ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଲୁଭା

କେରଳର କୋଚିସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅଲୁଭା। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପ୍ରସିଦ୍ଧ ପେରିୟାର୍‌ ନାମକ ନଦୀଠାରୁ ଏହା ପ୍ରାୟ ୧୫ କି.ମି ଦୂରରେ ଅବସ୍ଥିତ। ତା’ଛଡ଼ା ଅଲୁଭାକୁ କେରଳର ଏକ ପ୍ରମୁଖ ବାଣିଜି୍ୟକ କେନ୍ଦ୍ର ଭାବେ ମଧ୍ୟ ବିବେଚନା କରାଯାଇଥାଏ। ସେହିପରି ଏଠାରେ ଅନେକ ଲୋକପ୍ରିୟ ଦର୍ଶନୀୟ ସ୍ଥାନମାନ ବି ରହିଛି। ଖାସ୍‌ ସେଥିପାଇଁ ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି।

କେବେ ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅଲୁଭା ଯିବା ପାଇଁ ସେପ୍ଟେମ୍ବରରୁ ମାର୍ଚ୍ଚ ହେଉଛି ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ।
କେମିତି ଯିବେ
ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ବେଶ୍‌ ଭଲ ସୁବିଧା ରହିଛି। କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ନିକଟତମ ବିମାନବନ୍ଦର, ଯାହା ଅଲୁଭାଠାରୁ ପ୍ରାୟ ୧୫ କି.ମି. ଦୂରରେ ଅବସ୍ଥିତ। ସେହିପରି ଅଲୁଭା ରେଳଷ୍ଟେଶନ ହେଉଛି ସ୍ଥାନୀୟ ଏକ ପ୍ରମୁଖ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ପହଞ୍ଚତ୍ ପାରିବେ।

କ’ଣ ଦେଖିବେ
ଅଲୁଭାରେ ମୁଖ୍ୟତଃ ଶିବରାତ୍ରି ଉତ୍ସବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। କାରଣ ଏଠାରେ ରହିଛି ଅଲୁଭା ମହାଦେବ ମନ୍ଦିର ନାମରେ ଏକ ଲୋକପ୍ରିୟ ଶୈବପୀଠ। ଉକ୍ତ ମନ୍ଦିରରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟଂମ୍ଭୁ ଓ ଖୁବ୍‌ ପ୍ରତ୍ୟକ୍ଷ। ଅଲୁଭା ମହାଦେବ ମନ୍ଦିର ବ୍ୟତୀତ ଏଠାକାର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକ ଚିରକ୍କାଡ଼ା ମନ୍ଦିର, ଥୁରୁଭାଲୁର ଶ୍ରୀ ମହାଦେବ ମନ୍ଦିର, କଡୁଙ୍ଗାଲୁର୍‌ ଶ୍ରୀ ନରସିମ୍‌ହା ସ୍ବାମୀ ମନ୍ଦିର, ଦେଶୋମ ଶ୍ରୀ ପଲ୍ଲିପ୍ପାଟ୍ଟୁନାଭୁ ଭଗବତୀ ମନ୍ଦିର, ଦେଶୋମ ଶ୍ରୀ ଅନଥାପୁରମ୍‌ ମହାବିଷ୍ଣୁ ମନ୍ଦିର, ଦେଶୋମ ଶ୍ରୀ ଧତ୍‌ହା ଅଞ୍ଜନେୟ ମନ୍ଦିର, ଶ୍ରୀକ୍ରିଷ୍ଣା ମନ୍ଦିର, ଉଲିୟାନୁର ଶ୍ରୀ ମହାଦେବ ମନ୍ଦିର, ପୋଟ୍ଟଚିରା ଶ୍ରୀକ୍ରିଷ୍ଣା ମନ୍ଦିର, ଥେଭାରକାଡୁ ଶ୍ରୀ ମହାବିଷ୍ଣୁ ଦୁର୍ଗା ମନ୍ଦିର, ଥିରୁଭୈରାନିକୁଲମ୍‌ ଶ୍ରୀ ମହାଦେବ ମନ୍ଦିର ଇତ୍ୟାଦି ଧର୍ମସ୍ଥଳୀ ଦେଖିବାକୁ ପାଇପାରିବେ। ଏସବୁ ବ୍ୟତୀତ ମ୍ୟୁନିସିପାଲ୍‌ ପାର୍କ, ଅଦ୍ୱେତ ଆଶ୍ରମ, ମାର୍‌ ଭାର୍ଗିଶୀ ପାୟାପ୍ପିଲି ପାଲାକ୍କାପ୍ପିଲି ମ୍ୟୁଜିୟମ୍‌ ଇତ୍ୟାଦି ହେଉଛି ଏଠାକାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ସେହିପରି ପର୍ଯ୍ୟଟକ ଚାହିଁଲେ ଏଠାରେ ଥିବା ଚର୍ଚ୍ଚ ଓ ମସ୍‌ଜିଦ୍‌କୁ ମଧ୍ୟ ବୁଲି ଦେଖିପାରିବେ।

ପେରିୟାର୍‌ ନଦୀର ଆକର୍ଷଣ
ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପେରିୟାର୍‌ ନଦୀର ଆକର୍ଷଣ ହିଁ କିଛି ନିଆରା। ଯେଉଁଥିପାଇଁ ଅନେକ ମାଲାୟାଲମ୍‌ ଚଳଚ୍ଚିତ୍ରରେ ଏହି ପେରିୟାର୍‌ ନଦୀର ସାମାନ୍ୟ ଝଲକ ମଧ୍ୟ ଦେଖିବାକୁ ମିଳିଥାଏ। ଶାନ୍ତ, ସ୍ନିଗ୍ଧ ଏଠାକାର ବାତାବରଣ ପାଇଁ ପର୍ଯ୍ୟଟକ ଏହି ନଦୀ ନିକଟକୁ ଆସି କିଛି ସମୟ ବିତାଇବାକୁ ଇଚ୍ଛା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri