ଆଇସୋଲେଶନରେ ମ୍ୟାକ୍‌କ୍ୟାର୍ଥି

ଲଣ୍ଡନ,୨୪ା୩(ଏଏଫ୍‌ପି)-ଆୟର୍ଲାଣ୍ଡ ଫୁଟ୍‌ବଲ ମ୍ୟାନେଜର ମିକ୍‌ ମ୍ୟାକ୍‌କ୍ୟାର୍ଥି ଓ ତାଙ୍କ ସ୍ତ୍ରୀ ଫିଓନା ବ୍ରୋମ୍‌ଲିସ୍ଥିତ ନିଜ ବାସଭବନରେ ସେଲ୍‌ଫ ଆଇସୋଲେଶନରେ ଅଛନ୍ତି। ୬୧ବର୍ଷୀୟ ମ୍ୟାକ୍‌କ୍ୟାର୍ଥି କହିଛନ୍ତି ତାଙ୍କର ଦୁଇ ପଡୋଶୀ ପୀଡ଼ିତ ଥିବା କଣାପଡ଼ିବା ପରେ ସେ ଓ ତାଙ୍କ ସ୍ତ୍ରୀ ସେଲ୍‌ଫ ଆଇସୋଶେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କରୋନା ଭାଇରସ୍‌ ଦ୍ୱାରା ପୀଡ଼ିତ ହୋଇ ଦେଶରେ ୩୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଭାଇରସ୍‌ର ସଂକ୍ରମଣକୁ ରୋକିବା ଲାଗି ସୋମବାର ବ୍ରିଟେନରେ ୩ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମ୍ୟାକ୍‌କ୍ୟାର୍ଥି ଦ୍ୱିତୀୟ ଥର ପାଇଁ ଆୟର୍ଲାଣ୍ଡ ଫୁଟ୍‌ବଲ ଟିମ୍‌ର ମ୍ୟାନେଜର ହୋଇଛନ୍ତି। ୟୁରୋ ୨୦୨୦ ପ୍ଲେ-ଅଫ୍‌ର ପ୍ରଥମ ଲେଗ୍‌ ମ୍ୟାଚରେ ତାଙ୍କ ଦଳ ସ୍ଲୋଭେନିଆକୁ ଭେଟିବା କାର୍ଯ୍ୟକ୍ରମ ରହିଥିଲା। ତେବେ କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ୟୁରୋ ୨୦୨୦ ଆସନ୍ତା ବର୍ଷକୁ ସ୍ଥଗିତ ରଖାଯାଇଛି। ପ୍ଲେ-ଅଫ୍‌ ମ୍ୟାଚଗୁଡ଼ିକ ଲାଗି କାର୍ଯ୍ୟସୂଚୀ ଜୁନ୍‌ରେ ଘୋଷଣା ହେବ। ସୂଚନାଯୋଗ୍ୟ, ଇଂଲଣ୍ଡରେ ଜନ୍ମ ଲାଭ କରିଥିବା ମ୍ୟାକ୍‌କ୍ୟାର୍ଥି ପୂର୍ବରୁ ଆୟର୍ଲାଣ୍ଡ ଫୁଟ୍‌ବଲ ଦଳର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଦେଶ ତରଫରୁ ୫୭ ଥର ପ୍ରତିନିଧିତ୍ୱ କରିଛନ୍ତି। ଆଇସୋଲେଶନରେ ଥିବାରୁ ଆମେ ଆମର ସନ୍ତାନ ଏବଂ ନାତି ନାତୁଣୀଙ୍କଠାରୁ ପୃଥକ୍‌ ରହିବାକୁ ପଡ଼ୁଛି। ଏହା ଖୁବ୍‌ ଯନ୍ତ୍ରଣା ଦାୟକ ବୋଲି ମ୍ୟାକ୍‌କ୍ୟାର୍ଥି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri