ଆଇସିସି ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଟଣ୍ଟନ,୧୩।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ କୁପର ଆସୋସିଏଟ କାଉଣ୍ଟି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ ଓ୍ବାର୍ନରଙ୍କ ଶତକ ସହ ୪୯ ଓଭରରେ ୩୦୭ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ୪୫.୪ ଓଭରରେ ୨୬୬ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଏଥିସହିତ ଅଷ୍ଟ୍ରେଲିଆ ୪ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୬ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ନ୍ୟୁଜିଲାଣ୍ଡ ସମାନ ୬ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ରନ୍‌ ରେଟ ହାସଲ କରି ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପଟେ ପାକିସ୍ତାନ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୨ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି। ୧୦୭ ରନ(୧୧୧ ବଲ, ୧୧ ଚୌକା, ୧ ଛକା)ର ଶତକୀୟ ପାଳି ଖେଳିଥିବା ଓ୍ବାର୍ନର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୦୮ ରନ ଟାର୍ଗେଟର ପିଛା କରି ପାକିସ୍ତାନ ଲଢେଇ କରିଥିଲେ ମଧ୍ୟ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଦଳ ତରଫରୁ ଓପନର ଇମାମ ଉଲ ହକ୍‌ ସର୍ବାଧିକ ୫୩, ମହମ୍ମଦ ହାଫିଜ ୪୬, ଓ୍ବାହାବ ରିୟାଜ ୪୫, ଅଧିନାୟକ ସର୍ଫରାଜ ଅହମ୍ମଦ ୪୦, ହାସନ ଅଲି ୩୨ ଓ ବାବର ଆଜମ ୩୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ତାରକା ଓପନର ଫକର ଜମାନ, ଅଭିଜ୍ଞ ସୋଏବ ମଲିକ ଓ ମହମ୍ମଦ ଆମୀର ଖାତା ଖୋଲିପାରି ନ ଥିଲେ। ଅଷ୍ଟମ ଉଇକେଟରେ ରିୟାଜ ଓ ସର୍ଫରାଜ ୬୩ ବଲରୁ ୬୪ ରନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ରିୟାଜ ଆଉଟ ହେବା ପରେ ଶେଷ ଦୁଇଟି ଉଇକେଟର ପତନ ହୋଇଥିଲା। ତୃତୀୟ ଉଇକେଟରେ ହାଫିଜ ଓ ଇମାମ ୮୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ପ୍ୟାଟ କୁମିନ୍ସ ୩, ମିଚେଲ ଷ୍ଟାର୍କ ଓ କେନ ରିଚାର୍ଡସନ ଦୁଇଟି ଲେଖାଏ, ନାଥନ କଲ୍ଟର- ନାଇଲ ଓ ଫିଞ୍ଚ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ଜବରଦସ୍ତ ଆରମ୍ଭ କରିଥିଲା। ମିଡଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ବିଫଳ ହେବା ଫଳରେ ଅଷ୍ଟ୍ରେଲିଆ ୩୦୭ ରନରେ ସୀମିତ ରହିଥିଲା। ଏକଦା ଅଷ୍ଟ୍ରେଲିଆ ୩୫୦ରୁ ଉର୍ଦ୍ଧ୍ୱ ରନ କରିବ ବୋଲି ଆଶା କରାଯାଉଥିଲା। ତେବେ ପାକିସ୍ତାନ ବୋଲରମାନେ ଖାସ୍‌ କରି ଦ୍ରୁତ ବୋଲର ମହମ୍ମଦ ଆମିର ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଏହି ସୁଯୋଗ ଦେଇ ନ ଥିଲେ। ପ୍ରଥମ ଉଇକେଟ ଯୋଡିରେ ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚ୍‌ ୧୪୬ ରନ ସଂଗ୍ରହ କରିଥିଲେ। ଦଳ ପ୍ରଥମ ୧୦ ଓଭରରେ ୫୦ ରନ କରି ଦେଖିଚାହିଁ ଆରମ୍ଭ କରିଥିଲା। ତେବେ ୮୪ ବଲରୁ ୬ ଚୌକା ଓ ୪ ଛକା ସହ ଫିଞ୍ଚ୍‌ ୮୨ ରନ କରି ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଆମିରଙ୍କ ବଲ୍‌ରେ ହାଫିଜଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଆମିର ଏହି ବ୍ରେକ ଥ୍ରୁ ଦେବାପରେ ଅଷ୍ଟ୍ରେଲିଆ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇଥିଲା। ସେହିପରି ଓ୍ବାର୍ନର ୧୧୧ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ୧ ଛକା ସହ ୧୦୭ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଶାହିନ ଆଫ୍ରିଦିଙ୍କ ବଲ୍‌ରେ ଇମାମ ଉଲ ହକ୍‌ଙ୍କୁ ଡିପ୍‌ ପଏଣ୍ଟରେ କ୍ୟାଚ୍‌ ଦେଇ ସେ ପ୍ୟାଭିଲିୟନ ଫେରିଥିଲେ। ଶତକ ହାସଲ କରିବା ସହ ଓ୍ବାର୍ନର ତାଙ୍କ ସମାଲୋଚକଙ୍କୁ ଚୁପ୍‌ କରାଇବାରେ ସଫଳ ହୋଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ବାଦ୍‌ ଦେଲେ ବାକି ସମସ୍ତେ ବିଫଳ ହୋଇଥିଲେ। ଏହି କ୍ରମରେ ଷ୍ଟିଭେନ ସ୍ମିଥ୍‌ ୧୦, ଗ୍ଲେନ ମ୍ୟାକ୍ସଓ୍ବେଲ ୧୦ ବଲରୁ ୨୦, ଶନ ମାର୍ଶ ୨୩, ଉସ୍‌ମାନ ଖ୍ବାଜା ୧୮ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରୀ ୨୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ନିମ୍ନକ୍ରମର ୪ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ନାଥନ କଲ୍ଟର- ନାଇଲ ୨, ପ୍ୟାଟ କୁମିନ୍ସ ୨, ମିଚେଲ ଷ୍ଟାର୍କ ୩ ରନ କରି ଆଉଟ ହୋଇଥିବା ବେଳେ କେନ୍‌ ରିଚାର୍ଡସନ ୧ ରନ କରି ଅପରାଜିତ ରହିଥିଲେ। ଆମିର ଜବରଦସ୍ତ ବୋଲିଂ କରି ଅଷ୍ଟ୍ରେଲିଆର ବିପର୍ଯ୍ୟୟ ଘଟାଇଥିଲେ। ତେବେ ଏହା ସତ୍ତ୍ୱେ ଅଷ୍ଟ୍ରେଲିଆକୁ ୩୦୦ ରନ ପାର କରିବାରେ ରୋକି ପାରି ନ ଥିଲେ। ଆମିର ୧୦ ଓଭର ବୋଲିଂ କରି ୨ ମେଡେନ ନେବା ସହ ମାତ୍ର ୩୦ ରନ ବ୍ୟୟ କରି ମୂଲ୍ୟବାନ ୫ ଉଇକେଟ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାହିନ ଶାହ ଆଫ୍ରିଦି ୨, ହାସନ ଅଲି, ଓ୍ବାହାବ ରିୟାଜ ଓ ହାଫିଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୪୯ ଓଭରରେ ୩୦୭ ଅଲଆଉଟ୍‌
(ଓ୍ବାର୍ନର- ୧୦୭, ଫିଞ୍ଚ୍‌- ୮୨, ଆମିର- ୫/୩୦, ଆଫ୍ରିଦି- ୨/୭୦)।
ପାକିସ୍ତାନ ୪୫.୪ ଓଭରରେ ୨୬୬ ଅଲଆଉଟ
(ଇମାମ- ୫୩, ହାଫିଜ- ୪୬, ରିୟାଜ- ୪୫, ସର୍ଫରାଜ- ୪୦, କୁମିନ୍ସ- ୩/୩୩, ଷ୍ଟାର୍କ- ୨/୪୩, ରିଚାର୍ଡସନ- ୨/୬୨)।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri