Posted inଖେଳ

ଅଭ୍ୟାସ ବେଳେ ବିଜୟ ଶଙ୍କର ଆହତ: ଛାଡ଼ିବାକୁ ପଡିଲା ଟ୍ରେନିଂ ସେସନ

ସାଉଥାମ୍ପଟନ,୨୧।୬(ପି.ଟି.)- ଟିମ୍‌ ଇଣ୍ଡିଆର ଆଘାତ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ସଦ୍ୟତମ ଶିକାର ହୋଇଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ଅଭ୍ୟାସ ଅବସରରେ ସେ ଆହତ ହୋଇଛନ୍ତି। ବର୍ଷା ପ୍ରଭାବିତ ଏହି ଅଭ୍ୟାସ ସେସନରେ ବ୍ୟାଟିଂ କରୁଥିବା ବେଳେ ଯଶପ୍ରୀତ ବୁମ୍‌ରାଙ୍କ ୟର୍କର ତାଙ୍କ ଗୋଡ ଆଙ୍ଗୁଠିରେ ବାଜିଥିଲା। ଫଳରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ଶେଷରେ ତାଙ୍କୁ ଟ୍ରେନିଂ ଛାଡିବାକୁ ପଡିଥିଲା। ତେବେ ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି। ବିଜୟ ଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ସେଭଳି କିଛି ବିପଦ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଗୁରୁବାର ଶଙ୍କର ସ୍ଲିପର ପିନ୍ଧି ସାମାନ୍ୟ ଛୋଟୋଉଥିବାର ଲକ୍ଷ୍ୟ କରାଯାଇଥିଲା। ଏହା ପରେ ଅବଶ୍ୟ ସେ ଜଗିଂ କରିବାର ଦେଖାଯାଇଥିଲା। ସେ ମଧ୍ୟ କେତୋଟି ଅତ୍ୟାବଶ୍ୟକୀୟ ବ୍ୟାୟାମ କରିଥିଲେ। ତେବେ ଅନ୍ୟ ଭାରତୀୟ ଖେଳାଳିମାନେ ଫିଲ୍ଡିଂ ଅଭ୍ୟାସ କରିବା ସହ ନେଟ୍‌ ସେସନରେ ଭାଗ ନେଇଥିଲେ। ଭାରତୀୟ ବ୍ୟାଟିଂ ଲାଇନର ଚତୁର୍ଥ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଶଙ୍କର ବିବେଚିତ ହେଉଛନ୍ତି। ସେ ମଧ୍ୟ ଭଲ ମିଡିୟମ ପେସ୍‌ ବୋଲିଂ କରିଥାନ୍ତି। ଗତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶଙ୍କର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ସମେତ ୨ଟି ଉଇକେଟ ଅକ୍ତିଆର କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଉଲ୍ଲେଖଥାଉ କି, ପୂର୍ବରୁ ତାରକା ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ବୁଢା ଆଙ୍ଗୁଠି ଭାଙ୍ଗିବା କାରଣରୁ ବିଶ୍ୱକପ୍‌ରୁ ବାଦ୍‌ ପଡିସାରିଛନ୍ତି। ସେହିପରି ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ଏବେ ଶଙ୍କର ଆହତ ହେବା ପରେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ିଯାଇଛି। ଭୁବନେଶ୍ୱର ୮ ଦିନ ବୋଲିଂ କରିପାରିବେ ନାହିଁ। ବର୍ମିଂହାମ୍‌ରେ ଜୁନ୍‌ ୩୦ରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ସେ ଫିଟ୍‌ ହୋଇଯାଇଥିବେ ବୋଲି ଆଶା କରାଯାଉଛି। ଟୁର୍ନାମେଣ୍ଟର ଅନ୍ତିମ ଭାଗରେ ଭୁବନେଶ୍ୱର ଫିଟ୍‌ ହେବା ନେଇ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ୱାସ ପ୍ରକଟ କରିଛି। ବିଶ୍ୱକପ୍‌ରେ ଭୁବନେଶ୍ୱର ପୁଣି ସାମିଲ ହେବା ନେଇ ଆଶାକ୍ଷୀଣ ବୋଲି କୁହାଯାଇଛି। ସେ ଚଲାବୁଲା କରିବା ସହ ଜଗିଂ କରୁଥିବାର ଲକ୍ଷ୍ୟ କରାଯାଇଛି। ତେବେ ସେ ନେଟ୍‌ ସେସନରେ ଭାଗ ନେଇ ନ ଥିଲେ। ଷ୍ଟାଣ୍ଡବାଇ ଦ୍ରୁତ ବୋଲରଭାବେ ଖଲିଲ ଅହମ୍ମଦ ଦଳ ସହିତ ରହିଛନ୍ତି। ସେଭଳି ଖରାପ ପରିସ୍ଥିତି ସୃଷ୍ଟି ହୁଏ ଓ ଯଦି ଭୁବନେଶ୍ୱର ଫିଟ୍‌ ନ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡନ୍ତି, ତାହେଲେ ଅଭିଜ୍ଞ ଈଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇପାରେ। କାରଣ ଈଶାନ୍ତ ତାଲିକାରେ ରହିଛନ୍ତି। ବିଶ୍ୱକପ୍‌ରେ ଆଘାତ ସମସ୍ୟା କେବଳ ଭାରତ ଲାଗି ନୁହଁ ଅନ୍ୟ ଦଳଗୁଡିକ ପାଇଁ ମଧ୍ୟ ଚିନ୍ତା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri