଲାଗି ବଡ଼ଭାଇ ତାଙ୍କ ପାଖକୁ ନିୟମିତ ଟଙ୍କା ପଠାଉଥିଲେ। ଫଳରେ ଯାତ୍ରାରେ ରହିପାରିଲେ ସୁବାସ। ସୁବାସ କହନ୍ତି : ଆଜି ସେ ଯାହା ହୋଇଛନ୍ତି ବଡ଼ଭାଇଙ୍କ ପାଇଁ । ସେ ହେଉଛନ୍ତି ତାଙ୍କ ପାଇଁ ସାକ୍ଷାତ ରାମଚନ୍ଦ୍ର। ବାପାଙ୍କୁ ହରେଇ ମଧ୍ୟ ସେ ବାପାଙ୍କର ଅଭାବ ଅନୁଭବ କରିନାହାନ୍ତି। କାରଣ ବଡ଼ଭାଇ ତାଙ୍କ ପାଇଁ ବାପା ହୋଇ ଯାଇଛନ୍ତି। ୨୦୦୫ରେ ସୁବାସ ଆସିଲେ ଯାତ୍ରାକୁ। ପ୍ରଥମ ପାର୍ଟି ଥିଲା ମୁକ୍ତେଶ୍ୱର ଅପେରା। ଇଚ୍ଛାଥିଲା ଅଭିନୟ କରିବେ। ମାତ୍ର ସେତିକିବେଳେ ପାର୍ଟିରେ ଜଣେ ଘୋଷକର ଆବଶ୍ୟକତା ପଡ଼ିଲା। ସୁବାସଙ୍କ ଭଏସ ବେଶ୍‌ ଥିଲା ଆଙ୍କରିଂ କରିବା ପାଇଁ। ପୁଣି ଗଁା ଯାତ୍ରାରେ ସେ ଆଙ୍କରି କରୁଥିଲେ। ବାସ୍‌, ସେ ସମ୍ଭାଳିନେଲେ। ତାଙ୍କ ଦେହରେ ଆଙ୍କର୍‌ର ମୋହର ଲାଗିଗଲା। ତେବେ ସେ ଯେ ଅଭିନୟକୁ ଛାଡ଼ିଦେଲେ ସେକଥା ନୁହେଁ, ସମାନ୍ତରାଳ ଭାବରେ ଚାଲିଲା ଆଙ୍କରିଂ ଆଉ ଆକ୍ଟିଂ। ପରେ ପରେ ସେ ଆସିଲେ ବାଘାଯତୀନ ଲୋକନାଟ୍ୟକୁ। ବାଘାଯତୀନ ଲୋକନାଟ୍ୟର ମାଲିକ ରବୀନ୍ଦ୍ର ରାୟ, ପରିଚାଳକ ରାଜେନ୍ଦ୍ର ମହାନ୍ତି ଓରଫ୍‌ ଫକ ମଉସା ଏବଂ ଆକ୍ସନ ଷ୍ଟାର ବାପି ପଣ୍ଡାଙ୍କ ଉତ୍ସାହ, ପ୍ରେରଣା ତଥା ଭଲପାଇବା ତାଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା। ଆଉ ବାଘାଯତୀନ ହିଁ ତାଙ୍କ ପାଇଁ ଆଣିଦେଲା ସମ୍ମାନ ସ୍ବୀକୃତି ପ୍ରତିଷ୍ଠା। ଚଳିତବର୍ଷ ବାଘାଯତୀନ ଲୋକନାଟ୍ୟର ଚାରିଗୋଟି ନାଟକରେ ସେ ଅଭିନୟ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’, ‘ପାକିସ୍ତାନୀ ଝିଅ-ଭାରତ କେ ଲିୟେ ସହିଦ’, ‘ମୃତ୍ୟୁଦଣ୍ଡ’ ଏବଂ ‘କଳାଓଢ଼ଣି’। ସୁବାସଙ୍କ ସମ୍ବନ୍ଧରେ ଆଉ ଏକ ଖାସ୍‌ କଥା ହେଉଛି ସେ ବହୁ ଲୋକପ୍ରିୟ ଅଭିନେତାଙ୍କର ଅବିକଳ ମିମିକ୍ରି ବା ସ୍ବର ନକଲ କରିପାରନ୍ତି। ସେହି ଅଭିନେତାଙ୍କ ମଧ୍ୟରେ ଓଡ଼ିଆରେ ରାଇମୋହନ, ହର ପଟ୍ଟନାୟକ, ମୀନକେତନ, ବିଜୟ ମହାନ୍ତି, ଦୁଃଖୀରାମ ସ୍ବାଇଁ, ହେମନ୍ତ ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ, ବ୍ରଜ ସିଂ ଏବଂ ହିନ୍ଦୀରେ ଅମିତାଭ୍‌ ବଚ୍ଚନ, ରାଜ କୁମାର, ନାନା ପାଟେକର, ଅମରେଶ ପୁରୀ, ପରେଶ ରାଓ୍ବଲ ଏବଂ ଅମଜାଦ ଖାନ୍‌ଙ୍କ ନକଲ କରି ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଦିଅନ୍ତି। ସୁବାସଙ୍କ ପତ୍ନୀ ପ୍ରମିଳା ଜେନା ମଧ୍ୟ ଯାତ୍ରା ସିଙ୍ଗର।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri