Categories: ଖେଳ

ଆଇସିସି ପ୍ୟାନେଲରେ ୨ ଭାରତୀୟ ମହିଳା ଅମ୍ପାୟର

ମୁମ୍ବାଇ, ୧୯।୩ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଡେଭ୍‌ଲପମେଣ୍ଟ ଅମ୍ପାୟର ପ୍ୟାନେଲରେ ଦୁଇଜଣ ଭାରତୀୟ ମହିଳା ଅମ୍ପାୟର ସ୍ଥାନ ପାଇଛନ୍ତି। ସୋମାନେ ହେଲେ ମୁମ୍ବାଇର ବିନ୍ଦ୍ରା ରଥି ଓ ତାମିଲନାଡ଼ୁର ଜନନୀ ନାରାୟଣ। ଫଳରେ ଆଇସିସି ମହିଳା ଅମ୍ପାୟର ସଂଖ୍ୟା ୧୨ରେ ପହଞ୍ଚତ୍ଛି। ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ ବୁଧବାର ଏହାର ଟୁଇଟର୍‌ ପୃଷ୍ଠାରେ ଉଭୟ ବିନ୍ଦ୍ରା ଓ ଜନନୀଙ୍କୁ ଶୁଭେଚ୍ଛା ପ୍ରଦାନ ଜଣାଇଛି। ୩୪ ବର୍ଷୀୟା ନାରାୟଣ ୨୦୧୮ରୁ ଘରୋଇ କ୍ରିକେଟ୍‌ ଟୁର୍ନାମେଣ୍ଟରେ ମ୍ୟାଚ୍‌ ପରିଚାଳନା କରିଆସୁଛନ୍ତି। ସେହିଭଳି ୩୧ ବର୍ଷୀୟ ରଥି ପ୍ରଥମେ ସ୍କୋରର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ପରେ ସେ ଅମ୍ପାୟାରିଂ କ୍ଷେତ୍ରରେ ପାଦ ଥାପିଥିଲେ। ଟି୨୦ ମୁମ୍ବାଇ ଲିଗ୍‌ରେ ସେ ପରିଚାଳନା କରିଥିଲେ।

Share