ଆଖିର ଏସ୍‌-୨ ରିସେପ୍ଟର ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଲୋକଙ୍କୁ ମାସ୍କ୍‌ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି। ତେବେ ଆଖି ଦ୍ୱାରା ମଧ୍ୟ ସହଜରେ କରୋନା ସଂକ୍ରମଣ ହୋଇପାରିଥାଏ। ଏନେଇ ଆମେରିକାର ଜନ୍‌ ହାପକିନ୍ସ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ସଂକ୍ରମିତ କାଶିବା ଅବା ଛିଙ୍କିବା ସମୟରେ ତାଙ୍କଠାରୁ କ୍ଷୁଦ୍ର ଜଳକଣା ପବନରେ ଉଡ଼ିବୁଲି ସୁସ୍ଥ ଲୋକଙ୍କ ଆଖିର ଏସ୍‌-୨ ରିସେପ୍ଟରରେ ଲାଗି ଯାଇଥାଏ। ଫଳରେ ଆଖି ଲାଲ୍‌ ପଡ଼ିଯାଇଥାଏ। ଏହାପରେ କରୋନା ସଂକ୍ରମଣ ଆଖିରୁ ଶରୀରରେ ବ୍ୟାପିବାକୁ ଲାଗିବାର ଆଶଙ୍କା ରହିଥାଏ। ଲୁହ ଦ୍ୱାରା କରୋନା ଭୂତାଣୁ ଧୀରେଧୀରେ ସାରା ଶରୀରକୁ ସଂକ୍ରମିତ କରିଥାଏ। ଏନେଇ ଚକ୍ଷୁରୋଗ ବିଶେଷଜ୍ଞ ଡ. ଲିଙ୍ଗ୍ଲି ଝୋହୁ କହିଛନ୍ତି ଯେ, କରୋନା ସଂକ୍ରମଣ ୧୦ଜଣ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ସମୟରେ ଏହା ଜଣାପଡ଼ିଛି। ଯେଉଁ ଲୋକଙ୍କ ଆଖିରେ ଏସ୍‌-୨ ରିସେପ୍ଟର ଅଧିକ ଥାଏ ସେମାନଙ୍କ କ୍ଷେତ୍ରରେ ଭୂତାଣୁ ସଂକ୍ରମଣର ଆଶଙ୍କା ବେଶି ରହିଥାଏ। ଏସ୍‌-୨ ରିସେପ୍ଟର ଦ୍ୱାରା ସଂକ୍ରମଣ ସିଧାସଳଖ ରକ୍ତରେ ହୋଇଥାଏ। ନାକ ଏବଂ ଆଖି ମଧ୍ୟରେ ସଂଯୋଗ ଥିବାରୁ ଭୂତାଣୁ ସହଜରେ ଶ୍ୱାସନଳୀରେ ମଧ୍ୟ ସଂକ୍ରମଣ ଆରମ୍ଭ କରିଥାଏ ବୋଲି ଲଣ୍ଡନର ଇମ୍ପାରିଆଲ୍‌ କଲେଜ ଭୂତାଣୁ ବିଶେଷଜ୍ଞ ପ୍ରଫେସର ପଲ୍‌ କେଲମ୍‌ କହିଛନ୍ତି। ଆଖି ଦ୍ୱାରା ୩୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଆଶଙ୍କା ରହିଥାଏ। ତେଣୁ ଆଖିକୁ ମଧ୍ୟ ଢ଼ାଙ୍କିବାର ଆବଶ୍ୟକତା ରହିଥିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

କୋକସରା,୧୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପାତ୍ରବସା ରାସ୍ତାରେ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଗୁରୁତର ହୋଇଥିବା ଜଣେ…

Extremely Severe Alert: ଆପଣଙ୍କ ଫୋନରେ ଖୁବ ଜୋରରେ ଶବ୍ଦ ସହ ଆସିଥିଲା କି ଆଲର୍ଟ? ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୧।୬; ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ ହଠାତ ‘ଅତ୍ୟନ୍ତ ଗମ୍ଭୀର ସତର୍କତା’ ଲେଖାଥିବା ଏକ ପପ-ଅପ ମେସେଜ ଝଲସି ଉଠେ, ଏବଂ ତା ସହିତ ଏକ ଜୋରରେ…

ଅବୁଜବାହାଲ ପଥର କ୍ୱାରୀରୁ ସସ୍‌ପେନସନ ଆଦେଶ ପ୍ରତ୍ୟାହାର କଲା ଖଣିବିଭାଗ, ରଖିଲା ଏମିତି ସର୍ତ୍ତ

କର୍ଲାମୁଣ୍ଡା, ୧୧।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲଠାରେ ଥିବା ପଥର କ୍ୱାରୀ -୨ ଉପରେ ଖଣି ବିଭାଗ ଗତ ତା…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ରଜ ଖୁସିକୁ ଦ୍ୱିଗୁଣିତ କଲେ ଆଇପିଓ ଆକର୍ଷ ରଞ୍ଜନ; ବାଳାଶ୍ରମ ଶିଶୁଙ୍କୁ ମଲକୁ ନେଇ ନୂଆ ପୋଷାକ କିଣାଇଲେ…

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୧୧।୬: ରଜ ପର୍ବର ଆଗମନ ସହ ଉତ୍ସବମୁଖର ପରିବେଶ ମଧ୍ୟରେ ଉତ୍କଳ ବାଳାଶ୍ରମର ଶିଶୁମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ସୃଷ୍ଟି କରିଛନ୍ତି ଆଇପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri