Categories: ଖେଳ

ଆଇସିସି ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ୨୮ରେ

ନୂଆଦିଲ୍ଲୀ, ୧୬ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ବୋର୍ଡ ବୈଠକ ଚଳିତ ମାସ ୨୮ ତାରିଖରେ ହେବ। କରୋନା ଭାଇରସ୍‌ କାରଣରୁ ଆସନ୍ତା ଟି୨୦ ବିଶ୍ୱକପ୍‌ ୨୦୨୨କୁ ଘୁଞ୍ଚାଇ ଦେବା ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ବୋର୍ଡର ଜଣେ ପ୍ରଭାବଶାଳୀ ସଦସ୍ୟ ସୂଚନା ଦେଇଛନ୍ତି। ଆଇସିସିର ଏହି ଅନ୍ୟତମ ପ୍ରମୁଖ ଇଭେଣ୍ଟ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଥିଲା। ଆଇସିସି ଇଭେଣ୍ଟ କମିଟି ମୁଖ୍ୟ କ୍ରିସ୍‌ ଟେଟ୍‌ଲୀ ବୈଠକରେ ୩ଟି ବିକଳ୍ପ ପ୍ରସ୍ତାବ ରଖିପାରନ୍ତି। ପ୍ରଥମତଃ ନିର୍ଦ୍ଧାରିତ ସମୟରେ ଯଦି ଟି୨୦ ବିଶ୍ୱକପ୍‌ ହୁଏ ତେବେ ୧୪ ଦିନ କ୍ୱାରାଷ୍ଟାଇନରେ ରହିବା ପରେ ଦର୍ଶକକଙ୍କୁ ଅନୁମତି ମିଳିବ। ଦ୍ୱିତୀୟତଃ ବିନା ଦର୍ଶକରେ ଟୁର୍ନାମେଣ୍ଟ ଆୟୋଜନ କରିବା ନତୁବା ଏହାକୁ ୨୦୨୨କୁ ଘୁଞ୍ଚାଇ ଦେବା। ବୋର୍ଡ ବୈଠକରେ ଆହୁରି ମଧ୍ୟ ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଦୁଇ ମାସ ବୃଦ୍ଧି କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।

Share