ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଲୁଭା

କେରଳର କୋଚିସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅଲୁଭା। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପ୍ରସିଦ୍ଧ ପେରିୟାର୍‌ ନାମକ ନଦୀଠାରୁ ଏହା ପ୍ରାୟ ୧୫ କି.ମି ଦୂରରେ ଅବସ୍ଥିତ। ତା’ଛଡ଼ା ଅଲୁଭାକୁ କେରଳର ଏକ ପ୍ରମୁଖ ବାଣିଜି୍ୟକ କେନ୍ଦ୍ର ଭାବେ ମଧ୍ୟ ବିବେଚନା କରାଯାଇଥାଏ। ସେହିପରି ଏଠାରେ ଅନେକ ଲୋକପ୍ରିୟ ଦର୍ଶନୀୟ ସ୍ଥାନମାନ ବି ରହିଛି। ଖାସ୍‌ ସେଥିପାଇଁ ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି।

କେବେ ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅଲୁଭା ଯିବା ପାଇଁ ସେପ୍ଟେମ୍ବରରୁ ମାର୍ଚ୍ଚ ହେଉଛି ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ।
କେମିତି ଯିବେ
ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ବେଶ୍‌ ଭଲ ସୁବିଧା ରହିଛି। କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ନିକଟତମ ବିମାନବନ୍ଦର, ଯାହା ଅଲୁଭାଠାରୁ ପ୍ରାୟ ୧୫ କି.ମି. ଦୂରରେ ଅବସ୍ଥିତ। ସେହିପରି ଅଲୁଭା ରେଳଷ୍ଟେଶନ ହେଉଛି ସ୍ଥାନୀୟ ଏକ ପ୍ରମୁଖ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ପହଞ୍ଚତ୍ ପାରିବେ।

କ’ଣ ଦେଖିବେ
ଅଲୁଭାରେ ମୁଖ୍ୟତଃ ଶିବରାତ୍ରି ଉତ୍ସବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। କାରଣ ଏଠାରେ ରହିଛି ଅଲୁଭା ମହାଦେବ ମନ୍ଦିର ନାମରେ ଏକ ଲୋକପ୍ରିୟ ଶୈବପୀଠ। ଉକ୍ତ ମନ୍ଦିରରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟଂମ୍ଭୁ ଓ ଖୁବ୍‌ ପ୍ରତ୍ୟକ୍ଷ। ଅଲୁଭା ମହାଦେବ ମନ୍ଦିର ବ୍ୟତୀତ ଏଠାକାର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକ ଚିରକ୍କାଡ଼ା ମନ୍ଦିର, ଥୁରୁଭାଲୁର ଶ୍ରୀ ମହାଦେବ ମନ୍ଦିର, କଡୁଙ୍ଗାଲୁର୍‌ ଶ୍ରୀ ନରସିମ୍‌ହା ସ୍ବାମୀ ମନ୍ଦିର, ଦେଶୋମ ଶ୍ରୀ ପଲ୍ଲିପ୍ପାଟ୍ଟୁନାଭୁ ଭଗବତୀ ମନ୍ଦିର, ଦେଶୋମ ଶ୍ରୀ ଅନଥାପୁରମ୍‌ ମହାବିଷ୍ଣୁ ମନ୍ଦିର, ଦେଶୋମ ଶ୍ରୀ ଧତ୍‌ହା ଅଞ୍ଜନେୟ ମନ୍ଦିର, ଶ୍ରୀକ୍ରିଷ୍ଣା ମନ୍ଦିର, ଉଲିୟାନୁର ଶ୍ରୀ ମହାଦେବ ମନ୍ଦିର, ପୋଟ୍ଟଚିରା ଶ୍ରୀକ୍ରିଷ୍ଣା ମନ୍ଦିର, ଥେଭାରକାଡୁ ଶ୍ରୀ ମହାବିଷ୍ଣୁ ଦୁର୍ଗା ମନ୍ଦିର, ଥିରୁଭୈରାନିକୁଲମ୍‌ ଶ୍ରୀ ମହାଦେବ ମନ୍ଦିର ଇତ୍ୟାଦି ଧର୍ମସ୍ଥଳୀ ଦେଖିବାକୁ ପାଇପାରିବେ। ଏସବୁ ବ୍ୟତୀତ ମ୍ୟୁନିସିପାଲ୍‌ ପାର୍କ, ଅଦ୍ୱେତ ଆଶ୍ରମ, ମାର୍‌ ଭାର୍ଗିଶୀ ପାୟାପ୍ପିଲି ପାଲାକ୍କାପ୍ପିଲି ମ୍ୟୁଜିୟମ୍‌ ଇତ୍ୟାଦି ହେଉଛି ଏଠାକାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ସେହିପରି ପର୍ଯ୍ୟଟକ ଚାହିଁଲେ ଏଠାରେ ଥିବା ଚର୍ଚ୍ଚ ଓ ମସ୍‌ଜିଦ୍‌କୁ ମଧ୍ୟ ବୁଲି ଦେଖିପାରିବେ।

ପେରିୟାର୍‌ ନଦୀର ଆକର୍ଷଣ
ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପେରିୟାର୍‌ ନଦୀର ଆକର୍ଷଣ ହିଁ କିଛି ନିଆରା। ଯେଉଁଥିପାଇଁ ଅନେକ ମାଲାୟାଲମ୍‌ ଚଳଚ୍ଚିତ୍ରରେ ଏହି ପେରିୟାର୍‌ ନଦୀର ସାମାନ୍ୟ ଝଲକ ମଧ୍ୟ ଦେଖିବାକୁ ମିଳିଥାଏ। ଶାନ୍ତ, ସ୍ନିଗ୍ଧ ଏଠାକାର ବାତାବରଣ ପାଇଁ ପର୍ଯ୍ୟଟକ ଏହି ନଦୀ ନିକଟକୁ ଆସି କିଛି ସମୟ ବିତାଇବାକୁ ଇଚ୍ଛା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri