ଆଗକୁ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ

ଭୁବନେଶ୍ୱର,୨୮।୫ (ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିଯୋଗୁ ସାମାଜିକ ତଥା ଆର୍ଥିକ ସ୍ଥିତି ବିଗିଡି ଯାଉଥିବାରୁ କଟକଣାରେ କିଛିଟା କୋହଳ କରାଯାଇଛି। ହେଲେ ଓଡ଼ିଶାର ଲୋକେ ବିଶେଷକରି କଟକ ଓ ଭୁବନେଶ୍ୱରର ଅଧିକାଂଶ ବାସିନ୍ଦା ଖୁଲମ୍‌ଖୁଲା ନିୟମ ଉଲ୍ଲଂଘନ କରୁଛନ୍ତି। ଏହାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଉଦ୍‌ବେଗ ପ୍ରକାଶ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ବୁଧବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କମିଶନର ଷଡ଼ଙ୍ଗୀ ଚେତାବନୀ ଶୁଣାଇଛନ୍ତି। ସେ କହିଛନ୍ତି, ପ୍ରତିଦିନ ୭୦୦ରୁ ଊର୍ଦ୍ଧ୍ୱ ନିୟମ ଉଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ତଥାପି ଲୋକେ ସଚେତନ ହେଉ ନ ଥିବାରୁ ଆଗାମୀ ଦିନରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ଲୋକ ପୋଲିସକୁ ଦେଖି ମାସ୍କ ପିନ୍ଧୁଛନ୍ତି। ବଜାରରେ ଏକାଠି ହୋଇ ଚା ପିଇବା ସହ ସାମାଜିକ ଦୂରତା ରଖୁନାହାନ୍ତି। ଆଉକିଛି ଲୋକ ମାସ୍କକୁ ହାତ ଓ ବେକରେ ଝୁଲାଇ ନାକ ପାଟି ଖୋଲା ରଖି ବୁଲୁଛନ୍ତି। ସର୍ବସାଧାରଣ ସ୍ଥାନରେ ପାନ ଛେପ ପକାଉଛନ୍ତି। ଏହା ସଂକ୍ରମଣ ବିପଦକୁ ନିମନ୍ତ୍ରଣ କରୁଛି। ଯଦି ଲୋକଙ୍କ ମନରେ ଏଭଳି ଢ଼ିଲା ମନୋଭାବ ରହିବ ଓ ସେମାନେ ନିୟମ ଉଲ୍ଲଂଘନ କରିବେ ତେବେ ପରିବାର ଓ ସମାଜ ପାଇଁ ବିପଦ ମାଡ଼ି ଆସିବ। ଅମାନିଆମାନେ ଜାଣିବା ଦରକାର ଯେ, ପୋଲିସ ସବୁ ସ୍ଥାନରେ ଜଗିବା ଓ ସଚେତନ କରିବା ସମ୍ଭବପର ନୁହେଁ। ତେଣୁ ଦୈତ୍ୟନଗରୀବାସୀ ସରକାରଙ୍କ ସମସ୍ତ ନିୟମ ଓ କଟକଣାକୁ ଠିକ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri