ଆଇସୋଲେଶନ ସେଣ୍ଟରକୁ ବିରୋଧ

ବିଶୋଇ,୧୧ା୫(ଡି.ଏନ୍‌.ଏ.)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାହାର ରାଜ୍ୟରୁ ପ୍ରବାସୀଓଡ଼ିଆ ମାନେ ନିଜ ଅଞ୍ଚଳକୁ ଆସି ପ୍ରଥମେ ଆଇସୋଲେଶନ ସେଣ୍ଟରରେ ରହିବା ନିୟମ ଥିବାରୁ ଏହି ସେଣ୍ଟରକୁ ଲାଗି ରହୁଥିବା ଜନସାଧାରଣ ଭୟଭୀତ ହୋଇ ପଡ଼ିଛନ୍ତି। ମୟୂରଭଞ୍ଜ ଜିଲାର ବିଶୋଇ ବ୍ଲକ ଅଧୀନ ଖଡ଼ମବେଡା ଗ୍ରାମରେ ଖୋଲାଯାଇଥିବା ଏଭଳି ଏକ ଆଇସୋଲେଶନ ସେଣ୍ଟରକୁ ନେଇ ବିବାଦ ଦେଖାଦେଇଛି। ଏହି ବ୍ଲକର ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ୪୯ ନଂ. ଜାତୀୟ ରାଜପଥ ମଝିରେ ଥିବା ଖଡ଼ମବେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶୋଇ ବ୍ଲକର ଆଇସୋଲେଶନ ସେଣ୍ଟର ଖୋଲାଯାଇଥିବାରୁ ଏହାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ରବିବାର ଗ୍ରାମବାସୀମାନେ ଏକ ବୈଠକ କରି ଏହି ଆଇସୋଲେଶନ ସେଣ୍ଟରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଖଡ଼ମବେଡା ସରପଞ୍ଚ ଅମର ସିଂ ଟୁଡୁ ଏବଂ ଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଶୋଇ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି ଏହି ବିଦ୍ୟାଳୟ ଖଡ଼ମବେଡା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ର ହୋଇଥିବାରୁ ଏଠାକାର ଗ୍ରାମବାସୀମାନଙ୍କ ଏଥିପ୍ରତି କୌଣସି ଆପତ୍ତି ନାହିଁ। ମାତ୍ର ଏହି ସେଣ୍ଟରକୁ ବିଶୋଇ ବ୍ଲକର ଆଇସୋଲେଶନ ସେଣ୍ଟର ଭାବରେ ଚୟନ କରାଯାଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ସୂଚନାଥାଉକି, ଏହି ସେଣ୍ଟରରେ ପାଚେରୀ ନ ଥିବା ବେଳେ ଏହି ସେଣ୍ଟରକୁ ଲାଗି ଏକ ଗ୍ରାମ ରହିଛି। ଏହି ଗ୍ରାମରେ ସମସ୍ତ ଜନସାଧାରଣ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ କରୋନା ଭୂତାଣୁର ସଂକ୍ରମଣ ବିଷୟରେ ସେମାନେ ଏତେ ସଚେତନ ନୁହନ୍ତି। ତେଣୁ ଏହି ଅଞ୍ଚଳରେ ଆଇସୋଲେଶନ ସେଣ୍ଟର ହେଲେ ଆଗାମୀ ଦିନରେ ସଂକ୍ରମଣ ଆଶଙ୍କା କରି ଗ୍ରାମବାସୀ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଗ୍ରାମବାସୀ ୪୯ ନଂ. ଜାତୀୟ ରାଜପଥକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri