ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ଠକେଇ ମାମଲା: ୨ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ସଂସ୍ଥା ଠକେଇ ମାମଲାରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ୨ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେମାନେ ହେଲେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ ଏବଂ ଆକାଶଦୀପ ସମବାୟ ସମିତି ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ମହାନ୍ତି। ସୁରେଶଙ୍କ ଘର କଟକ ଜିଲା ନିଆଳି ଥାନା ଅଧୀନ ବନମାଳିପୁର ଗ୍ରାମରେ ହୋଇଥିବାବେଳେ ସୁବାସଙ୍କ ଘର ନିଆଳି ଥାନା ଅନ୍ତର୍ଗତ କଙ୍କଡ଼ାଗାଡ଼ିଆ ଗ୍ରାମରେ। ଇଓଡବ୍ଲ୍ୟୁ ଅଧିକାରୀମାନେ ଉଭୟଙ୍କୁ ସେମାନଙ୍କ ଘରୁ ଗିରଫ କରିଛନ୍ତି। ଉଭୟଙ୍କ ବିରୋଧରେ କେସ୍‌ ନଂ-୮/୨୦୧୭ ଆଇପିସି ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ (ବି) ଏବଂ ମନି ସର୍କୁଲେଶନ ସ୍କିମ୍‌ ଆକ୍ଟ ୧୯୭୮ରେ ଦଫା ୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
୨୦୦୬ରେ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ ଏବଂ ଅନ୍ୟମାନେ ଡୁମୁଡୁମା ଅଞ୍ଚଳର ପ୍ଲଟ ନଂ-୯୨/୧୧୬୬ରେ ଏକ ଅଫିସ ଖୋଲିଥିଲେ। ପରେ ସେମାନେ ଖଣ୍ଡଗିରି, ନିଆଳି, ଚାରିଛକ, ପୁରୀ, ଅସ୍ତରଙ୍ଗ, ବାଉଁଗରିଗଁା, ପାଣିକୋଇଲି, ବ୍ରହ୍ମଗିରି ଓ ଜଗତ୍‌ସିଂହପୁର ଆଦି ସ୍ଥାନରେ ବ୍ରାଞ୍ଚ ଅଫିସ ଖୋଲିଥିଲେ। ସଂସ୍ଥାରେ ଟଙ୍କା ଜମା କଲେ ଏଫ୍‌ଡି ଓ ଆରଡି ସ୍କିମ୍‌ରେ ଡବଲ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରି କି ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଟଙ୍କା ଜମା କରିବା ପାଇଁ ସଂସ୍ଥା ଲୋଭ ଦେଖାଇଥିଲା। ଅଧିକ ଅର୍ଥ ପାଇବା ଆଶାରେ ଲୋକେ ସଂସ୍ଥାରେ ଟଙ୍କା ଜମା ରଖିଥିଲେ। ସଂସ୍ଥାରେ ଜମାକାରୀମାନଙ୍କ ଦ୍ୱାରା ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା ରହିଥିଲା। ଜମାକାରୀଙ୍କ ଟଙ୍କା ଫେରସ୍ତ ହେବା ସମୟ ଆସିବା ପରେ ସଂସ୍ଥାର କର୍ମଚାରୀମାନେ ବିଭିନ୍ନ ଜିଲାରେ ଥିବା ବ୍ରାଞ୍ଚ ଅଫିସରେ ତାଲା ପକାଇ ଫେରାର ହୋଇଯାଇଥିଲେ। ସେହିପରି ଉକ୍ତ ଚିଟ୍‌ଫଣ୍ଡ ସଂସ୍ଥାର ସହଯୋଗୀ ସଂସ୍ଥା ଆକାଶଦୀପ ସମବାୟ ସମିତି ମଧ୍ୟ ଜମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲା। ୨୦୦୬ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଜମା ଆକାରରେ ସଂଗ୍ରହ କରାଯାଇଥିଲା। ଦେବେନ୍ଦ୍ର କୁମାର ନାୟକ ନାମକ ଜମାକାରୀ ଆକାଶ ଇଣ୍ଡିଆ କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ସଂସ୍ଥାରେ ଲକ୍ଷାଧିକ ଟଙ୍କା ଜମା ରଖିଥିଲେ। ତେବେ ତାଙ୍କ ଟଙ୍କା ଫେରସ୍ତ ହେବା ସମୟ ବେଳକୁ ସଂସ୍ଥା ଉଭାନ ହୋଇଯାଇଥିଲା। ଦେବେନ୍ଦ୍ର ଠକେଇର ଶିକାର ହୋଇଥିବା ଜାଣିବା ପରେ ଏ ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ଏକ କେସ୍‌ (ନଂ. ୮/୧୭) ରୁଜୁ କରି ତଦନ୍ତ ଜାରି ରଖିଥିଲା। ୨୦୧୭ ମେ ୬ରେ ଆକାଶ ଇଣ୍ଡିଆ କମ୍ପ୍ଲେକ୍ସ ସଂସ୍ଥାର ଏମ୍‌ଡି ତଥା ଆକାଶଦୀପ ସମବାୟ ସମିତି ସଭାପତି କେଦାରନାଥ ସାହୁଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା। ପୂର୍ବରୁ ଆକାଶଦୀପ ସମବାୟ ସମିତିର ୭ ଏକର ଜମିକୁ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri