Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଶ୍ରୀଲଙ୍କା ମୁକାବିଲା

ଲିଡ୍ସ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଶୁକ୍ରବାର ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟର ଏହି ୨୭ତମ ମ୍ୟାଚ୍‌ ଶ୍ରୀଲଙ୍କା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ, ଦୁଇଟି ପରାଜୟ ଓ ଦୁଇଟି ବିନା ଫଳାଫଳ ସହ ୪ ପଏଣ୍ଟ ହାସଲ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଫଳରେ ସେମି ଫାଇନାଲ ଦୌଡରେ ସ୍ଥିତି ବଜାୟ ରଖିବାକୁ ହେଲେ ଶ୍ରୀଲଙ୍କାକୁ ଏବେ ବାକିଥିବା ୪ଟି ମ୍ୟାଚ୍‌ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ତେଣୁ ବିଜୟ ହାସଲ ଛଡ଼ା ଶ୍ରୀଲଙ୍କା ପାଇଁ ଅନ୍ୟ ରାସ୍ତା ନାହିଁ। ୧୯୯୬ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଟାଇଟଲ ଜିତିଥିବା ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହାପରେ ଦୁଇଟି ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା। ଗତ ସପ୍ତାହରେ ଶ୍ରୀଲଙ୍କା ୮୭ ରନରେ ଲଣ୍ଡନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଏବେ ଇଂଲଣ୍ଡ ବିପକ୍ଷରେ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ସ୍ବତନ୍ତ୍ର ପ୍ରଦର୍ଶନ କରିବାକୁ ହେବ।
ଘରୋଇ ପରିବେଶରୁ ଫାଇଦା ଉଠାଇ ଫେଭରାଇଟ ବିବେଚିତ ହେଉଥିବା ଇଂଲଣ୍ଡ ଏବେ ବେଶ୍‌ ଶକ୍ତିଶାଳୀ ମନେହେଉଛି। ୫ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ ଖେଳି ୪ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଇଂଲଣ୍ଡ କେବଳ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡର ବ୍ୟାଟିଂ ଏବେ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛି। ୫ଟିରୁ ୪ଟି ମ୍ୟାଚ୍‌ରେ ଇଂଲଣ୍ଡ ୩୦୦ରୁ ଊର୍ଦ୍ଧ ରନ ସଂଗ୍ରହ କରିଥିଲା। ଏଥିମଧ୍ୟରୁ ବାଂଲାଦେଶ ବିପକ୍ଷରେ ଇଂଲଣ୍ଡ ୩୮୬/୬ ଓ ଆଫଗାନିସ୍ତାନ ବିପକ୍ଷରେ ୩୯୭/୬ ରନ ସ୍କୋର କରିଥିଲା। ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡର ୫ଜଣ ବ୍ୟାଟ୍ସମ୍ୟାନ ଶ୍ରେଷ୍ଠ ୧୦ଜଣ ସର୍ବାଧିକ ସ୍କୋର ହାସଲକାରୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ହୋଇଥିବା ୧୨ଟି ଶତକରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ନାମରେ ୫ଟି ରହିଛି। ଯଦିଓ ତାରକା ଓପନର ଜାସନ ରୟ ଇଞ୍ଜୁରି କାରଣରୁ ଦଳରେ ନ ଥିଲେ ମଧ୍ୟ ଇଂଲଣ୍ଡ ପ୍ରଦର୍ଶନରେ କୌଣସି ଫରକ ପଡିନାହିଁ। ଆଫଗାନିସ୍ତାନ ବିପକ୍ଷରେ ମୋର୍ଗାନ ୧୪୮ ରନର ଧୂଆଁଧାର ପାଳି ଖେଳିଥିଲେ। ଏହି ଇନିଂସରେ ସେ ୧୭ଟି ଛକା ମାରି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ ଓ ଇଂଲଣ୍ଡ ୬ ଉଇକେଟ ହରାଇ ୩୯୭ ରନ ସ୍କୋର କରିଥିଲା। ଇଂଲଣ୍ଡ ଏବେ ଅପରାଜେୟ ମନେହେଉଛି।
ଇଂଲଣ୍ଡକୁ ରୋକିବାକୁ ହେଲେ ଶ୍ରୀଲଙ୍କାକୁ ଦମ୍‌ଦାର ପ୍ରଦର୍ଶନ କରିବାକୁ ହେବ। ଲସିଥ ମାଲିଙ୍ଗା ଓ ନୂଆନ ପ୍ରଦୀପଙ୍କ ଭଳି ଦ୍ରୁତ ବୋଲରଙ୍କୁ ମଧ୍ୟ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିବାକୁ ହେବ। ଶ୍ରୀଲଙ୍କାର ବ୍ୟାଟିଂ ମଧ୍ୟ ଆଶାନୁରୂପ ହୋଇପାରିନାହିଁ। ଶ୍ରୀଲଙ୍କା ମିଡିଲ ଅର୍ଡର ଏପର୍ଯ୍ୟନ୍ତ ସବୁବେଳେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୧୪ ରନରେ ୫ ଉଇକେଟ ହରାଇଥିଲା ଓ ଶେଷରେ ୧୩୬ ରନରେ ଅଲଆଉଟ ହୋଇଥିଲା। ସେହିପରି ଆଫଗାନିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ କରି ଅଲଆଉଟ ହୋଇଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୩୬ ରନରେ ୭ ଉଇକେଟ ହରାଇ ବପର୍ଯ୍ୟୟର ଶିକାର ହୋଇଥିଲା। ଗତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ଭଲ ଆରମ୍ଭ କରି ୩ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲା। ତେବେ ଶେଷରେ ୨୪୭ ରନରେ ଅଲଆଉଟ ହୋଇଥିଲା। ତେଣୁ ବ୍ୟାଟିଂରେ ଥିବା ଅସ୍ଥିରତାକୁ ଶ୍ରୀଲଙ୍କାକୁ ସୁଧାରିବାକୁ ପଡିବ। ଜୋଫ୍ରା ଆର୍ଚର, ମାର୍କ ଉଡଙ୍କ ଭଳି ଦ୍ରୁତ ବୋଲରଙ୍କୁ ସାମନା କରିବାକୁ ହେଲେ ଶ୍ରୀଲଙ୍କାକୁ ଅସାଧାରଣ ବ୍ୟାଟିଂ ପ୍ରଦର୍ଶନ କରିବାକୁ ହେବ। ଆର୍ଚର ଏପର୍ଯ୍ୟନ୍ତ ୧୨ ଓ ଉଡ ୯ଟି ଉଇକେଟ ଅକ୍ତିଆର କରିଛନ୍ତି। ଶ୍ରୀଲଙ୍କାକୁ ହରାଇ ଇଂଲଣ୍ଡ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ୍‌ କୁରାନ, ଲିଅମ ଡସନ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଧନଞ୍ଜୟ ଡି ସିଲଭା, ନୂଆନ ପ୍ରଦୀପ, ଅଭିଷ୍କା ଫର୍ଣ୍ଣାଣ୍ଡୋ, ସୁରଙ୍ଗ ଲକମଲ, ଲସିଥ୍‌ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, କୁଶଲ ମେଣ୍ଡିସ୍‌, ଜୀବନ ମେଣ୍ଡିସ୍‌, କୁଶଲ ପେରେରା, ଥିସାରା ପେରେରା, ମଲିନ୍ଦା ସିରିବର୍ଦ୍ଧନେ, ଲାହିରୁ ଥିରିମାନେ, ଇସୁରୁ ଉଡାନା ଓ ଜେଫ୍ରି ଭାନଡେରସେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri