ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ

ବର୍ମିଂହାମ,୧୧।୭(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ଗୁରୁବାର ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍‌ଟେଜ ତଥା ହାଇପ୍ରୋଫାଇଲ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଏପର୍ଯ୍ୟନ୍ତ ଟାଇଟଲ ହାସଲ କରିବାରେ ସଫଳ ହୋଇନାହିଁ। ବିଶ୍ୱକପ୍‌ ଇତିହାସରେ ୩ଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଇଂଲଣ୍ଡ ସବୁଥିରେ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। ତେବେ ଏଥର ଘରୋଇ ପରିବେଶରେ ମିଳିଥିବା ସୁଯୋଗକୁ ଇଂଲଣ୍ଡ ହାତଛଡ଼ା କରିବ ନାହିଁ। ୫ ଥର ଟାଇଟଲ ହାସଲକରିଥିବା ଅଷ୍ଟ୍ରେଲିଆ ମଧ୍ୟ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିବାକୁ ପ୍ରୟାସ କରିବ।
୨୦୧୫ ବିଶ୍ୱକପ୍‌ରେ ଇଂଲଣ୍ଡ ଖରାପ୍‌ ପ୍ରଦର୍ଶନ କରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ତେବେ ଏହା ପରେ ଇଂଲଣ୍ଡ ନିଜ ପ୍ରଦର୍ଶନରେ ସୁଧାର ଆଣି ଏବେ ବିଶ୍ୱର ୧ ନମ୍ବର ଦଳରେ ପରିଣତ ହୋଇଛି। ପ୍ରଦର୍ଶନ ଓ ଫର୍ମକୁ ଦୃଷ୍ଟିରେ ରଖି ବହୁ ପୂର୍ବତନ ଓ ଏବେକାର ଖେଳାଳି ଇଂଲଣ୍ଡ ସପକ୍ଷରେ ମତ ପ୍ରକାଶ କରିଛନ୍ତି। ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟ୍ରଫି ଜିତିବାରେ ବିଫଳ ହୋଇଥିଲା। ଅନ୍ୟପଟେ ମେଗା ଇଭେଣ୍ଟଗୁଡିକରେ ସ୍ଥିର ଓ ଜବରଦସ୍ତ ପ୍ରଦର୍ଶନ କରୁଥିବା ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ବିଶ୍ୱକପ୍‌ର ସେମିଫାଇନାଲରେ ପରାସ୍ତ ହୋଇ ନାହିଁ। ଏପର୍ଯ୍ୟନ୍ତ ୬ଥର ବିଶ୍ୱକପ୍‌ ଇତିହାସରେ ସେମିଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ ସବୁଥର ବିଜୟୀ ହୋଇଛି। ୧୯୯୯ ବିଶ୍ୱକପ୍‌ ସେମିଫାଇନାଲରେ ଅଷ୍ଟ୍ରେଲିଆ ନାଟକୀୟ ଢ଼ଙ୍ଗରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଉଠିଥିଲା।
କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆକୁ ଫେଭରାଇଟ ବୋଲି ବିବେଚନା କରାଯାଉ ନ ଥିଲା। ତେବେ ଅଳ୍ପ ସମୟ ମଧ୍ୟରେ ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦୃଷ୍ଟାନ୍ତମୂଳକ ପ୍ରତ୍ୟାବର୍ତ୍ତନ କରି ସମାଲୋଚକଙ୍କୁ ଚୁପ୍‌ କରିବା ସହିତ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଭାବେ ବିବେଚିତ ହୋଇଛି। ଗତ ମାର୍ଚ୍ଚରେ ଘରୋଇ ଭାରତ ବିପକ୍ଷ ସିରିଜରେ ବିଜୟୀ ହେବାଠାରୁ ଅଷ୍ଟ୍ରେଲିଆ ଦିନିକିଆ ଦଳରେ ବହୁ ସକାରାତ୍ମକ ପରିବର୍ତ୍ତନ ହୋଇଛି। ଯଦିଓ ଅଷ୍ଟ୍ରେଲିଆର ଏବେକାର ଦଳ ପୂର୍ବର ଚାମ୍ପିୟନ ଦଳ ସହିତ ତୁଳନୀୟ ନୁହଁ। ଠିକ୍‌ ସମୟରେ ଅଷ୍ଟ୍ରେଲିଆ ଲୟକୁ ଫେରି ସହଜରେ ସେମିଫାଇନାଲରେ ପ୍ରବେଶ କରିଛି। ୧୨ ମାସ ତଳେ ଅଷ୍ଟ୍ରେଲୀୟ କ୍ରିକେଟରେ ସବୁକିଛି ଠିକ୍‌ ନ ଥିଲା। ଏକଥା ସ୍ବୀକାର କରିଛନ୍ତି କୋଚ୍‌ ଜଷ୍ଟିନ ଲାଙ୍ଗର । ସେତେବେଳେ ଆମ କ୍ରିକେଟ ବିପର୍ଯ୍ୟୟ ଦେଇ ଗତି କରୁଥିଲା। ଏଥିରେ ସାରା ଦେଶ ମଧ୍ୟ ପ୍ରଭାବିତ ହୋଇଥିଲା। ସେତେବେଳେ ଆଚରଣରେ ପରିବର୍ତ୍ତନ ଆଣି ଆମେ ଭଲ କ୍ରିକେଟ ଖେଳିବା ଉପରେ ଗୁରୁତ୍ୱ ଦେଉଥିଲୁ। ସେତେବେଳେ ଇଂଲଣ୍ଡର କ୍ରିକେଟ ପ୍ରଶଂସକମାନେ ଆମକୁ ପରିହାସ କରିବାକୁ ଭୁଲି ନ ଥିଲେ। ତେବେ ପରିସ୍ଥିତି ମଧ୍ୟ ତାହା ଥିଲା ବୋଲି ଲାଙ୍ଗର କହିଛନ୍ତି। ଆମକୁ ସେତେବେଳେ କଠିନ ପରିଶ୍ରମ କରିବାକୁ ପଡିଥିଲା। ଭଲ ଖେଳାଳିମାନେ ମଧ୍ୟ ଦଳରେ ଥିଲେ। ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦଳର ଦୁଇ ବରିଷ୍ଠ ଖେଳାଳି ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ଗୋଟିଏ ବର୍ଷ ବାସନ୍ଦ ହେବାପରେ ଦଳର ସ୍ଥିତି ଆହୁରି ଖରାପ ହୋଇଯାଇଥିଲା।
ଅଷ୍ଟ୍ରେଲିଆ ବିପକ୍ଷ ଗତ ୧୨ଟି ମ୍ୟାଚ୍‌ରେ ଇଂଲଣ୍ଡ ୧୦ଟିରେ ବିଜୟୀ ହୋଇଛି। ଫଳରେ ରେକର୍ଡ ଇଂଲଣ୍ଡ ସପକ୍ଷରେ ରହିଛି। ତେବେ ଲିଗ୍‌ ମ୍ୟାଚ୍‌ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡକୁ ୬୪ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଦମ୍‌ ଦେଖାଇଛି। ତେଣୁ ଇଂଲଣ୍ଡ ଏନେଇ ବେଶ୍‌ ସତର୍କ ଥିବ ବୋଲି ଆଶା କରାଯାଉଛି। ତେବେ ଏହି ପରାଜୟ ପରେ ଇଂଲଣ୍ଡ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରି ଶେଷ ଦୁଇଟି ଲିଗ୍‌ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଓପନର ଜନ୍ନି ବେୟାରଷ୍ଟୋ ଓ ଜାସନ ରୟ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ସେମିଫାଇନାଲରେ ପୁଣିଥରେ ଏହି ଦୁଇ ଓପନର ଧୂଆଁଧାର ଆରମ୍ଭ କରିବେ ବୋଲି ଆଶା କରାଯାଉଛି।
ଇଂଲଣ୍ଡ ଦ୍ରୁତ ବୋଲର ଲିୟମ ପ୍ଲଙ୍କେଟ ଦଳ ଟାଇଟଲ ଫେଭରାଇଟ ବୋଲି କହିଛନ୍ତି। ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ନିଜର ଦୁର୍ବତଳା ପଦାରେ ପକାଇଥିଲା। ଗତ ୪ ବର୍ଷ ହେବ ଆମେ ଭଲ ପ୍ରଦର୍ଶନ କରିଆସିଛୁ ଓ ଏବେ ବିଶ୍ୱର ୧ ନମ୍ବର ଦଳରେ ପରିଣତ ହୋଇଛୁ। ଏକ ନିର୍ଦ୍ଧିଷ୍ଟ ଦିନରେ ଆମେ ଯେକୌଣସି ଦଳକୁ ହରାଇପାରିବୁ ବୋଲି ପ୍ଲଙ୍କେଟ କହିଛନ୍ତି। ଉଭୟ ଦଳର ଦ୍ରୁତ ବୋଲିଂ ବେଶ୍‌ ଉଚ୍ଚକୋଟୀର। ତେଣୁ ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ହେବା ନିଶ୍ଚିତ ବୋଲି ମନେହୁଏ। ଇଂଲଣ୍ଡ ଦଳରେ କୌଣସି ଆଘାତ ସମସ୍ୟା ନାହିଁ। ତେବେ ପିଟର ହ୍ୟାଣ୍ଡ୍ସକମ୍ବ ଆହତ ଉସ୍‌ମାନ ଖ୍ବାଜାଙ୍କ ବଦଳରେ ଦଳରେ ସ୍ଥାନ ପାଇବେ ବୋଲି କୋଚ୍‌ ଲାଙ୍ଗର ସୂଚନା ଦେଇଛନ୍ତି। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ସାଇଡ ଷ୍ଟ୍ରେନ୍‌ର ଶିକାର ହୋଇଥିଲେ। ତେବେ ସେ ଏଥିରୁ ମୁକୁଳିବାରେ ସଫଳ ହୋଇଛନ୍ତି। ଫଳରେ ସେମିଫାଇନାଲ ଖେଳିବା ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହରେନଡୋର୍ଫ, ଆଲେକ୍ସ କାରେ, ନାଥନ କୁଲ୍ଟର- ନାଇଲ, ପ୍ୟାଟ କୁମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଉସ୍‌ମାନ ଖ୍ବାଜା, ନାଥାନ ଲିୟନ, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ, ଷ୍ଟିଭ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା। ଷ୍ଟାଣ୍ଡବାଇ- ମାଥ୍ୟୁ ଓ୍ବେଡ ଓ ମିଚେଲ ମାର୍ଶ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ଜୋସ୍‌ ବଟଲର, ଟମ୍‌ କୁରାନ, ଲିୟମ ଡସନ, ଲିୟମ ପ୍ଲଙ୍କେଟ, ଆଡିଲ ରସିଦ, ଜୋ ରୁଟ, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri